ଏଇ ଭାରତରେ

ଶିକ୍ଷା ବ୍ୟବସ୍ଥାରେ ଯେତେ ଯୋଜନା କଲେ ମଧ୍ୟ ଡ୍ରପ୍‌ଆଉଟ୍‌ (ଅଧାରୁ ପାଠ ଛାଡ଼ିଦେବା) ସମସ୍ୟା ଦୂର ହୋଇପାରୁ ନାହିଁ। ପିଲାମାନେ ଅଧାରୁ ପାଠ ଛାଡ଼ିବା ଏବେ ଚିନ୍ତାର କାରଣ ହେଉଛି। ତେବେ ତେଲଙ୍ଗାନା ମଞ୍ଜରିଲର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ନାଗୋରୀଙ୍କର ଏହି ସମସ୍ୟା ସମାଧାନ କରିବାର ପ୍ରୟାସ ବର୍ତ୍ତମାନ ଚର୍ଚ୍ଚରେ ରହିଥିବା ବେଳେ ସେ ବେଶ୍‌ ପ୍ରଶଂସା ସାଉଁଟୁଛନ୍ତି। ସେ ସ୍କୁଲକୁ ପିଲାମାନଙ୍କୁ ଆଣିବା ପାଇଁ ଗାଡ଼ି ବ୍ୟବସ୍ଥା କରିଛନ୍ତି। ପ୍ରାୟ ୫ କିଲୋମିଟର ଦୂରରୁ ଦୁର୍ଗମ ଅଞ୍ଚଳରୁ କଚ୍ଚା ରାସ୍ତାରେ ଗାଡ଼ି ଯୋଗେ ସେ ପିଲାମାନଙ୍କୁ ସ୍କୁଲକୁ ଆଣୁଛନ୍ତି। ଘରୁ ପିଲାମାନଙ୍କୁ ଆଣିବା ଦ୍ୱାରା ଏବେ ତାଙ୍କ ସ୍କୁଲର ଡ୍ରପ୍‌ଆଉଟ୍‌ ହାର ହ୍ରାସ ପାଇଛି। ସେ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ସ୍କୁଲ ସମୟ ବାଦ୍‌ ଏକ୍ସଟ୍ରା କ୍ଲାସ୍‌ର ଆୟୋଜନ କରୁଛନ୍ତି। ଏହି ଏକ୍ସଟ୍ରା କ୍ଲାସ୍‌ ଓ ପରିବହନ ଖର୍ଚ୍ଚ ନାଗୋରୀ ନିଜ ଦରମାରୁ ଭରଣା କରୁଛନ୍ତି। ସେ ଏହି ସ୍କୁଲରେ ନିରବଚ୍ଛିନ୍ନ ଭାବେ ୨୦ ବର୍ଷ ହେଲା ଶିକ୍ଷାଦାନ କରୁଛନ୍ତି। ତାଙ୍କୁ ଏବେ ବୟସ ୪୩। ସେ ସ୍କୁଲରେ ଅନେକ ସଂସ୍କାରମୂଳକ ପରିବର୍ତ୍ତନ ଆଣିପାରିଛନ୍ତି। ୨୦୦୦ ମସିହାରେ ନାଗୋରୀ ସ୍କୁଲରେ ଯୋଗଦେବା ସମୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଥିଲା ମାତ୍ର ୩୪। ତାଙ୍କ ଅବିଶ୍ରାନ୍ତ ପ୍ରଚେଷ୍ଟା ବଳରେ ଏବେ ଏହି ସଂଖ୍ୟା ୨୭୫ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ରହିଛି ୧୦୩।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri