୪୭ ଜଣଙ୍କୁ ହତ୍ୟା କଲେଣି ବନ୍ଧୁକଧାରୀ

ଲାଗୋସ୍‌, ୨୧ା୧୨: ନାଇଜେରିଆର ଅଶାନ୍ତ ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ଧୁକଧାରୀଙ୍କ ବର୍ବରତା ସୀମା ଟପିବାରେ ଲାଗିଛି। ମାତ୍ର ୩ ଦିନ ମଧ୍ୟରେ ଆତତାୟୀମାନେ ୪୭ ଜଣଙ୍କୁ ଗୁଳି କରି ହତ୍ୟା କଲେଣି। କେବଳ ରବିବାର ୩୮ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ଶୁକ୍ରବାର ୯ ଜଣଙ୍କୁ ଗୁଳି କରିଦିଆଯାଇଛି। ବହୁ ସଂଖ୍ୟାରେ ଗାଡ଼ି, ଫସଲ ସହ ଘରେ ନିଆଁ ଲଗାଇଦିଆଯାଇଛି। ତେବେ ଏଥିପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ଡକାୟତି ଗ୍ୟାଙ୍ଗ୍‌ ଏପରି କରୁଥିବା କୁହାଯାଉଛି। ୟୁଏସ୍‌ କାଉନସିଲ ଅନ୍‌ ଫରେନ ରିଲେଶନ ରିପୋର୍ଟ ଅନୁସାରେ, ଉତ୍ତର-ପୂର୍ବ ସମେତ ଦେଶର ମଧ୍ୟଭାଗରେ ୨୦୨୧ ବର୍ଷରେ ବନ୍ଧୁକଧାରୀମାନେ ଏପର୍ଯ୍ୟନ୍ତ ପ୍ରାୟ ୨,୫୦୦ ଲୋକଙ୍କୁ ହତ୍ୟା କରିଲେଣି। ଗତ ୩ ମାସରେ ଏହି ସଂଖ୍ୟା ଅଧିକ ମାତ୍ରାରେ ବଢ଼ିଛି। ଏହି ସଶସ୍ତ୍ର ଗୋଷ୍ଠୀଗୁଡ଼ିକରେ ଫୁଲାନି ଜାତିର ଯୁବକମାନେ ସାମିଲ ଅଛନ୍ତି। ଜଳ ଏବଂ ଚାରଣ ଭୂମିକୁ ନେଇ ହାଉସା କୃଷକ ସମ୍ପ୍ରଦାୟ ସହ ସେମାନଙ୍କ ବିବାଦ ରହିଆସିଛି। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ ହେଁ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଦଶନ୍ଧି ଧରି ନାଇଜେରିଆ ସୈନ୍ୟ ଉତ୍ତର-ପୂର୍ବ ଅଞ୍ଚଳରେ ମୁସଲମାନ କଠୋରପନ୍ଥୀ ଗୋଷ୍ଠୀଙ୍କ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। ବୋକୋ ହାରାମ, ଇସ୍‌ଲାମିକ୍‌ ଷ୍ଟେଟ୍‌ ଭଳି ଆତଙ୍କବାଦୀ ସଙ୍ଗଠନ ନିଜ ପ୍ରଭାବ ବିସ୍ତାର କରିବାକୁ ଡକାୟତ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନଙ୍କ ପରେ କମଲାଙ୍କୁ ସମର୍ଥନ କଲେ ଓବାମା-ମିଶେଲ; ଟ୍ରମ୍ପଙ୍କ ଅଡୁଆ ବଢ଼ିଲା…

ଓ୍ବାଶିଂଟନ,୨୬।୭: ଆମେରିକା ରାଷ୍ଟ୍ରପତି ପଦ ଲାଗି କମଲା ହାରିସଙ୍କ ପ୍ରାର୍ଥୀତ୍ୱ ମଜଭୂତ ହେବାରେ ଲାଗିଛି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା...

ମୁକେଶ ଅମ୍ବାନୀଙ୍କ ସହ ଏହି ମହିଳାଙ୍କ ସେଲ୍‌ଫି ଭାଇରାଲ, ଜାଣନ୍ତୁ ଫଟୋକୁ ନେଇ କାହିଁକି ପାକିସ୍ତାନରେ ହେଉଛି ଚର୍ଚ୍ଚା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସହ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ସହ ଫଟୋରେ ଦେଖାଯାଇଥିବା...

ଭାରତ ଉପରେ ରାଗିଗଲା ଆମେରିକା: ପରେ ଭାରତ ଦେଲା କଡ଼ା ଜବାବ

ଓ୍ବାଶିଂଟନ,୨୬।୭: ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଗସ୍ତରେ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତେବେ ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ...

ଏହି କାମ କରିବାକୁ ଶପଥ ନେଲେ କମଲା ହାରିସ

ଓ୍ବାଶିଂଟନ,୨୬।୭: ହମାସ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାରେ ପହଞ୍ଚିଛନ୍ତି। ସେ ଏଠାରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା...

ପୁଅ ପାଇଁ କନ୍ୟା ଦେଖିବାକୁ ଯାଇଥିଲେ ବାପା: ଘରକୁ ଆସି ଦେଖିଲାବେଳକୁ ପାଦ ତଳୁ ଖସିଗଲା ମାଟି

ଢାକା,୨୫।୭: ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସାତ୍ମକ ପ୍ରତିବାଦରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ କିଛି ଲୋକ ଅଛନ୍ତି, ଯାହାଙ୍କ ମୃତଦେହକୁ ଚିହ୍ନିବା କଷ୍ଟକର।...

ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୭: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ...

ମାଳଦ୍ୱୀପକୁ ବଡ଼ ଝଟ୍‌କା ଦେଲା ଭାରତ

ନୂଆଦିଲ୍ଲୀ,୨୫।୭: ୨୦୨୪ ବଜେଟରେ ମାଳଦ୍ୱୀପକୁ ଦିଆଯାଇଥିବା ଅନୁଦାନ ସହାୟତା ରାଶିରେ ଭାରତ ସରକାର ଏକ ବଡ଼ ହ୍ରାସ କରିଛନ୍ତି। ଏହା ପରେ ମୁଇଜୁଙ୍କ ଦେଶ ଭାରତରୁ...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri