Posted inଖେଳ

ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍‌, ବିୟର୍‌ ଗ୍ଲାସ୍‌ରେ ପଡିଲା ବଲ୍‌

କ୍ରିକେଟ ପଡ଼ିଆରେ ବ୍ୟାଟ୍ସମ୍ୟାନ୍‌ ଛକା ମାରିକା ଏକ ସାଧାରଣ କଥା। ବ୍ୟାଟ୍ସମ୍ୟାନ୍‌ ଛକା ମାରିଲେ ବଲ୍‌ ବାଉଣ୍ଡ୍ରି ବାହାରେ କିମ୍ବା ଗ୍ୟାଲୋରୀରେ ବସୁଥିବା ପ୍ରଶଂସକଙ୍କ ନିକଟକୁ ଯାଇଥାଏ। ବେଳେବେଳେ ପ୍ରଶଂସକମାନେ ବଲ ଧରିଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ଚାଲିଥିବା ବିଗ ବ୍ୟାସ ଲିଗ ସମୟରେ ଏପରି ଏକ ଘଟଣା ଘଟିଥିଲା, ଯାହା କ୍ରିକେଟ ପଡ଼ିଆରେ କ୍ୱିଚିତ୍‌ ଦେଖାଯାଏ। ହୋବର୍ଟ ହରିକାନ୍ସ ପାଇଁ ଖେଳୁଥିବା ବାମହାତୀ ବ୍ୟାଟ୍ସମ୍ୟାନ ଡେଭିଡ ମଲାନ ଛକା ମାରୁଥିବା ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଲାନ ଛକା ମାରିଥିବା ବଲ୍‌ ପ୍ରଶଂସକଙ୍କ ବିୟର ଗ୍ଲାସରେ ପଡିଯାଇଥିଲା। ପରେ ପ୍ରଶଂସକ ଏହା କଲେ, ସେ ସମସ୍ତଙ୍କୁ ହସାଇଲେ। ମେଲବୋର୍ଣ୍ଣ ଷ୍ଟାର୍ସ ବିପକ୍ଷ ମ୍ୟାଚରେ ଡେଭିଡ ମାଲାନ ଲାନ୍ସ ମୋରିସଙ୍କ ବଲ୍‌ରୁ ଛକା ମାରିଥିଲେ। ଷ୍ଟାଡିୟମରେ ବସିଥିବା ପ୍ରଶଂସକଙ୍କ ବିୟର ଗ୍ଲାସରେ ବଲ ସିଧାସଳଖ ପଡିଥିଲା। ଫିଲ୍ଡର ବଲ ମାଗିଥିଲେ ମଧ୍ୟ ପ୍ରଶଂସକ ଏହାକୁ ଫେରସ୍ତ କରି ନ ଥିଲେ। ବରଂ ସେ ବିୟର ପିଇବା ଆରମ୍ଭ କଲେ ଏବଂ ବଲଟି ସେ ଗ୍ଲାସରେ ଥିଲା। ସୋସିଆଲ ମିଡିଆରେ କ୍ରିକେଟ ଅଷ୍ଟ୍ରେଲିଆ ଏହି ଭିଡିଓ ଶେୟାର କରିଛି। ସୂଚନାଯୋଗ୍ୟ, ମେଲବୋନର୍ର୍ ଷ୍ଟାର୍ସ ବିପକ୍ଷରେ ୫୬ଟି ବଲରେ ଡେଭିଡ ମଲାନ ୭୫ ରନ ସ୍କୋର କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ଇନିଂସରେ ୭ ଚୌକା ଓ ୩ ଛକା ମାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୪୯ରେ ଅଟକିଲା ଦିଲ୍ଲୀ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ...

ବୁମରାଙ୍କ ବୋଲିଂଙ୍କୁ ନକଲ କଲେ ବୃଦ୍ଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ଦଳର ବୋଲର ଜସ୍‌ପ୍ରୀତ୍‌ ବୁମରା ନିଜର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଆଇସିସି ଦିନିକିଆ ର଼୍ୟାକିଂରେ ନମ୍ବର ଓ୍ବାନରେ ରହିଛନ୍ତି। ଭାରତୀୟ...

ଛୋଟ ସ୍କୋର ପରେ ବି ଶେଷ ପର୍ଯ୍ୟନ୍ତ ଲଢ଼ିଲା କେକେଆର୍‌

ମୁମ୍ବାଇ,୩୦।୩: ୧୨୮ ରନ୍‌ର ଛୋଟିଆ ସ୍କୋରରେ ଅଲଆଉଟ୍‌ ହେବା ପରେ ବି ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ଟାଣି ନେଇଥିଲା କୋଲକାତା ନାଇଟ୍‌ ରାଇଡର୍ସ। ଆରମ୍ଭରୁ...

ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: କ୍ୱାର୍ଟର ଫାଇନାଲରେ ଆଶୁତୋଷ

ଚେନ୍ନାଇ, ୩।୮(ପି.ଟି.)- ଏଠାରେ ଚାଲିଥିବା କ୍ୟୁ-ଲଙ୍ଗ୍‌ ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶା କ୍ୟୁ ସ୍ପୋଟର୍‌ସ ତାରକା ଆଶୁତୋଷ ପାଢ଼ୀଙ୍କ ଆକର୍ଷଣୀୟ ପ୍ରଦର୍ଶନ ଅବ୍ୟାହତ...

ଭାରତର ଲଜ୍ଜାଜନକ ପରାଜୟ

ଓ୍ବେଲିଂଟନ,୨୪ା୨- ଦିନିକିଆ ସିରିଜ୍‌ରେ ଖାତା ଖୋଲିପାରି ନ ଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ବରଣ...

ବର୍ଷକ ଭିତରେ ଭାରତୀୟ ଦଳ ପାଇଁ ଖେଳିବେ ଏହି କ୍ରିକେଟର କହିଲେ ସେହ୍ବାଗ

ନୂଆଦିଲ୍ଲୀ,୫ା୫: ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ପଞ୍ଜାବ କିଙ୍ଗ୍ସର ଯୁବ ଓ୍ବିକେଟ କିପର ତଥା ବ୍ୟାଟ୍ସମ୍ୟାନ ଜିତେଶ ଶର୍ମାଙ୍କ ପ୍ରଦର୍ଶନକୁ ନେଇ...

ସୌରଭ-ବିରାଟଙ୍କୁ କପିଲଙ୍କ ପରାମର୍ଶ, ଦକ୍ଷିଣ ଆଫ୍ରିକା ଗସ୍ତ କଥା ଚିନ୍ତା କର…

ନୂଆଦିଲ୍ଲୀ, ୧୬।୧୨: ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏବଂ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି।...

ସ୍ମିଥ୍‌ ନୁହେଁ, କୋହଲି ଇଆନଙ୍କ ଫେଭରାଇଟ୍‌

ନୂଆଦିଲ୍ଲୀ,୧।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏ ନେଇ ଚର୍ଚ୍ଚା ଓ ବିତର୍କ...

Advertisement
Archives

Model This Week