Posted inଜାତୀୟ

ଜମ୍ମୁ-କଶ୍ମୀରରେ ବଢ଼ିବ ବିଧାନସଭା ଆସନ

ନୂଆଦିଲ୍ଲୀ, ୨୧।୧୨(ପି.ଟି.): ଜମ୍ମୁ-କଶ୍ମୀର ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ ଅଞ୍ଚଳ ପାଇଁ ଅତିରିକ୍ତ ୬ ଏବଂ କଶ୍ମୀର ପାଇଁ ଗୋଟିଏ ନିର୍ବାଚନ ମଣ୍ଡଳୀ ଗଠନ ପ୍ରସ୍ତାବ ଦେଇଛନ୍ତି। ଏଥିସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୬ଟି ଆସନ ସଂରକ୍ଷିତ ରଖିଛନ୍ତି କମିଶନ। ଏହି ପ୍ରସ୍ତାବକୁ ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। କମିଶନ ଭାଜପାର ରାଜନୈତିକ କାର୍ଯ୍ୟସୂଚୀକୁ କାର୍ଯ୍ୟକାରୀ କରୁଥିବା ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଭିଯୋଗ କରିଛି। ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି), ଜମ୍ମୁ-କଶ୍ମୀର ଅପ୍‌ନି ପାର୍ଟି ଏବଂ ପିପୁଲ୍ସ କନ୍‌ଫରେନ୍ସ ମଧ୍ୟ କମିଶନଙ୍କ ଚିଠା ସୁପାରିସକୁ ଦୃଢ଼ ବିରୋଧ କରିଛନ୍ତି। ବର୍ତ୍ତମାନ କଶ୍ମୀର ଡିଭିଜନରେ ୪୬ ଓ ଜମ୍ମୁରେ ୩୭ ଆସନ ରହିଛି।
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନଙ୍କ ଦ୍ୱିତୀୟ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଜମ୍ମୁ-କଶ୍ମୀରର ୫ ଲୋକ ସଭା ସଦସ୍ୟ ସହଯୋଗୀ ସଦସ୍ୟ ଥିବାବେଳେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଏକ୍ସ-ଅଫିସିଓ ସଦସ୍ୟ ରହିଛନ୍ତି। ନିର୍ବାଚନମଣ୍ଡଳୀ ବୃଦ୍ଧି ପ୍ରସ୍ତାବ ଉପରେ ଡିସେମ୍ବର ୩୧ ସୁଦ୍ଧା ମତାମତ ଦେବାକୁ ଦଳଗୁଡ଼ିକୁ କୁହାଯାଇଛି। କମିଶନଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଦଳୀୟ ସହକର୍ମୀ ଏବଂ ଗୁପକାର ମେଣ୍ଟକୁ ଜଣାଇବେ ବୋଲି ଏହାର ଅଧ୍ୟକ୍ଷ ଫାରୁକ୍‌ କହିଛନ୍ତି। କମିଶନଙ୍କ ମାଧ୍ୟମରେ ଭାଜପା ଏହାର ରାଜନୈତିକ କାର୍ଯ୍ୟସୂଚୀ ଲଦିଦେବାକୁ ଯୋଜନା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟୁଇଟ୍‌ କରିଛନ୍ତି। କମିଶନଙ୍କ ଚିଠା ସୁପାରିସ ଗ୍ରହଣୀୟ ନୁହେଁ। ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ଜମ୍ମୁରେ ୬ ଏବଂ କଶ୍ମୀରରେ ଗୋଟିଏ ଅତିରିକ୍ତ ଆସନ ପ୍ରସ୍ତାବ ଯଥାର୍ଥ ନୁହେଁ ବୋଲି ଓମାର କହିଛନ୍ତି। ସୀମା ନିର୍ଦ୍ଧାରଣ କମିଶନଙ୍କ ପ୍ରସ୍ତାବକୁ କଶ୍ମୀର ଅପ୍‌ନୀ ଦଳ ମଧ୍ୟ ପ୍ରତ୍ୟାଖ୍ୟାନ କରିଛି। ଭାଜପାର ରାଜନୈତିକ ସ୍ବାର୍ଥ ଚରିତାର୍ଥ କରିବା ପାଇଁ କମିଶନ ଗଠନ କରାଯାଇଛି ବୋଲି ପିଡିପି ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଅଭିଯୋଗ କରିଛନ୍ତି। ଧର୍ମ ଓ ଆଞ୍ଚଳିକତା ଆଧାରରେ ଭାଜପା ଲୋକମାନଙ୍କୁ ଭାଗ ଭାଗ କରିବାକୁ ଚାହୁଁଛି। କେନ୍ଦ୍ର ସରକାରଙ୍କ ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ଏହି ବେଆଇନ ତଥା ଅସାମ୍ବିଧାନିକ ନିଷ୍ପତ୍ତିକୁ ଆଇନସମ୍ମତ କରିବା ଭଳି ସରକାର ଭାଜପା ଜମ୍ମୁ-କଶ୍ମୀରରେ ଚାହୁଁଛି ବୋଲି ମେହବୁବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri