ଏଇ ଭାରତରେ

ବର୍ଜ୍ୟ ପରିଚାଳନା ଏବଂ ପରିବେଶ ପ୍ରଦୂଷଣ କମ୍‌ କରିବାରେ ଦିନକୁ ଦିନ ନୂଆ ନୂଆ ଉପାୟ ନେଇ ଅନେକ ବ୍ୟକ୍ତି ସାମ୍ନାକୁ ଆସୁଥିବା ବେଳେ ପଶ୍ଚିମବଙ୍ଗର ଦମ୍ପତି ସୁନୀତା ଓ ସୁବାସ ରାମଗୌଡ ସେମାନଙ୍କ ସହ ସାମିଲ ହୋଇଛନ୍ତି। ସେମାନେ ‘ଗୁଡ୍‌ ଗିଫ୍ଟ’ ଷ୍ଟାର୍ଟ ଅପ୍‌ ଗଠନ କରି ବର୍ଜ୍ୟ କନାରୁ ସୁନ୍ଦର ରଙ୍ଗିନ କଣ୍ଢେଇ ତିଆରି କରୁଛନ୍ତି। ଏଭଳି କଣ୍ଢେଇ ତିଆରି କରି ସେମାନେ ୮୦୦୦ କେଜି ବର୍ଜ୍ୟ କନା ରିସାଇକେଲ କରି ସାରିଲେଣି। ଏହି କାମରେ ସେମାନେ ନୀଳଗିରିର ୨୩୦ ଆଦିବାସୀ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି, ଯେଉଁମାନେ ମାସକୁ ୮ରୁ ୧୦,୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି। କଣ୍ଢେଇ ତିଆରି କରି ଏବେ ସୁଦ୍ଧା ସେମାନେ ୭୫ ଲକ୍ଷ ଟଙ୍କା ରୋଜଗାର କରିସାରିଲେଣି। ପ୍ରତି ମାସରେ ସେମାନେ ପାଖାପାଖି ୩,୦୦୦ କଣ୍ଢେଇ ବିକ୍ରି କରୁଛନ୍ତି। ସୁନୀତାଙ୍କ ବିବାହ ପରେ ସେ ଓ ତାଙ୍କ ସ୍ବାମୀ ବେଙ୍ଗାଲୁରୁରେ କର୍ପୋରେଟ ସେକ୍ଟରରେ ୧୫ ବର୍ଷ କାମ କରିବା ପରେ ତାହାକୁ ଛାଡ଼ି ନୀଳଗିରିକୁ ଫେରି ଏହି କାମରେ ଲାଗିଛନ୍ତି। କେବଳ ଏତିକି ନୁହେଁ ସେମାନେ ଆଦିବାସୀ ଲୋକଙ୍କୁ ସଶକ୍ତ କରିବା ଲାଗି ଏକ ସାମାଜିକ ସଂଗଠନ ଇଣ୍ଡିଆନ ୟାର୍ଡସ ଫାଉଣ୍ଡେଶନ ଗଠନ କରିଛନ୍ତି। ଏହା ମାଧ୍ୟମରେ ସେ ସ୍ଥାନୀୟ ହସ୍ତକଳାର ଉନ୍ନତି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?