ଏଇ ଭାରତରେ

କୃଷିରେ ଅନିୟମିତ ବର୍ଷାର ପ୍ରଭାବ ଓ ରୋଗପୋକ ପ୍ରାଦୁର୍ଭାବ ବଢ଼ିଚାଲିଛି। ଏହାର ପ୍ରଭାବରେ ଅମଳ କମିବା ସହ କୃଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୂର କରିବା ଲାଗି ଆସାମରେ ନୀଲମ ଦତ୍ତ ଚେଷ୍ଟା ଜାରି ରଖିଛନ୍ତି। ସେ ‘ପାଭୋହି ଗ୍ରୀନ୍ସ’ କମ୍ପାନୀ ଗଠନ କରି ଜଳବାୟୁ ପରିବର୍ତ୍ତନ ସହନୀୟ ବିହନର ସଂରକ୍ଷଣ କରିବା ସହ ଚାଷ କରିବା ଲାଗି କୃଷକମାନଙ୍କୁ ଉତ୍ସାହିତ କରିଆସୁଛନ୍ତି। ସେ ଉତ୍ତର-ପୂର୍ବ ଭାରତର ୨୪,୦୦୦ କୃଷକଙ୍କୁ ଜୈବିକ ଚାଷ ଓ ବିହନ ସଂରକ୍ଷଣ ବିଷୟ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ସେ ୧୮ଏକର ଜମିରେ ଜୈବିକ ଚାଷ କରୁଛନ୍ତି। ଏହା ମାଧ୍ୟମରେ ପିଢ଼ି ପରେ ପିଢ଼ି ଚାଷ ହୋଇ ଆସୁଥିବା ବିହନ ବିଲୋପ ହେବାକୁ ବସିଥିବାବେଳେ ନିଲମ ତାହାର ସଂରକ୍ଷଣ କରି କୃଷକମାନଙ୍କୁ ଯୋଗାଇବା ସହ ଚାଷରେ ସହଯୋଗ କରୁଛନ୍ତି। ଫଳରେ କୃଷକମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମୁକାବିଲା କରି ଅଧିକ ଉତ୍ପାଦନ କରି ଲାଭ ପାଉଛନ୍ତି। ୧୫ ବର୍ଷ ମଧ୍ୟରେ ନିଲମ ୧୦୦୦ ପ୍ରକାର ସ୍ଥାନୀୟ ପାରମ୍ପରିକ ଧାନ ଓ ପରିବା ବିହନ ସଂରକ୍ଷଣ କରିପାରିଛନ୍ତି। ଏଥିରେ ୮୦୦ ପ୍ରକାରର ବିଭିନ୍ନ ପନିପରିବା ଓ ୨୦୦ କିସମର ଧାନ ବିହନ ରହିଛି। ପ୍ରତିବର୍ଷ ସେ ୮୦୦୦ ପ୍ୟାକେଟ ବିହନ ଶସ୍ତାରେ କୃଷକମାନଙ୍କୁ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri