ଏଇ ଭାରତରେ

ଶ୍ରୀଫଳ ନଡ଼ିଆ ସମସ୍ତଙ୍କର ପ୍ରିୟ। ଏହାର କତାରୁ ଦଉଡ଼ାଠାରୁ ଆରମ୍ଭ କରି ପାପୋଛ କିମ୍ବା ଅନ୍ୟ କିଛି ହସ୍ତକଳା ସାମଗ୍ରୀ ତିଆରି କରାଯାଉଥିବା ଆମେ ଦେଖୁଛୁ। କିନ୍ତୁ ଚେନ୍ନାଇର ଅନିସ ଅହମ୍ମଦ ନଡ଼ିଆ କତାରୁ କୁଣ୍ଡ, ଇଟା, ଗ୍ରୋବ୍ୟାଗ୍‌ ଓ କୋକୋପିଟ୍‌(ନଡ଼ିଆକତାରୁ ଗଛ ପାଇଁ ସମସ୍ତ ପ୍ରକାର ପୋଷାକ ଥିବା ଏକ ପ୍ରକାର ମାଟି ବା ଖତ) ପ୍ରସ୍ତୁତ କରୁଛନ୍ତି। ଏହାକୁ ସେ ଭାରତରେ ବିକ୍ରି କରିବା ସହ ବିଭିନ୍ନ ଦେଶକୁ ରପ୍ତାନି କରୁଛନ୍ତି ଏବଂ ବର୍ଷକୁ ଏଥିରୁ ୭୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ମୁଖ୍ୟତଃ ୟୁରୋପିଆନ ଦେଶଗୁଡ଼ିକୁ ଅଧିକ କୋକୋପିଟ୍‌ ରପ୍ତାନି କରାଯାଉଛି। ‘ଗ୍ଲୋବାଲ ଗ୍ରୀନ୍‌ କଏର’ ଷ୍ଟାର୍ଟଅପ୍‌ ମାଧ୍ୟରେ ଅନିସ ଏହି କାର୍ଯ୍ୟ କରୁଛନ୍ତି। ଅନିସ ପ୍ରସ୍ତୁତ କରୁଥିବା କୋକୋପିଟ୍‌ରେ ବିନା ପ୍ରାକୃତିକ ମାଟିରେ ବି ଗଛ ଭଲ ଭାବେ ବଢିପାରୁଛି। ନଡ଼ିଆ କତାକୁ ଏଣେତେଣେ ଫିଙ୍ଗିଦେବା ଦ୍ୱାରା ପ୍ରଦୂଷଣ ବୃଦ୍ଧି ହେଉଛି। ଏଣୁ ତାଙ୍କ ଷ୍ଟାର୍ଟଅପ୍‌ ପ୍ରଦୂଷଣ ହ୍ରାସରେ ସହାୟକ ହୋଇପାରୁଛି ବୋଲି କହନ୍ତି ଅନିସ।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri