ଏଇ ଭାରତରେ

ବାଇକର ଓଜନ ମାତ୍ର ୩୫ କିଲୋଗ୍ରାମ। ଏହାକୁ ପୁଣି ଚଲାଇବେ ବିନା ଡ୍ରାଇଭିଂ ଲାଇସେନ୍ସରେ।
ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ, ହେଲେ ଏହା ସତ। ହାଇଦ୍ରାବାଦର ଭାମ୍‌ସି ଗଡାମ ଏଭଳି ଇଲେକଟ୍ରୋନିକ ବାଇକ ନିର୍ମାଣ କରିଛନ୍ତି।
ଭାମ୍‌ସିଙ୍କ ଷ୍ଟାର୍ଟ ଅପ୍‌ ‘ଅଟୋମୋବାଇଲ’ ଏହି ବାଇକ ପ୍ରସ୍ତୁତ କରିଛି। ଥରେ ଚାର୍ଜ ହେଲେ ଯାଉଛି ୧୦୦ କି.ମି.। ଏହା ଅତି ବେଶିରେ ଘଣ୍ଟାକୁ ୨୫ କି.ମି. ବେଗରେ ଯାଉଛି। ଏଥିପାଇଁ ଏହି ବାଇକ ଚଳାଇବା ଲାଗି ଚାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହୁନି। ସବୁଠୁ କମ୍‌ ବେଗରେ ମୋଟରସାଇକେଲ ଭାବେ ଏହାକୁ ଇଣ୍ଟରନ୍ୟାଶନାଲ ସେଣ୍ଟର ଫର ଅଟୋମୋଟିଭ ଟେକନୋଲୋଜି (ଆଇସିଏଟି) ସ୍ବୀକୃତି ଦେଇଛି ା ଏହି ବାଇକର ନାମ ରଖାଯାଇଛି ଏଟିୟୁଏମ୍‌ ୧୦। ହାମ୍‌ସି ଆମେରିକାର ପୁର୍‌ଡ୍ୟୁ ବିଶ୍ୱବିଦ୍ୟାଳୟରୁ ବିଜନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ଭାମ୍‌ସିଙ୍କ ସହ ଆଉ ୧୦ ଜଣ ଇଞ୍ଜିନିୟର ମିଶି ଏହି ବାଇକ୍‌ ତିଆରି କରିବା ସହ ଏହାର ପରୀକ୍ଷଣ ମଧ୍ୟ ଶେଷ କରିଛନ୍ତି। ବ୍ୟାଟେରି ଚାର୍ଜ ଜାଣିବା ଲାଗି ଡିଜିଟାଲ ଡିସପ୍ଲେ ରହିଛି। ଏବେ ସୁଦ୍ଧା ଏହି ବାଇକ ପାଇଁ ୩୦୦ ଜଣ ବୁକିଂ କରିସାରିଲେଣି। ଭାରତର ବିଭିନ୍ନ ରାଜ୍ୟରୁ ଏହି ସବୁ ବିକିଂ ହେଉଛି। ଏହାର ମୂଲ୍ୟ ରଖାଯାଇଛି ୫୦ ହଜାର ଟଙ୍କା। ତେବେ ଏହାର ଚାହିଦା ବୃଦ୍ଧି ପାଇଲେ ଦିନକୁ ୨୫୦-୩୦୦ ବାଇକ୍‌ ତାଙ୍କ ଷ୍ଟାର୍ଟଅପରେ ନିର୍ମାଣ କରାଯାଇପାରିବ ବୋଲି କହନ୍ତି ଭାମ୍‌ସି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍‌ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା…

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri