ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ କରିଛନ୍ତି କେରଳର ଦୁଇ ବନ୍ଧୁ ନନ୍‌ମା ଗିରିଶ ଏବଂ ବେନ୍‌ କେ. ଜର୍ଜ। ୨୦୧୮ରେ କେରଳରେ ପ୍ରଳୟଙ୍କରୀ ବନ୍ୟା ପରେ ଏମାନେ ଏଭଳି ଘର ନିର୍ମାଣ ଲାଗି ଯୋଜନା କରିଥିଲେ। ସେହି ବର୍ଷ ‘ନେଷ୍ଟ ଆବିଡ’୍‌ ଷ୍ଟାର୍ଟ ଅପ୍‌ ପ୍ରତିଷ୍ଠା କରି ୨୦୨୨ ସେପ୍ଟେମ୍ବରରେ ଏହାର ପ୍ରଥମ ପ୍ରତିକୃତି ନିର୍ମାଣ କରିଥିଲେ। ଏବେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି। ଏକ ଭାସମାନ କଂକ୍ରିଟ ଢାଞ୍ଚା ଉପରେ ଏହାକୁ ନିର୍ମାଣ କରାଯାଇଛି। ଏହି ଘରର ନାମ ରଖିଛନ୍ତି ‘ଆମ୍ଫିବି ନେଷ୍ଟ’। ଏଭଳି ଆମ୍ଫିବିୟସ ଘର ଭାରତରେ ପ୍ରଥମେ ନିର୍ମାଣ କରିଥିବା ଏହି ଦୁଇବନ୍ଧୁ ଥିରୁଭାନନ୍ତପୁରର ବାର୍ଟନ ହିଲ୍‌ ଗଭର୍ନମେଣ୍ଟ ଇଞ୍ଜିନିୟରିଂ କଲେଜରୁ ଟ୍ରାନ୍ସଲେଶନାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେମାନେ ଏଭଳି ଘର ଅଧିକ ନିର୍ମାଣ କରିବା ଲାଗି ୧୦ ଜଣଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ଦେବା ସହ ୩୩ ଜଣଙ୍କୁ କଲ୍‌ କନ୍‌ସଲଣ୍ଟାଟ ଭାବେ ରଖିଛନ୍ତି। ନନ୍‌ମା ଓ ବେନ୍‌ ଏବେ ଦିଲ୍ଲୀ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜିରେ ପିଏଚ୍‌.ଡି. କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କ ଦାୟିତ୍ୱ ରାଗିଂମୁକ୍ତ ଶିକ୍ଷାନୁଷ୍ଠାନ

ପ୍ରତ୍ୟେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ହେଉଛି ପବିତ୍ର ଶିକ୍ଷାର ମନ୍ଦିର, ଯେଉଁଠି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ ହୁଏ। ତେଣୁ ସେଠାରେ ମନ୍ଦିର ସମାନ ଶାନ୍ତିର...

କ୍ରାନ୍ତିକାରୀ ସମ୍ବତ୍ସର ୧୯୩୬ ଓ ଭଗବତୀଚରଣ

ସମୟ ସ୍ଥିର ନୁହେଁ, ଗତିଶୀଳ। କାଳର ଅସ୍ଥିରତା ଭିତରେ କେବେ କେବେ ଏପରି ଏକ ସମ୍ବତ୍ସରର ଆବିର୍ଭାବ ଘଟେ, ଯାହା କାଳକାଳକୁ ମାନବ-ଚିନ୍ତନର କୀର୍ତ୍ତିକଳସ ସ୍ଥାପନ...

ଅଖଣ୍ଡତାକୁ ବିପଦ

ରାଜନୀତିରେ ଏବେ ପ୍ରଭାବ ବିସ୍ତାର ପାଇଁ ଏକ ନୂଆ ମାନସିକତା ସାମ୍ନାକୁ ଆସିଛି। ପ୍ରଥମେ ଜାତି, ତା’ପରେ ଧର୍ମ ଆଧାରିତ ରାଜନୀତିର ଖେଳ ଭାରତୀୟମାନେ ଦେଖିବାର...

ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନିରେ ଥିବା ଇଣ୍ଟିଗ୍ରେଟେଡ୍‌...

ହସ ଥେରାପି

ଜଣେ ଧନୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ମନୋବିଶେଷଜ୍ଞଙ୍କ ସହିତ ଦେଖା କରିବାକୁ ଆବଶ୍ୟକ ମଣିଲେ। ବିଶେଷଜ୍ଞଙ୍କ ସହିତ କିଛି...

ବିଶ୍ୱ ଆଶ୍ଚର୍ଯ୍ୟ ପଥରେ ଓଡ଼ିଶା

ସରକାର ଘୋଷଣା କରିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶା ଏକ ‘ବିକଶିତ’ ରାଜ୍ୟ ହୋଇଯିବ। ଓଡ଼ିଶା ଯଦି ଆଉ ମାତ୍ର ୧୨ ବର୍ଷରେ ‘ବିକଶିତ’ ରାଜ୍ୟ...

ଆଇଲାଲୋ ‘ଦାନା’

ବାତ୍ୟା ଆସୁଛି, ପରିବା କିଣି ପକାଇବା। ଘରେ ଲୁଣ, ଲଙ୍କା, ଖାଇବାତେଲ ସହିତ ଡିଜେଲ ଓ ପେଟ୍ରୋଲ ମଧ୍ୟ କିଣି ଠୁଳ କରିବା। ସେଇଥିପାଇଁ ଧାଡ଼ିରେ...

ଏଇ ଭାରତରେ

ଗୋଟେ ମଇଁଷିର ଦାମ୍‌ ୧ ଲକ୍ଷ ଟଙ୍କାରୁ ଅଧିକ ହେବା କଥା ହୁଏତ କେହି ଭାବି ନ ଥିବେ। ମାତ୍ର ମଇଁଷିର ଦାମ୍‌ ବି ୨୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri