ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାକୁ ୫-ଜି ସେବା

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ହାଇସ୍ପିଡ୍‌ ୫-ଜି ଇଣ୍ଟରନେଟ୍‌ ସେବା ମିଳିବ। ପ୍ରଥମ ପର୍ଯ୍ୟାୟରେ ଏହି ସୁବିଧା ପାଇବାରୁ ଓଡ଼ିଶା ବଞ୍ଚିତ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାକୁ ଏହି ସେବାରେ ସାମିଲ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଦେଶର ୨୦ରୁ ୨୫ଟି ସହରରେ ଏହି ସୁବିଧା ଉପଲବ୍ଧ ହେବ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କୋଣାର୍କଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୫-ଜି ସେବା ଯୋଗାଇ ଦେବାକୁ ଓଡ଼ିଶାର କୌଣସି ସହରକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟକୁ ଏହି ସେବା ଉପଲବ୍ଧ ହେବ। ୫-ଜି ସେବା ପାଇଁ ଟେଲିକମ୍‌ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ମିଡ୍‌ ଓ ହାଇବ୍ୟାଣ୍ଡ ସ୍ପେକ୍ଟ୍ରମ ବ୍ୟବହାର କରିବାକୁ ପଡ଼ିବ। ୫-ଜି ସେବା ୪-ଜି ସେବାଠାରୁ ୧୦ ଗୁଣା ସ୍ପିଡ୍‌ ରହିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। କୋଣାର୍କକୁ ରେଳ ସଂଯୋଗ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତିି ଯେ ଖୁବ୍‌ଶୀଘ୍ର କୋଣାର୍କକୁ ରେଳ ସଂଯୋଗ କରିବା ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ତେବେ କୋଣାର୍କକୁ ପୁରୀରୁ କିମ୍ବା ଅନ୍ୟ କେଉଁ ସ୍ଥାନରୁ ରେଳ ସଂଯୋଗ କରାଯିବ ତାହାକୁ ଦୃଷ୍ଟିରେ ରଖି ସର୍ଭେ କାର୍ଯ୍ୟ କରାଯିବ। ଅଗ୍ନିପଥ ଯୋଜନାକୁ ନେଇ କୌଣସି ପ୍ରକାର ରାଜନୀତି ଓ ଗୁଜବକୁ ବିଶ୍ୱାସ ନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ଏହି ଯୋଜନାକୁ ନେଇ ରାଜନୀତି ନ କରିବାକୁ ଅଶ୍ୱିନୀ ରାଜନୈତିକ ଦଳଗୁଡ଼ିକୁ ଆହ୍ବାନ କରିଛନ୍ତି। ୧୯୯୦ ମସିହାରୁ ଅଗ୍ନିପଥ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଅନେକ ଦେଶ ଏହି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଏସ୍‌ମା

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସରକାରୀ ଡାକ୍ତରଖାନାରେ ନିୟୋଜିତ ନର୍ସ, ଫାର୍ମାସିଷ୍ଟ, ପାରାମେଡିକ୍‌, ଟେକ୍ନିସିଆନ୍‌ଙ୍କ ଉପରେ ରାଜ୍ୟ ସରକାର ସୋମବାର ଅତ୍ୟାବଶ୍ୟକ ସେବା ଏବଂ ପରିଚାଳନା ଆଇନ(ଏସ୍‌ମା) ଲାଗୁ କରିଛନ୍ତି।...

ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର: ମହିଳାଙ୍କ ମଳଦ୍ୱାରରୁ ବାହାରିଲା ବୋତଲ ମୁହଁ

କଟକ ଅଫିସ, ୫।୬:ଚୁଲିରେ ରୋଷେଇ କରୁଥିବା ବେଳେ ଚୁଲି ଭିତରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। କୌଣସି ପ୍ରକାରେ ଚୁଲି ଭିତରେ ଏକ କାଚ ବୋତଲ ରହି...

ଚିଲିକାରେ ମୁହାଣ ଖୋଲିବା ଆଶଙ୍କା, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ବ୍ରହ୍ମଗିରି, ୧୬ା୪(ଡି.ଏନ.ଏ): ଚିଲିକା ପାଇଁ ବିପଦ ସାଜିଛି ମାଲେସିଆର କଣ୍ଟେନର। ଏହା ଯୋଗୁ ଚିଲିକାରେ ଆଉ ଏକ ନୂଆ ମୁହାଣ ଖୋଲିବାର ଆଶଙ୍କା କରାଯାଉଛି। ଏ...

ପରାଜିତ ଯାଇ ନ ପାରନ୍ତି ରାଜ୍ୟ ସଭା

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟ ସଭାରେ ଖାଲି ହୋଇଥିବା ଓଡିଶାର ୩ ଆସନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ବିଧାନସଭା ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏହି...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଉତ୍କଳ ବିଶ୍ୱବିଦ୍ୟାଳୟ ଗସ୍ତ,ଭିତ୍ତିଭୂମି ପରଖିବା ପରେ ସମାଧାନର ପ୍ରତିଶ୍ରୁତି

ଭୁବନେଶ୍ୱର, ୨୦-୯(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଛି ହେଲେ ତାର ଉଚିତ୍‌ ବ୍ୟବହାର ହେଉଥିବା ପରିଲକ୍ଷିତ ହେଉନି। ବିଶ୍ୱବିଦ୍ୟାଳୟର ବିକାଶରେ ସେ...

ବିବେକକୁ ବାଧିବାରୁ ଇସ୍ତଫା: ରଘୁବୀର

ଭୁବନେଶ୍ବର, ୧୩ା୨(ବ୍ୟୁରୋ):ଓଡ଼ିଶା ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାଶ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସେ ଗତ...

ଆଜିଠାରୁ ଶିକ୍ଷାନୁଷ୍ଠାନରେ ଦସ୍ତଖତ ଅଭିଯାନ

ଭୁବନେଶ୍ୱର,୧୫।୭(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ପ୍ରଦାନ ସହ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ରାଗିଂ ମୁକ୍ତ କରାଇବା ପାଇଁ ଅଖିଳ...

ଦିଲ୍ଲୀ ଗଲେ ଯୁବ-ଛାତ୍ର ବିଜେଡି କର୍ମକର୍ତ୍ତା

ଭୁବନେଶ୍ବର,୩ା୯(ବ୍ୟୁରୋ): କ୍ୟାପିଟାଲ ଫାଉଣ୍ଡେଶନ ସୋସାଇଟି ପକ୍ଷରୁ ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଏହି ସମ୍ବର୍ଦ୍ଧନା ଉତ୍ସବରେ...

Advertisement
Archives

Model This Week