Posted inଜାତୀୟ

ସୁପ୍ରିମକୋର୍ଟରେ ‘ଅଗ୍ନିପଥ’

ନୂଆଦିଲ୍ଲୀ,୨୨ା୬: ସେନାରେ ଠିକା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଥମିବାର ନାଁ ଧରୁନି। ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ପରେ ଏହି ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦେଶରେ ଆଇନ ଶୃଙ୍ଖଳା ବଜାୟ ସହ ଯୁବପିଢିଙ୍କୁ ସେମାନଙ୍କ ଭବିଷ୍ୟତ ନେଇ ମତ ରଖିବା ସୁଯୋଗ ପ୍ରଦାନ କରାଯିବା ପାଇଁ ସର୍ବୋଚ୍ଚ ଅଦାଲତରେ ଆବେଦନ ହୋଇଛି। ଅଗ୍ନିପଥ ବିରୋଧରେ ଆଇନଜୀବୀଙ୍କ ପକ୍ଷରୁ ମୋଟ ୩ ପିଟିଶନ ଦାଖଲ ହୋଇଛି। ଆଡ୍‌ଭୋକେଟ୍‌ ହର୍ଷ ଅଜୟ ସିଂ ସୋମବାର ଦାଖଲ କରିଥିବା ପିଟିଶନରେ ‘ଅଗ୍ନିପଥ’ ଯୋଜନାର ପୁନର୍ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ନିବେଦନ କରାଯାଇଛି। ସେହିପରି କେନ୍ଦ୍ର ସରକାର ମଧ୍ୟ ଅଗ୍ନିପଥକୁ ନେଇ ସୁପ୍ରିମକୋର୍ଟରେ କେଭିଏଟ୍‌ ଫାଇଲ କରିଛନ୍ତି। ଏହି ଯୋଜନାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଉପରେ କୌଣସି ରାୟ ଦେବା ପୂର୍ବରୁ ସର୍ବୋଚ୍ଚ ଅଦାଲତ ସରକାରଙ୍କ ପକ୍ଷ ଶୁଣିବାକୁ କେନ୍ଦ୍ର ନିଜ ପିଟିଶନରେ ଦର୍ଶାଇଛି।
ସିଂ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି, ୪ ବର୍ଷ କାର୍ଯ୍ୟ କରି ଅବସର ପରେ ଅଗ୍ନିବୀରଙ୍କ ନିମନ୍ତେ ଚାକିରି ଉପଲବ୍ଧ ପାଇଁ ‘ଅଗ୍ନିପଥ’ ଯୋଜନାରେ ସଂଶୋଧନ ଅଣାଯାଉ। ଏ ନେଇ ସାମରିକ ବ୍ୟାପାର ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୂଚନା ଦେବା ନିମନ୍ତେ ଏକ କମିଟି ଗଠନ ସହ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ମତ ଏବଂ ପରାମର୍ଶକୁ ଗ୍ରହଣ କରାଯାଉ। ସର୍ବୋଚ୍ଚ ଅଦାଲତ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେବାକୁ ଏହି ପିଟିଶନରେ ନିବେଦନ କରାଯାଇଛି। ‘ଅଗ୍ନିପଥ’ ଏକ ଅଧାପନ୍ତରିଆ ଯୋଜନା ଏବଂ ଏଥିରେ ଅନେକ ସଂସ୍କାର ଅଣାଯିବା ଆବଶ୍ୟକ। ୪ ବର୍ଷର ନିଯୁକ୍ତି ଭାରତୀୟ ସଶସ୍ତ୍ର ବଳର ମୂଲ୍ୟ ଓ ନୈତିକତା ବୃଦ୍ଧି ପାଇଁ ଯଥେଷ୍ଟ ନୁହେଁ ଏବଂ ତାଲିମ୍‌ପ୍ରାପ୍ତ ଅଗ୍ନବୀର ଅବସର ପରେ ବାଟବଣା ହେବାର ମଧ୍ୟ ଆଶଙ୍କା ରହିଛି ବୋଲି ଅଜୟ ସିଂ କହିଛନ୍ତି। ଏହା ପୂର୍ବରୁ ଆଇନଜୀବୀ ବିଶାଲ ତିଓ୍ବାରୀ ଦାଖଲ କରିଥିବା ପିଟିଶନରେ ଅଗ୍ନିପଥ ବିରୋଧୀ ଆନ୍ଦୋଳନରେ ସର୍ବସାଧାରଣଙ୍କ ସମ୍ପତ୍ତି କ୍ଷୟକ୍ଷତିର ଯାଞ୍ଚ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ନିମନ୍ତେ ନିବେଦନ କରିଛନ୍ତି। ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର, ଉତ୍ତରପ୍ରଦେଶ, ତେଲଙ୍ଗାନା, ବିହାର, ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କୁ ଏ ବାବଦରେ ଷ୍ଟାଟସ ରିପୋର୍ଟ ମାଗନ୍ତୁ ବୋଲି ପିଟିଶନରେ ଉଲ୍ଲେଖ କରାଯାଇଛି। ସେହିପରି କେନ୍ଦ୍ର ସରକାର ସେନାରେ ନିଯୁକ୍ତି ପାଇଁ ଶତାବ୍ଦୀ ପୁରୁଣା ଚୟନ ପ୍ରକ୍ରିୟା ରଦ୍ଦ କରି ସଂସଦର ବିନା ଅନୁମତିରେ ଅସାମ୍ବିଧାନିକ ଭାବେ ‘ଅଗ୍ନିପଥ’ ଯୋଜନା ଆଣିଥିବା ନେଇ ଆଡ୍‌ଭୋକେଟ ଏମ୍‌. ଏଲ୍‌ ଶର୍ମା ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଛନ୍ତି। ଏହା ବେଆଇନ ବୋଲି ଅଭିଯୋଗ କରି ଜୁନ୍‌ ୧୪ରେ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ବାବଦ ବିଜ୍ଞପ୍ତିକୁ ବାତିଲ କରିବା ନିମନ୍ତେ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri