ଏଇ ଭାରତରେ

ଛତିଶଗଡ଼ର ବସ୍ତର ଅଞ୍ଚଳ ମାଓପ୍ରବଣ ଓ ଏହାର ଘଞ୍ଚ ଜଙ୍ଗଲିଆ କ୍ଷେତ୍ରରେ ରହୁଥିବା ଆଦିବାସୀଙ୍କ ଜୀବନଜୀବିକା ଅତ୍ୟନ୍ତ କଷ୍ଟକର। ସେଭଳି ଏକ ଅଞ୍ଚଳରେ ସତ୍ୟେନ୍ଦ୍ର ସିଂ ଲିହାରେ ଆଦିିବାସୀଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ‘ବସ୍ତର ସେ ବଜାର ତକ୍‌’ ବିଜ୍‌ନେସ ଆରମ୍ଭ କରି ତା’ ମାଧ୍ୟମରେ ବିଭିନ୍ନ ଉପତ୍ାଦକୁ ସିଧାସଳଖ ମାର୍କେଟରେ ବିକିବାର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ମଧ୍ୟସ୍ଥଙ୍କ ଆବଶ୍ୟକତା ପଡ଼ୁନାହିଁ, ଫଳରେ ଚାଷୀମାନେ ଅଧିକ ଲାଭ ପାଇପାରୁଛନ୍ତି। ବିଶେଷକରି ଆତ, ଜାମୁକୋଳି, ତେନ୍ତୁଳି,ପନିପରିବା, ମାଛ ଓ ଓଷଧୀୟ ଗଛ ଆଦି ବିକ୍ରି କରାଯାଉଛି। ଏହାକୁ ସେ ମୁମ୍ବାଇ,ହାଇଦ୍ରାବାଦ, ପୁଣେ, ରାୟପୁର ଆଦି ସହରରେ ବିକ୍ରି କରୁଛନ୍ତି। ଏଥିରୁ ମଧ୍ୟ ବିଭିନ୍ନ ଉପତ୍ାଦ ପ୍ରସ୍ତୁତ କରାଯାଉଛି। ଏହି କାର୍ଯ୍ୟରେ ସେ ୧୫୫୦ ଆଦିବାସୀ ମହିଳାଙ୍କୁ ନିଯୁକ୍ତ କରି ସେମାନଙ୍କୁ ଆମତ୍ନିର୍ଭର କରିବାରେ ସକ୍ଷମ ହୋଇପାରିଛନ୍ତି। ସତ୍ୟେନ୍ଦ୍ରଙ୍କ ପିଲାଦିନ ବହୁ କଷ୍ଟରେ କଟିଛି। ସେ ଅର୍ଥାଭାବରେ ରହି ଶିକ୍ଷା ଶେଷ କରି ଆଦିବାସୀଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ୨୦୨୦ରେ ‘ବସ୍ତର ସେ ବଜାର ତକ୍‌’ ବିଜ୍‌ନେସ ଆରମ୍ଭ କରିଥିଲେ। ଦୀର୍ଘଦିନର ସଂଘର୍ଷମୟ ଅଧ୍ୟାୟ ଅତିକ୍ରମ କରି ସେ ସଫଳ ହୋଇଛନ୍ତି। ବର୍ଷକୁ ଏଥିରୁ ୧ କୋଟି ଟଙ୍କା ଆୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?