ଏଇ ଭାରତରେ

ପିଲା କେବଳ ପଢିଲେ ଆଜିର ସମାଜରେ ସଶକ୍ତ ହେବେ ତାହା ନୁହେଁ, ବରଂ ସେମାନଙ୍କୁ ଅନ୍ୟ ସବୁ ବିଷୟରେ ପାରଙ୍ଗମ କରିବାର ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରିଛନ୍ତି ଉତ୍ତରାଖଣ୍ଡର କମଲେଶ ଅଟଓ୍ବାଲ। ଉତ୍ତରାଖଣ୍ଡରେ ଗ୍ରାମୀଣ ପିଲାମାନଙ୍କୁ ସେ ନିଆରା ପଦ୍ଧତିରେ ଶିକ୍ଷା ଦେଉଛନ୍ତି, ଯେଉଁଥିରେ ଛାତ୍ରୀଛାତ୍ରମାନେ ସମ୍ପୂର୍ଣ୍ଣ ଶିକ୍ଷା ପ୍ରାପ୍ତ ହେବା ସହ ଏକ ନିଆରା ଛାତ୍ର ନେତୃତ୍ୱଭିତ୍ତିକ ପରିବେଶ ସୃଷ୍ଟି କରିପାରୁଛନ୍ତି। ଛାତ୍ରମାନେ ଶିକ୍ଷାରୁ ବଞ୍ଚିତ ଅନ୍ୟ ଅଞ୍ଚଳର ଗ୍ରାମୀଣ ପିଲାଙ୍କୁ ପଢାଉଛନ୍ତି। କମଲେଶ ରହୁଛନ୍ତି ନାନକମତା ଗାଁରେ। ସେଠାରେ ନାନକମତା ପବ୍ଲିକ ସ୍କୁଲ(ଏନ୍‌ପିଏସ୍‌) ଖୋଲି ଏଭଳି ଶିକ୍ଷା ଦେଉଛନ୍ତି। ସେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ପିିଏଚଡି କରିଛନ୍ତି। ଶ୍ରେଣୀ ଶିକ୍ଷା ବ୍ୟତୀତ ପ୍ରତିଦିନ ୪ଟାରୁ ୬ଟା ଯାଏ ଖେଳ, ଫିଲ୍ମ, କଳା ଓ ଚିତ୍ର ମାଧ୍ୟମରେ ସେମାନଙ୍କୁ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହିସବୁ କାର୍ଯ୍ୟକ୍ରମର ନେତୃତ୍ୱ ପିଲାମାନେ ହିଁ ନେଉଛନ୍ତି। ଫଳରେ ପାରମ୍ପରିକ ଶ୍ରେଣୀ ଶିକ୍ଷା ତୁଳନାରେ ସେମାନେ ଅଧିକ କିଛି ଶିକ୍ଷା କରୁଛନ୍ତି। ସ୍ଥାନୀୟ ସମାଜ ଉପରେ ଫିଲ୍ମ ନିର୍ମାଣ କରି ଲୋକମାନଙ୍କ ଚାଲିଚଳଣ ଓ କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ଅବଗତ ହୋଇପାରୁଛନ୍ତି। ପିଲାମାନେ ସ୍କୁଲରେ ଏକ ଫିଲ୍ମ କ୍ଲବ୍‌ ଗଠନ କରିଛନ୍ତି। ପ୍ରତି ମାସରେ ଓ୍ବାଲ ମାଗାଜିନ ପ୍ରସ୍ତୁତ କରୁଛନ୍ତି। ଏପରିକି ସେମାନେ ଡିଜିଟାଲ ମାଗାଜିନ ପ୍ରକାଶ କରୁଛନ୍ତି। ପିଲାମାନେ ବିଭିନ୍ନ ଅଞ୍ଚଳରେ ୨୦ଟି କମ୍ୟୁନିଟି ସେଣ୍ଟର ଖୋଲି ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ସ୍କୁଲକୁ ଆଣି ପଢାଉଛନ୍ତି। ଏବେ ଏନ୍‌ପିଏସ୍‌ରେ ୧୦୦୦ରୁ ଅଧିକ ପିଲା ପଢୁଛନ୍ତି। ମୁଖ୍ୟତଃ ନବମ ଓ ଦଶମ ପିଲାମାନେ ବିଭିନ୍ନ ପ୍ରୋଜେକ୍ଟରେ ଜଡ଼ିତ ରହୁଛନ୍ତି। ଏପରି କି ସ୍କୁଲରେ ପଢୁଥିବା ପିଲାମାନେ ସେମାନଙ୍କ ଅଞ୍ଚଳରେ ଲାଇବ୍ରେରି ଖୋଲି ତାହାର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?