ବର୍ଷା ଅପେକ୍ଷାରେ ଚାଷୀ, କେନାଲ ଶେଷମୁଣ୍ଡରେ ନାହିଁ ପାଣି

କେନ୍ଦ୍ରାପଡ଼ା,୧ା୭(ଜଗନ୍ନାଥ ଧଳ): ଅକ୍ଷୟ ତୃତୀୟାକୁ ଇତିମଧ୍ୟରେ ଦେଢ଼ ମାସ ବିତିଛି। କେନ୍ଦ୍ରାପଡ଼ା ଜିଲାର ଚାଷୀ କ୍ଷେତରେ ହଳ କରି ବର୍ଷାକୁ ଅପେକ୍ଷା କରିଛନ୍ତି। ଝିପିଝିପି ବର୍ଷା ହେଉଥିବା ବେଳେ ଅସରେ ଦୁଇ ଅସରା ଭଲ ବର୍ଷା ହେଲେ ଚାଷ ଜମିରେ ପାଣି ହୁଅନ୍ତା ବୋଲି ଚାଷୀ କହିଛନ୍ତି। କେନାଲ ଜଳସେଚନ ବ୍ୟବସ୍ଥା ଏଠାରେ ଏକ ପ୍ରକାର ବନ୍ଦ ହୋଇଯାଇଛି। କାରଣ କେନାଲ ଠିକ୍‌ ଭାବେ ଖୋଳା ଓ ସଫେଇ ହେଉ ନ ଥିବାରୁ ତଳ ମୁଣ୍ଡ ଚାଷ ଜମିରେ ପାଣି ପହଞ୍ଚତ୍ ପାରୁନାହିଁ। ଏଥିଯୋଗୁ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି। ଜଳସେଚିତ ଅଞ୍ଚଳ ଭାବେ ଯାହା କାଗଜପତ୍ରରେ ଦେଖାଯାଉଛି, ତାହା ବାସ୍ତବିକ ସତ୍ୟ ନୁହେଁ ବୋଲି ରାଜସ୍ବ ବୈଠକରେ ବହୁବାର ଆଲୋଚନା ହେଉଛି। ଚିହ୍ନଟ ଜମିର ଜଳ କର ମିଳୁ ନ ଥିଲେ ମଧ୍ୟ ପ୍ରଶାସନିକସ୍ତରରେ ଏଥିପାଇଁ ସମନ୍ବୟ କମିଟି ବସିବା ସମ୍ଭବ ହେଉନାହିଁ। କୃଷି ଅର୍ଥନୀତି ଭିତ୍ତିକ ଏହି ଜିଲାର ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦାବି ହୋଇଛି।
ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଏ ନେଇ ବିଭିନ୍ନ ବିଭାଗକୁ ସୂଚନା ଅଧିକାର ଆଇନରେ ତଥ୍ୟ ମଗା ଯାଇଥିଲା। ରାଜସ୍ବ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ମୋଟ ୮୫,୯୨୦ ଏକର ଜମି ପାଇଁ ଜଳ କର ଧାର୍ଯ୍ୟ ହୋଇଛି। ଅପରପକ୍ଷରେ କୃଷି, ଜଳ ସମ୍ପଦ ଓ ଉଠା ଜଳସେଚନ ବିଭାଗ ତଥ୍ୟ ଅନୁଯାୟୀ, କେନାଲ ମାଧ୍ୟମରେ ୪୬,୭୨୭ ହେକ୍ଟର ଅର୍ଥାତ ୧,୧୫,୪୪୫ ଏକର ଜମିକୁ ଜଳ ଯୋଗାଣ ହେଉଛି। ଯାହା ରାଜସ୍ବ ବିଭାଗ ତଥ୍ୟଠାରୁ ୨୯,୫୪୫ ଏକର ଅଧିକ। ଜିଲାର ଆଳି, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ନାହିଁ। ଡେରାବିଶ ତହସିଲ ଅଞ୍ଚଳରେ କୃଷି ବିଭାଗ ୨୬,୬୯୦ ଏକର ଜମିରେ ପାଣି ମାଡୁଥିବା ଦର୍ଶାଯାଇଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ୨୪,୨୩୧ ଏକର ଜମି ପାଇଁ କର ଧାର୍ଯ୍ୟ ହୋଇଛି। ସେହିପରି ଗରଦପୁର ତହସିଲ ଅଞ୍ଚଳରେ କୃଷି ବିଭାଗର ୨,୫୯୨ ଏକରରୁ ରାଜସ୍ବ ବିଭାଗ ୨,୦୯୪ ଏକର, କେନ୍ଦ୍ରାପଡ଼ାରେ ୩୩,୪୮୫ ଏକରରୁ ୩୦,୦୮୪ ଏକର, ମାର୍ଶାଘାଇରେ ୧୧,୦୩୦ ଏକରରୁ ୮,୦୫୦ ଏକର, ମହାକାଳପଡ଼ାରେ ୭,୪୩୦ ଏକରରୁ ୫,୪୧୯ ଏକର ଓ ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ୨୭,୩୬୨ ଏକରରୁ ୧୬,୦୮୭ ଏକର ଜମିରେ ଜଳକର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ବ, ଜଳସମ୍ପଦ, ଉଠାଜଳସେଚନ, କୃଷି ବିଭାଗୀୟ ଅଧିକାରୀଙ୍କର ଏକ ସମନ୍ବୟ କମିଟି ବସିବା ପାଇଁ ନିୟମ ଅଛି। କମିଟି ବୈଠକରେ ଜଳସେଚିତ ଜମିର ଆକଳନ ସହ ଅର୍ଥକରୀ ଫସଲ ଉପତ୍ାଦନ ସମ୍ପର୍କରେ ଯୋଜନା ପ୍ରସ୍ତୁତ ହୋଇଥାଏ। ଫଳରେ ଜିଲାର କୃଷିନୀତି ସଫଳ ହେବା ସହ ରାଜସ୍ବ ଆଦାୟ ପଥ ସୁଗମ ହୁଏ। ତେବେ ୨୭ବର୍ଷ ମଧ୍ୟରେ ଏପରି ସମନ୍ବୟ ବୈଠକ ବସିଥିବା ଜଣାପଡ଼ିନାହିଁ। ଫଳରେ ରାଜସ୍ବ ଆଦାୟ ବାଧାପ୍ରାପ୍ତ ସହ ପ୍ରକୃତ ଜଳସେଚନ ଜମିର ଆକଳନ ହୋଇପାରୁନାହିଁ। ଏହା ବ୍ୟତୀତ ପ୍ରତିବର୍ଷ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଜଳସେଚିତ ଚାଷ ଜମିକୁ ଘରବାରି କିସମକୁ ପରିବର୍ତ୍ତନ କରାଯାଉଛି। ଏହି କିସମ ପରିବର୍ତ୍ତନ ଜିଲା ପାଇଁ ଏକ ସମସ୍ୟା ଆଣିଛି। ପ୍ରାୟ ହଜାରରୁ ଅଧିକ ଚାଷ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲଗୁଡ଼ିକରେ ଆବେଦନ ପତ୍ର ପଡ଼ି ରହିଛି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, ପୂର୍ବର ବିଜେଡି ଶାସନାଧୀନ ରାଜ୍ୟ ସରକାର ପ୍ରତି ବ୍ଲକ ଅଞ୍ଚଳର ଚାଷ ଜମି ମଧ୍ୟରୁ ଅନୂ୍ୟନ ୩୫ ପ୍ରତିଶତକୁ ଜଳସେଚନ ପାଇଁ ଘୋଷଣା କରିଥିଲେ। ତେବେ ଜିଲାରେ ୨୫ ବର୍ଷ ମଧ୍ୟରେ ଗୋଟିଏ ଇଞ୍ଚ କେନାଲ ଖୋଳା ଯାଇନାହିଁ। ଜିଲାର ବହୁ କେନାଲ ପୋତି ହୋଇପଡ଼ିବାରୁ ଖେଳ ପଡ଼ିଆରେ ପରିଣତ ହୋଇଛି। ଉନ୍ନତୀକରଣ ନାମରେ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଏପରିକି କେନାଲ ନିକଟସ୍ଥ ଜମି ଜଳସେଚିତ ନ ହେବାରୁ ଜଳକର ନ ଦେବା ପାଇଁ ଚାଷୀ ଆନ୍ଦୋଳନ ହେଉଛି। ତୁରନ୍ତ ଏଥିପ୍ରତି ଜିଲାପାଳ, ଆରଡିସି ଓ ଜଳସମ୍ପଦ ବିଭାଗ ନଜର ଦେବା ଆବଶ୍ୟକ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ନୂତନ କେନାଲ ଖନନ ସମୟରେ ରାଜସ୍ବ ବିଭାଗ ସହିତ ଜଳସମ୍ପଦ ବିଭାଗ ଓ ଅନ୍ୟ ବିଭାଗର ସମନ୍ବୟ କମିଟି ବସିଥାଏ। ଏଥିରେ ଜଳସେଚନ ଯୋଗ୍ୟ କ୍ଷେତ୍ରଫଳ ହିସାବକୁ ନିଆଯାଇଥାଏ। ଜିଲାରେ ଜଳକର ଆଦାୟ ହେଉଥିବା ଜମିର ପୁନଃ ସମୀକ୍ଷା ହେଲେ ରାଜସ୍ବ ବଢ଼ିବା ସହିତ କୃଷି ନୀତି ସଫଳ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?