Odisha Elections 2024

ଏଇ ଭାରତରେ

ବୟସ ୭୦ ଛୁଇଁଲାଣି। ଚିକିତ୍ସା କରିବାର ଇଚ୍ଛାଶକ୍ତି ଆଗରେ ବୟସ ହାର ମାନିଛି। ଏଭଳି ଜଣେ ସେବାରେ ସମର୍ପିତ ଡାକ୍ତର ହେଉଛନ୍ତି ଅରୁଣୋଦୟ ମଣ୍ଡଳ। ସେ ପଶ୍ଚିମବଙ୍ଗର ଦୁର୍ଗମ ସୁନ୍ଦରବନ ଅଞ୍ଚଳକୁ ସପ୍ତାହାନ୍ତରେ ଗସ୍ତକରି ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଡ. ମଣ୍ଡଳ ରହୁଛନ୍ତି କୋଲକାତାରେ। ସେଠାରୁ ପ୍ରତି ଶନିବାର ୧୬୦ କି.ମି. ଗସ୍ତକରି ସୁନ୍ଦରବନସ୍ଥିତ ତାଙ୍କ ସୁଜାନ କ୍ଲିନିକ୍‌ରେ ପହଞ୍ଚୁଛନ୍ତି। ଏହି କାର୍ଯ୍ୟ ସେ ୨୩ ବର୍ଷ ହେଲା କରିଆସୁଛନ୍ତି ଓ ପ୍ରତିବର୍ଷ ସେ ୧୨,୦୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି। ଡ. ମଣ୍ଡଳ ଏମ୍‌ବିବିଏସ୍‌ ଶେଷକରି କୋଲକାତାର ଏକ ଶିଶୁ ଡାକ୍ତରଖାନାରେ ଯୋଗଦେଇ କିଛି ବର୍ଷ କାର୍ଯ୍ୟ କରିଥିଲେ। ୧୯୮୦ରେ ତାହାକୁ ଛାଡ଼ି ନିଜେ ଲୋକଙ୍କ ସେବା ଆରମ୍ଭ କରିବା ସହ ୨୦୦୦ରେ ସୁନ୍ଦରବନ ଅଞ୍ଚଳରେ ମାଗଣା ଚିକିତ୍ସା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି...

ଚାରି ଦୁଆର ଓ ରତ୍ନ ଭଣ୍ଡାର

ପୁରୀ ସହର ବା ଜିଲା ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଏପରି କି ବିଦେଶରେ ରହୁଥିବା ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଶ୍ରୀମନ୍ଦିରର ଚାରି...

ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ...

ସମୟାନ୍ତରେ ରାମାୟଣ

ଗଙ୍ଗା ନଦୀ ଅବବାହିକାରେ ଭାରତର ୫୦ ପ୍ରତିଶତ ଭୋଟର ରହନ୍ତି। ତେଣୁ ହିନ୍ଦୁତ୍ୱବାଦୀ ରାଜନେତାମାନଙ୍କ ପାଇଁ ରାମାୟଣ ବିଶେଷକରି ତୁଳସୀ ଦାସ ରଚିତ ରାମଚରିତ ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri