ବ୍ରିଟେନରେ ଦିନକୁ ୧୨ ହଜାର ଓମିକ୍ରନ୍‌ ମାମଲା

ଲଣ୍ଡନ, ୨୧।୧୨(ପି.ଟି.): ବ୍ରିଟେନରେ ଓମିକ୍ରନ୍‌ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଛି। ସେଠାରେ ଦୈନିକ ସଂକ୍ରମଣ ୧୨,୧୩୩ରେ ପହଞ୍ଚତ୍ଛି। ତେଣୁ କଠୋର ଲକ୍‌ଡାଉନ୍‌ ଲଗାଇବା ନେଇ ସୋମବାର ବ୍ରିଟିଶ କ୍ୟାବିନେଟରେ ଆଲୋଚନା ହୋଇଛି। ଦେଶରେ ମୋଟ ଓମିକ୍ରନ୍‌ ମାମଲା ୩୭,୧୦୧ରେ ପହଞ୍ଚତ୍ଛି। ରବିବାର ସେଠାରେ ୮୨,୮୮୬ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଓ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ବ୍ରିଟେନରେ ଓମିକ୍ରନ୍‌ ଭାରିଆଣ୍ଟ ଜନିତ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚତ୍ଛି। କଠୋର ଲକ୍‌ଡାଉନ ସପକ୍ଷରେ ନ ଥିବା ବ୍ରିଟିଶ ଉପପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ୍‌ କହିଛନ୍ତି। ଟିକାକରଣ ବଢ଼ିଥିବା ସହ ଅଧିକାଂଶ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆଗଲାଣି। ଚଳିତ ବର୍ଷ ପୂର୍ବବର୍ଷ ଅପେକ୍ଷା ଖ୍ରୀଷ୍ଟମାସ ଉତ୍ସବ ଭଲ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତେବେ ଲୋକମାନେ ଯତ୍ନଶୀଳ ହେବା ସହ ସତର୍କ ରହିବା ଜରୁରୀ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୋଭିଡ୍‌ କଟକଣା ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସରକାରଙ୍କୁ ୩ଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି। ଅତ୍ୟଧିକ ସଂକ୍ରମଣ ପାଇଁ କଠୋର ଗାଇଡ୍‌ଲାଇନ, ଦୋକାନ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ଶୀଘ୍ର ବନ୍ଦ କରିବା ଏବଂ ଜନ ସମାଗମ କମ୍‌ କରିବା ଲାଗି ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ଲକ୍‌ଡାଉନ ଯୋଗୁ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ତେଣୁ କଠୋର ଲକ୍‌ଡାଉନ ବ୍ୟବସ୍ଥାକୁ ବ୍ରିଟିଶ ଚାନ୍‌ସେଲର ରିଷି ସୁନକଙ୍କ ସମେତ ଅନେକ ବିରୋଧ କରୁଛନ୍ତି। ତେବେ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା କଟକଣା କଡ଼ାକଡି କରିବା ସପକ୍ଷରେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ନେଦରଲାଣ୍ଡସ୍‌ରେ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ଜାନୁୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଜାନୁୟାରୀ ୧୪ ପର୍ଯ୍ୟନ୍ତ ନେଦରଲାଣ୍ଡସ୍‌ରେ ସମସ୍ତ ଅଣଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ପ୍ରତିଷ୍ଠାନ, ବାର୍‌, ରେଷ୍ଟୁରାଣ୍ଟ ବନ୍ଦ ରହିବା ସହ ୯ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଫ୍ରାନ୍ସ, ସାଇପ୍ରସ୍‌, ଅଷ୍ଟ୍ରିଆ ଆଦି ଦେଶ ଯାତାୟାତରେ କଟକଣା ଲଗାଇଛନ୍ତି। ଡେନ୍‌ମାର୍କରେ ଥିଏଟର, କନସର୍ଟ ହଲ୍‌, ପ୍ରମୋଦ ଉଦ୍ୟାନ ଓ ମ୍ୟୁଜିୟମକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଧମକ ଦେଲା ରୁଷିଆ

ମସ୍କୋ,୨୧।୪: ପାକିସ୍ତାନରୁ ଆସୁଥିବା ଚାଉଳକୁ ନିଷିଦ୍ଧ କରିବ ବୋଲି ରୁଷିଆ ପାକିସ୍ତାନକୁ ଚେତାବନୀ ଦେଇଛି। ରୁଷିଆର ଏହି ଧମକ ଦେବାର କାରଣ ପାକିସ୍ତାନରୁ ଯୋଗାଣ ହେଉଥିବା...

ବିରଳ ଘଟଣା, ୬ ସନ୍ତାନକୁ ଜନ୍ମ ଦେଲେ ପାକିସ୍ତାନୀ ମହିଳା

ନୂଆଦିଲ୍ଲୀ,୨୧।୪: ଏକ ବିରଳ ଘଟଣାରେ ରାୱଲପିଣ୍ଡିର ଏକ ଡାକ୍ତରଖାନାରେ ୨୭ ବର୍ଷୀୟ ପାକିସ୍ତାନୀ ମହିଳା ୬ ଟି ଶିଶୁ ଜନ୍ମ ଦେଇଛନ୍ତି। ଡନ୍‌ର ରିପୋର୍ଟ ଅନୁଯାୟୀ,...

ଦାଉଦ ଇବ୍ରାହିମ୍‌ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି ଜୀବିତ, ୮ ବର୍ଷ ପରେ ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ୨୧ା୪: ପ୍ରାୟ ୮ବର୍ଷ ଧରି ତିହାର ଜେଲରେ ରହିଥିବା ଅଣ୍ଡରଓ୍ବାଲର୍‌ଡ ଡନ୍‌ ଛୋଟା ରାଜନ ତଥା ଦାଉଦ ଇବ୍ରାହିମ୍‌ଙ୍କ ସବୁଠୁ ବଡ଼ ଶତ୍ରୁ ଏବେ ବି...

ଇମ୍ରାନ୍‌ଙ୍କ ଅଭିଯୋଗ: ସ୍ତ୍ରୀଙ୍କୁ ଦିଆଯାଉଛି ଟଏଲେଟ୍‌ କ୍ଲିନର ମିଶା ଖାଦ୍ୟ

ରାଓ୍ବଲପିଣ୍ଡି,୨୧ା୪: ସ୍ତ୍ରୀ ବୁଶ୍ରା ବିବିଙ୍କୁ ଖାଦ୍ୟରେ ଟଏଲେଟ୍‌ କ୍ଲିନର ମିଶାଇ ଦିଆଯାଉଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିଯୋଗ କରିଛନ୍ତି। ରାଓଲପିଣ୍ଡିର ଆଡିଆଲା ଜେଲରେ...

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri