ଏଇ ଭାରତରେ

ବାଇକର ଓଜନ ମାତ୍ର ୩୫ କିଲୋଗ୍ରାମ। ଏହାକୁ ପୁଣି ଚଲାଇବେ ବିନା ଡ୍ରାଇଭିଂ ଲାଇସେନ୍ସରେ।
ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ, ହେଲେ ଏହା ସତ। ହାଇଦ୍ରାବାଦର ଭାମ୍‌ସି ଗଡାମ ଏଭଳି ଇଲେକଟ୍ରୋନିକ ବାଇକ ନିର୍ମାଣ କରିଛନ୍ତି।
ଭାମ୍‌ସିଙ୍କ ଷ୍ଟାର୍ଟ ଅପ୍‌ ‘ଅଟୋମୋବାଇଲ’ ଏହି ବାଇକ ପ୍ରସ୍ତୁତ କରିଛି। ଥରେ ଚାର୍ଜ ହେଲେ ଯାଉଛି ୧୦୦ କି.ମି.। ଏହା ଅତି ବେଶିରେ ଘଣ୍ଟାକୁ ୨୫ କି.ମି. ବେଗରେ ଯାଉଛି। ଏଥିପାଇଁ ଏହି ବାଇକ ଚଳାଇବା ଲାଗି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହୁନି। ସବୁଠୁ କମ୍‌ ବେଗରେ ମୋଟରସାଇକେଲ ଭାବେ ଏହାକୁ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଅଟୋମୋଟିଭ ଟେକନୋଲୋଜି (ଆଇସିଏଟି) ସ୍ବୀକୃତି ଦେଇଛି ା ଏହି ବାଇକର ନାମ ରଖାଯାଇଛି ଏଟିୟୁଏମ୍‌ ୧୦। ହାମ୍‌ସି ଆମେରିକାର ପୁର୍‌ଡ୍ୟୁ ବିଶ୍ୱବିଦ୍ୟାଳୟରୁ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ଭାମ୍‌ସିଙ୍କ ସହ ଆଉ ୧୦ ଜଣ ଇଞ୍ଜିନିୟର ମିଶି ଏହି ବାଇକ୍‌ ତିଆରି କରିବା ସହ ଏହାର ପରୀକ୍ଷଣ ମଧ୍ୟ ଶେଷ କରିଛନ୍ତି। ବ୍ୟାଟେରି ଚାର୍ଜ ଜାଣିବା ଲାଗି ଡିଜିଟାଲ ଡିସପ୍ଲେ ରହିଛି। ଏବେ ସୁଦ୍ଧା ଏହି ବାଇକ ପାଇଁ ୩୦୦ ଜଣ ବୁକିଂ କରିସାରିଲେଣି। ଭାରତର ବିଭିନ୍ନ ରାଜ୍ୟରୁ ଏହି ସବୁ ବିକିଂ ହେଉଛି। ଏହାର ମୂଲ୍ୟ ରଖାଯାଇଛି ୫୦ ହଜାର ଟଙ୍କା। ତେବେ ଏହାର ଚାହିଦା ବୃଦ୍ଧି ପାଇଲେ ଦିନକୁ ୨୫୦-୩୦୦ ବାଇକ୍‌ ତାଙ୍କ ଷ୍ଟାର୍ଟଅପରେ ନିର୍ମାଣ କରାଯାଇପାରିବ ବୋଲି କହନ୍ତି ଭାମ୍‌ସି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟ ଆଖିରେ ବଞ୍ଚିବା

ଡ. ସୁବାସ ଚନ୍ଦ୍ର ପାତ୍ର ମଣିଷ ନିଜ ଆଖିରେ ଦେଖେ, କିନ୍ତୁ ଅନ୍ୟ ଆଖିରେ ବଞ୍ଚେ। ନିଜ ଆଖିରେ ସେ ତା’ର ଦୈହିକ ପ୍ରତିଫଳନ ଦେଖିପାରେ,...

ଆବଶ୍ୟକ ମଣ୍ଡି ସଂସ୍କାର

ପ୍ରଫେସର ଦିଗମ୍ବର ପାତ୍ର ଧାନ କ୍ରୟ ସମୟରେ ଓଡ଼ିଶାର ବିଭିନ୍ନ ଏଜେଣ୍ଟଙ୍କ ମାଧ୍ୟମରେ ମିଲର୍‌ ଏବଂ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସୁସମ୍ପର୍କ ଜଣାଶୁଣା। ରାଜ୍ୟ ସରକାର...

ସଙ୍ଗୀତରେ ପ୍ରାଣ ସଞ୍ଚାର କରୁଥିଲେ ବାଳକୃଷ୍ଣ ସାର୍‌

ପ୍ରଫୁଲ୍ଲ କର ବହୁ ମୂର୍ତ୍ତିକାର ମୂର୍ତ୍ତି ଗଢ଼ନ୍ତି, କିନ୍ତୁ ସବୁ ମୂର୍ତ୍ତି ପ୍ରାଣବନ୍ତ ହୁଅନ୍ତି ନାହିଁ। ଗୋଟିଏ ଗୀତକୁ ଏକା ସ୍ବର ଓ ଏକା ତାଳରେ...

ନିର୍ବାଚନୀ ଚାଲ୍‌

ବିଗତ କିଛି ମାସ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ପେଟ୍ରୋଲ...

ଏଇ ଭାରତରେ

ଆମ୍ବ ଅମଳ ସମୟ ଚାଲିଛି। ଏହି ସମୟରେ ଆମ୍ବ ବଗିଚା ଜଗିବାକୁ ହୁଏ। ଲୋକମାନେ ତ ଆମ୍ବ ବଗିଚା ଜଗନ୍ତି, କିନ୍ତୁ କୁକୁରମାନେ ଏହାକୁ ଜଗିବା...

ଏଇ ଭାରତରେ

ଗୁଜରାଟର ଅମରେଲି ଜିଲାନିବାସୀ ଜଣେ ମୁସଲମାନ ଓ ତାଙ୍କ ବନ୍ଧୁମାନେ ସାମ୍ପ୍ରଦାୟିକ ସଦ୍‌ଭାବନାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଜଣେ ହିନ୍ଦୁ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି...

ଓଡ଼ିଶାର ରାଜନୀତି ଓ ସାହିତ୍ୟରେ ଭଗବତୀ ଯୁଗ

ବିଂଶ ଶତାବ୍ଦୀର ତୃତୀୟ-ଚତୁର୍ଥ ଦଶକରେ ଓଡ଼ିଶାରେ ଗଢ଼ି ଉଠିଥିଲା ରାଜନୀତି ଓ ସାହିତ୍ୟର ଏପରି ଏକ ଯୁଗ, ଯାହା ଓଡ଼ିଶୀ ବା ଭାରତୀ-ଭାବନାର ହୋଇ ବି...

ବାସିରୁଟି

ଜଣେ ଧନୀ ଓ କୃପଣ ବ୍ୟକ୍ତି ଘରେ ଉପସ୍ଥିତ ଥିଲାବେଳେ ଜଣେ ସାଧୁ ଆସି ଦ୍ୱାରଦେଶରେ ଭୋଜନ ପାଇଁ କିଛି ମାଗିଲେ। ବ୍ୟକ୍ତିଟି ସେଥିକୁ କର୍ଣ୍ଣପାତ...

Advertisement
Archives

Model This Week