Posted inUncategorized

ଗୋଲକଧନ୍ଦାରେ ଭାଗଚାଷୀର ଭାଗ୍ୟ

ସବ୍ୟସାଚୀ ଅମିତାଭ

ଡ଼ିଶାରେ ଭାଗଚାଷୀଙ୍କ ପ୍ରକୃତ ସଂଖ୍ୟା କେତେ? ଏହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ। ଏ ପରିସ୍ଥିତିରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା, ଏଇ ଭାଗଚାଷୀଙ୍କ ସ୍ବାର୍ଥରକ୍ଷା କରିବା ଦାୟିତ୍ୱ କାହାର? ପରିସ୍ଥିତିକୁ ଦେଖିଲେ ଲାଗୁଛି, ଚାଷୀଙ୍କ ପାଇଁ ସରକାର ନିର୍ବିକାର ହୋଇଯାଇଛନ୍ତି ଓ ବିରୋଧୀ ଉଭୟ କୁମ୍ଭୀର କାନ୍ଦଣା କରୁଛନ୍ତି। ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ଓ ଅଧିକାର ଦେବାକୁ ସରକାର ଅତୀତରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ।
ଏକାଧିକ ବାର ଏହି କମିଟି ବୈଠକ ବସିଥିଲେ ବି ପ୍ରସ୍ତାବିତ ଆଇନର ସ୍ବରୂପକୁ ନେଇ କୌଣସି ସହମତି ବାହାରିନି। ଫଳରେ ଭାଗଚାଷୀଙ୍କ ସୁରକ୍ଷା କେବଳ ରାଜନୈତିକ ପ୍ରସଙ୍ଗ ହୋଇ ରହିଯାଇଛି।
କୃଷିପ୍ରଧାନ ଆମ ରାଜ୍ୟରେ ଅଧିକାଂଶ ଚାଷୀ ଭୂମିହୀ। ଯେଉଁମାନଙ୍କ ପାଖରେ ଅଳ୍ପ ପରିମାଣର ଜମି ରହିଛି ସେମାନେ ସେଥିରେ ଚାଷ କରି ପରିବାର ଚଳାଉଛନ୍ତିି। ଅପେକ୍ଷାକୃତ ଅଧିକ ଜମିର ମାଲିକ ଚାଷ ପାଇଁ ଅନ୍ୟ ଚାଷୀଙ୍କ ଉପରେ ନିର୍ଭରଶୀଳ। ଥିଲାବାଲା ଲୋକ ଚାଷକୁ ଭାଗରେ ଲଗାଇ ସୁଫଳ ପାଉଥିବା ବେଳେ ଚାଷୀ ପାଇଁ ବନ୍ୟା, ବାତ୍ୟା, ମରୁଡ଼ି ପରି ଦୈବୀ ଦୁର୍ବିପାକ ବିପତ୍ତି ଆଣୁଛି। ଭାଗଚାଷୀଙ୍କୁ ସୁବିଧା ଦେବା ପାଇଁ କୌଣସି ସ୍ବତନ୍ତ୍ର ଆଇନ ବ୍ୟବସ୍ଥା ଲାଗୁ ହୋଇ ନ ଥିବାରୁ ସେମାନେ ଲାଭବାନ ହୋଇପାରୁନାହାନ୍ତି। ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତି ପାଇଁ ସରକାର ଚାଷୀମାନଙ୍କୁ ଯୋଗାଇଦେଉଥିବା ସହାୟତା ପ୍ରକୃତ ଭାଗଚାଷୀ ପାଖରେ ପହଞ୍ଚିପାରୁନି। କାରଣ ଚାଷ କରୁଥିବା ଚାଷୀ ଜମିର ପ୍ରକୃତ ମାଲିକ ନୁହନ୍ତିି।
ଚାଷୀଙ୍କୁ ଅଧିକାର ଦେବାକୁ ଅତୀତରେ ଭୂସଂସ୍କାର ଆଇନ ସଂଶୋଧନ କରାଯାଇଛି। ହେଲେ ପ୍ରକୃତ ଚାଷୀ ଏଯାଏ ଏହାର ଫାଇଦା ପାଇପାରିନାହାନ୍ତି। ଭୂସଂସ୍କାର ଆଇନ ଜମିଦାରମାନଙ୍କ ପାଖରେ ଥିବା ବଳକା ଜମିର ବଣ୍ଟନ କଥା କହୁଥିଲେ ବି ଭାଗଚାଷୀଙ୍କ ଅଧିକାରକୁ ଆଇନଗତ ସୁରକ୍ଷା ଦେବାରେ ବିଫଳ ହୋଇଛି। ଆଉ ୧୯୭୬ ମସିହାର ସଂଶୋଧନ ପରେ ରାଜ୍ୟରେ ଭାଗଚାଷ ଆଉ ଆଇନସମ୍ମତ ନ ଥିବାରୁ ଏଥିରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଭାଗଚାଷୀ ବର୍ଷ ବର୍ଷ ଧରି ଶୋଷଣ ଓ ଉପେକ୍ଷା ଭିତରେ କାଳାତିପାତ କରୁଛନ୍ତିି।
ଆମ ରାଜ୍ୟରେ କେତେ ଭାଗ ଜମି ଭାଗଚାଷରେ ରହିଛି ଓ କେତେ ଭାଗଚାଷୀ ଅଛନ୍ତିି ତା’ର କୌଣସି ସର୍ଭେ ବର୍ତ୍ତମାନ ଯାଏ କରାଯାଇନି।
ଆପେକ୍ଷିକ ହିସାବରୁ ଜଣାପଡ଼ିଛି, ରାଜ୍ୟରେ ଥିବା ୫୫ ଲକ୍ଷ ଚାଷୀ ପରିବାର ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତିି ଭାଗଚାଷୀ ା ଆଉ ଭାଗଚାଷ ହେଉଥିବା ଜମିର ପରିମାଣ ହେଉଛି ରାଜ୍ୟର ମୋଟ ଜମିର ୫୦ ଭାଗ। ଜମି ଉପରେ କୌଣସି ଅଧିକାର ନ ଥିବାରୁ ତଥା ଭାଗଚାଷୀ ଭାବେ ଆଇନଗତ ମାନ୍ୟତା ନ ଥିବାରୁ ରାଜ୍ୟର ଲକ୍ଷ ଲକ୍ଷ ଭାଗଚାଷୀଙ୍କ ଭବିଷ୍ୟତ ଅନ୍ଧକାରରେ ା ଅଧିକାଂଶ କ୍ଷେତ୍ରରେ ଭାଗଚାଷୀ ସବୁ ଖର୍ଚ୍ଚ ବହନ କରିଥାଏ। ଚାଷ ପାଇଁ ସରକାରୀ ଭାବେ ଉପଲବ୍ଧ ବିହନ, ସାର, କୀଟନାଶକ, ଫସଲ ବୀମା ଆଦି ପାଇବାରୁ ବଞ୍ଚିତ ହୁଏ ଭାଗଚାଷୀ। ଏପରିକି ଚାଷ ପାଇଁ ବ୍ୟାଙ୍କ୍‌ ଓ ସମବାୟ ସମିତିଗୁଡ଼ିକଠାରୁ ଅଳ୍ପ ସୁଧରେ ମିଳୁଥିବା ଋଣ ଜମି ମାଲିକ ନେଉଥିବା ବେଳେ ଭାଗଚାଷୀ ମହାଜନ, ଏସ୍‌ଏଚ୍‌ଜି ବା ମାଇକ୍ରୋଫାଇନାନ୍ସ ସଂସ୍ଥାଙ୍କଠାରୁ ଚଢ଼ା ସୁଧରେ ଋ଼ଣ କରିବାକୁ ବାଧ୍ୟ ହୁଏ। କୌଣସି କାରଣରୁ ଚାଷ କ୍ଷତିଗ୍ରସ୍ତ ହେଲେ ସବୁଠାରୁ ଅଧିକ ମାଡ଼ ପଡ଼େ ଭାଗଚାଷୀ ଉପରେ। କ୍ଷତି ପାଇଁ ମିଳୁଥିବା ସରକାରୀ ସହାୟତା ଜମି ମାଲିକର ପକେଟ୍‌କୁ ଯାଏ।
ଓଡ଼ିଶା ସରକାର ଭାଗଚାଷୀଙ୍କୁ ଅଧିକାର ଦେବାକୁ ଓଡ଼ିଶା ଏଗ୍ରିକଲଚର ଲ୍ୟାଣ୍ଡ ଲିଜିଂ ଆକ୍ଟ- ୨୦୧୭ ଘୋଷଣା କରିଥିଲେ, ହେଲେ ଏହାର କାର୍ଯ୍ୟକାରିତା ପାଇଁ ଅଭାବ ରହିଛି ଆନ୍ତରିକତାର।
ଫଳରେ ଏହି ଆଇନ ବାସ୍ତବ ରୂପ ନେଇପାରୁନି।
ଭାଗଚାଷୀ କିପରି ଚିହ୍ନଟ ହେବେ ଏହାର ପ୍ରକ୍ରିୟା ସ୍ଥିର କରିବାକୁ ପଡ଼ିବ। ଆଇନରେ ଦଣ୍ଡର ବ୍ୟବସ୍ଥା ନ ରହିଲେ, କୌଣସି ଜମି ମାଲିକ ନିଜ ଜମି ଭାଗଚାଷରେ ଅଛି ବୋଲି କେବେ ବି ସ୍ବୀକାର କରିବେନି। ଏକ୍ଷେତ୍ରରେ ପଶ୍ଚିମବଙ୍ଗ ଢାଞ୍ଚାରେ ‘ବର୍ଡନ ଅଫ୍‌ ପ୍ରୁଫ୍‌’ ଜମି ମାଲିକଙ୍କ ଉପରେ ନ୍ୟସ୍ତ ରହିବା ଦରକାର। ଫଳରେ ଜମି ଭାଗଚାଷରେ ଅଛି ବୋଲି ଜମି ମାଲିକ ଘୋଷଣାନାମା ଦାଖଲ କରିବାକୁ ବାଧ୍ୟ ହେବେ, ଆଉ ଭୁଲ୍‌ ତଥ୍ୟ ଦେଲେ ଦଣ୍ଡିତ ହେବାର ବ୍ୟବସ୍ଥା ରହିବା ବି ଦରକାର।
ସେହିପରି ଫସଲର ଭାଗବଣ୍ଟା ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରସ୍ତାବିତ ଆଇନରେ ଅଡୁଆ ରହିଛି। ପ୍ରସ୍ତାବିତ ଆଇନର ଡ୍ରାଫଟ୍‌ ରିଜୋଲ୍ୟୁଶନ ଅନୁସାରେ, ଭାଗଚାଷୀ ଜମିମାଲିକଙ୍କୁ ଉପତ୍ାଦିତ ଫସଲର ଅଂଶ ଅବା ନଗଦ ଅର୍ଥ ଦେବାର ବ୍ୟବସ୍ଥା ରହିଛି। ତେବେ ଭାଗଚାଷୀ ଯଦି ନଗଦ ଅର୍ଥ ଦେଉଛି ତା’ହେଲେ ଏହା ଅତୀତରେ ଉଚ୍ଛେଦ ହୋଇଥିବା ଜମିଦାରି ବ୍ୟବସ୍ଥାକୁ ପୁଣିଥରେ ଫେରାଇଆଣୁଛି। ଏପରି ସ୍ଥିତିରେ ଭାଗଚାଷୀକୁ ଉପତ୍ାଦିତ ଫସଲର କେତେ ଅଂଶ ଜମିମାଲିକଙ୍କୁ ଦେବାକୁ ହେବ ତାକୁ ସରକାର ସ୍ଥିରୀକୃତ କରିପାରୁନାହାନ୍ତିି ା ଫଳରେ ଅଡୁଆ ତୁଟୁନି ା ଯଦି ପଶ୍ଚିମବଙ୍ଗ ଢାଞ୍ଚାରେ ମୋଟ ଉପତ୍ାଦିତ ଫସଲକୁ ତିନି ଭାଗ କରି ଭାଗେ ଜମି ମାଲିକଙ୍କୁ, ଭାଗେ ଶ୍ରମ ପାଇଁ ଭାଗଚାଷୀକୁ ଓ ଶେଷ ଭାଗକୁ ଉପତ୍ାଦନ ଖର୍ଚ୍ଚ ତୁଲାଇବା ପାଇଁ ରଖାଯିବ ତେବେ ସମାଧାନର ବାଟ ବାହାରିପାରେ ା ସେହିପରି ପ୍ରସ୍ତାବିତ ଆଇନରେ ଜମି ମାଲିକ ଓ ଭାଗଚାଷୀଙ୍କ ମଧ୍ୟରେ ବୁଝାମଣାପତ୍ର ବା ଲିଜ୍‌ ଚୁକ୍ତି ସ୍ଥାନୀୟ ତହସିଲଦାରଙ୍କ ପାଖେ ହେବାର ବ୍ୟବସ୍ଥା ରହିଛି, ଯାହାର ଅବଧି ରହିବ ୩ ବର୍ଷ। ତେବେ ଏହି ଅବଧିକୁ ସମୟସୀମାକୁ ଅତି କମ୍‌ରେ ୫ ବର୍ଷ କରିବାକୁ ବିଭିନ୍ନ ଚାଷୀ ସଂଗଠନ ଦାବି କରୁଛନ୍ତି ା ଚୁକ୍ତି ଅବଧି ଭିତରେ ଜମି ବିକ୍ରି ହେଲେ, ନୂଆ ମାଲିକଙ୍କ ସହ ଚୁକ୍ତି ପୁନଃ ନବୀକରଣର ବ୍ୟବସ୍ଥା ହେବା ଉଚିତ ା ଭାଗଚାଷ ପାଇଁ ରାଜିନାମା ଠିକ୍‌ ହେବା ପରେ ହିଁ ଭାଗଚାଷୀଙ୍କୁ ସରକାରଙ୍କ ତରଫରୁ ପରିଚୟପତ୍ର ପ୍ରଦାନର ବ୍ୟବସ୍ଥା ହେବା ଦରକାର। ଯାହାକୁ ଦେଖାଇ ଭାଗଚାଷୀ ଚାଷୀ ଭାବେ କୃଷିଋଣଠାରୁ ଆରମ୍ଭ କରି ମଣ୍ଡିରେ ଧାନ ବିକିବା ଯାଏ ଥିବା ସରକାରୀ ଫାଇଦା ସହଜରେ ପାଇପାରିବ। ବନ୍ୟା, ବାତ୍ୟା, ମରୁଡ଼ି ପରି ଦୈବୀ ଦୁର୍ବିପାକ ସମୟରେ ଚାଷ କରୁଥିବା ଭାଗଚାଷୀଙ୍କୁ ହିଁ କ୍ଷତିପୂରଣ ରାଶି ମିଳିବା ଦରକାର, ଏହା ସରକାରଙ୍କୁ ସୁନିଶ୍ଚିତ କରିବାକୁ ହେବ। ଯଦି କୌଣସି ବିକାଶମୂଳକ କାମ ପାଇଁ ଜମି ଅଧିଗ୍ରହଣ ହୁଏ, ତେବେ ଜମି ମାଲିକ ସହ ଭାଗ କରୁଥିବା ଚାଷୀ ବି ଯେପରି କ୍ଷତିପୂରଣ ରାଶି ସହ ଥଇଥାନ ଓ ପୁନର୍ବାସ ପ୍ୟାକେଜର ଅଂଶ ବିଶେଷ ହେବ ତାକୁ ମଧ୍ୟ ନୂଆ ଆଇନରେ ସରକାରଙ୍କୁ ବ୍ୟବସ୍ଥା କରିବାକୁ ପଡ଼ିବ।
ସେହିପରି ଅନେକ କ୍ଷେତ୍ରରେ ଦେଖାଯାଉଛି, ଭାଗଚାଷୀମାନେ ବି ଅଧିକ ଲାଭ ଆଶାରେ ଜମିରେ ପ୍ରଚୁର ପରିମାଣର ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରୁଛନ୍ତି ା ଏହାଦ୍ୱାରା ଜମି ଉର୍ବରତା ନଷ୍ଟ ହେଉଛି ଓ ଏହା କ୍ରମଶଃ ବନ୍ଧ୍ୟାଜମିରେ ପରିଣତ ହେଉଛି। ଏପରିସ୍ଥିତିରେ ଜମି ମାଲିକମାନେ କ୍ଷତି ସହୁଛନ୍ତି। ଲିଜ୍‌ ଜମିରୁ ଭାଗଚାଷୀଙ୍କୁ ଉଚ୍ଛେଦ କରାଯାଇପାରିବନି ବୋଲି ବ୍ୟବସ୍ଥା କରିବା ବେଳେ ଏସବୁ ଦିଗ ପ୍ରତି ବି ସରକାରଙ୍କୁ ନଜର ଦେବାକୁ ପଡ଼ିବ।
ଏହାସହ ଲିଜ୍‌ ବ୍ୟବସ୍ଥାକୁ ଅସ୍ତ୍ର କରି ଯେପରି କୌଣସି ଭାଗଚାଷୀ ଜମିର ମାଲିକାନା ଜାହିର ନ କରନ୍ତି ସେ ବ୍ୟବସ୍ଥା ମଧ୍ୟ ରଖିବାକୁ ହେବ। ମୋଟାମୋଟି ଲିଜ୍‌ ବ୍ୟବସ୍ଥାକୁ ସରଳ କରାଗଲେ ଏବଂ ଜମି ଚାଲିଯିବାର ଭୟ ନ ରହିଲେ ଜମି ମାଲିକମାନେ ଭାଗଚାଷୀଙ୍କ ସହ ଚୁକ୍ତି କରିବାକୁ ଆଗେଇ ଆସିପାରନ୍ତିି। ନଚେତ୍‌ ଜମି ପକାଇ ରଖିବେ ପଛେ କାଗଜପତ୍ରରେ ଭାଗଚାଷୀଙ୍କ ସହ କେହି ଲିଜ୍‌ କରିବାକୁ ରାଜି ହେବେନି। ଏପରିସ୍ଥିତିରେ ଭାଗଚାଷୀଙ୍କୁ ଅଧିକାର ମିଳିବା ଦୂରେ ଥାଉ ବରଂ ଚାଷ ଉପତ୍ାଦନ ବି କମିବ।
ଭାଗଚାଷୀ ପ୍ରକରଣରେ ଚାବିକାଠି ସରକାରଙ୍କ ହାତରେ। ଦୁଇ ପକ୍ଷଙ୍କୁ ଫାଇଦା ହେବା ପରି ବାଟ ବାହାର କରାଗଲେ ସମସ୍ତଙ୍କ ପାଇଁ ମଙ୍ଗଳ।
ଭୁବନେଶ୍ୱର, ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର କହିଲା ଆଇଏଏସ୍‌ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ବର, ୨୮।୬(ସୁନିତ୍‌ ମିଶ୍ର): କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ ମନ୍ତ୍ରଣାଳୟ ଅଧୀନ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ(ଡିଓପିଟି) ପକ୍ଷରୁ ସୋମବାର ଓଡ଼ିଶା ମୁଖ୍ୟ...

ପୁଣି କାନ୍ଦିଲେ ବାବା

ସୋସିଆଲ ମିଡିଆରେ ଦିଲ୍ଲୀର ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ନିଜ ଜୀବନ ଜୀବନ ବଞ୍ଚାଇବା ପ୍ରାର୍ଥନା...

ଇକୋ-ଟଏଲେଟ୍‌ରେ ୩ ବର୍ଷ ହେଲା ତାଲାପଡ଼ିଛି

ପଟ୍ଟାମୁଣ୍ଡାଇ,୨୫।୪: (ସ୍ବ.ପ୍ର.) ସ୍ବଚ୍ଛ ଭାରତ ପାଇଁ କେନ୍ଦ୍ର ସରକାର ଅର୍ଥ ଖର୍ଚ୍ଚ କରିବା ସହ ସ୍ବଚ୍ଛତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ...

ବସୁମତୀ ସ୍ନାନ ସହ ଶେଷ ହେଲା ରଜ

ଓଡ଼ିଶାର ଗଣପର୍ବ ରଜ। ଏହାର ଅନ୍ତିମ ଦିବସକୁ ବସୁମତୀ ସ୍ନାନ ବୋଲି କୁହାଯାଏ। ଏହାକୁ ଧରାସ୍ନାନ, ମହାଲକ୍ଷ୍ମୀ ଗାଧୁଆ, ଶୁଦ୍ଧ ସ୍ନାନ ବୋଲି ମଧ୍ୟ କୁହାଯାଏ।...

ମଦ ପିଇବାକୁ ଟଙ୍କା ନଦେବାରୁ ସାବତ ମା’ଙ୍କୁ ଆକ୍ରମଣ କଲେ ପୁଅ

ଭୁବନେଶ୍ୱର,୧।୯(ସୂର୍ଯ୍ୟକାନ୍ତ ବେହେରା): ମଦ ପିଇବାକୁ ଟଙ୍କା ନ ଦେବାରୁ ସାବତ ମା’ଙ୍କୁ ମାଡ ମାରିବା ସହ ଇଟାରେ ଆକ୍ରମଣ କଲେ ପୁଅ । ଏଭଳି ଘଟଣା...

ବିଶ୍ୱାସ ଓ ସହଯୋଗର ସଙ୍କଟ

ବିଲ୍‌ ଏମ୍ମୋଟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୬ର ଅନିର୍ଣ୍ଣାୟକ ପରିଣାମରେ ଅନେକ ଦେଶ ହତୋତ୍ସାହିତ ହୋଇଯାଇଛନ୍ତି। ହେଲେ ସେମାନେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ...

ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ସଂସ୍କୃତି ବିକଶିତ ହୋଇଛି: ସିଜେଆଇ…

ନୂଆଦିଲ୍ଲୀ,୨।୯ : ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ଶନିବାର କହିଛନ୍ତି ଭାରତୀୟ ଅନୁଷ୍ଠାନଗୁଡ଼ିକ ସଂଳାପ, ସହନଶୀଳତା ଏବଂ ସହଭାଗୀ ମୂଲ୍ୟବୋଧ ମାଧ୍ୟମରେ ସମସ୍ୟାର...

ଦ୍ୱିତୀୟ ଦିନରେ କାରାଗାର କର୍ମଚାରୀଙ୍କ ଅନଶନ

ବ୍ରହ୍ମପୁର,୨୭।୯(ସୁବାସ ଚନ୍ଦ୍ର ପାଢ଼ୀ): କାରାଗାର କର୍ମଚାରୀମାନଙ୍କ ଆମରଣ ଅନଶନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ...

Advertisement
Archives

Model This Week