ପ୍ରଥମ ପର୍ଯ୍ୟାୟରେ ୩.୨ ଲକ୍ଷ ଲୋକଙ୍କୁ ଟିକା

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ମଙ୍ଗଳବାର ଏ ସଂକ୍ରାନ୍ତରେ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ୨୯, ୨୭୬ ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ୮,୨୭୬ ଟିକା କର୍ମୀ ନିୟୋଜିତ ହୋଇଛନ୍ତି। ସମସ୍ତଙ୍କ ଡାଟା ଅପ୍‌ଲୋଡ଼ ସରିଛି। ଟିକା ସଂରକ୍ଷଣ ପାଇଁ ୧,୨୨୨ କୋଲ୍ଡ ଚେନ୍‌ ରହିଛି। ଟିକା ନେବା ଆଣିବା ପାଇଁ ୧,୭୯୬ ଆଇଏଲ୍‌ଆର୍‌ ଓ ୧,୭୭୧ ଫ୍ରିଜର ପ୍ରସ୍ତୁତ ରହିଛି। ଗୋଟିଏ ରାଜ୍ୟସ୍ତରୀୟ ଟିକାକରଣ ଷ୍ଟୋର୍‌ ଥିବାବେଳେ ୯ଟି ଆଞ୍ଚଳିକ ଓ ୩୨ଟି ଜିଲାସ୍ତରୀୟ ଟିକାକରଣ ଷ୍ଟୋର୍‌ ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ ପ୍ରେକ୍ଷାଳୟ, ନିରୀକ୍ଷଣ ଓ ଟିକାକରଣ ରୁମ୍‌ ରହିବ। ୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଜଣେ ଭ୍ୟାକ୍ସିନେଟର, ଜଣେ ଭ୍ୟାକ୍ସିନେଶନ ଅଧିକାରୀ, ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ। ଟିକାକରଣ ସରିବା ପରେ ୩୦ ମିନିଟ ନିରୀକ୍ଷଣରେ ରଖାଯିବ। ଏହାପରେ ସାର୍ଟିଫିକେଟ୍‌ ଦିଆଯିବ ବୋଲି ପାଣିଗ୍ରାହୀ କହିଛନ୍ତି।
ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି ଯେ, କରୋନା ଟିକା ଆସିଲେ ସ୍ବାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ। କେନ୍ଦ୍ର ସରକାରଙ୍କ ନିୟମାନୁସାରେ ଆଗୁଆ ନିଜ ନାମକୁ ପଞ୍ଜୀକରଣ କରିବାକୁ ପଡ଼ିବ। ସ୍ପଟ୍‌ ନୁହେଁ, କେବଳ ପୋର୍ଟାଲରେ ପଞ୍ଜୀକରଣ ହେବ। ଗୋଟିଏ ସେଣ୍ଟରରେ ଶହେରୁ ଦୁଇ ଶହ ଲୋକଙ୍କୁ ଟିକା ଦିଆଯିବ। ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟସ୍ତରରୁ ବ୍ଲକ ପର୍ଯ୍ୟନ୍ତ ଟ୍ୟାସ୍କ ଫୋର୍ସ ଗଠନ କରାଯାଇଛି। ଟିକା ଦେବା ପାଇଁ ଆବଶ୍ୟକ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ରହିଥିବା ଡିଏମଇଟି କହିଛନ୍ତି। ଟିକା ପ୍ରଦାନ ନେଇ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍‌ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ ରହିଛି।
ସେପଟେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୬ଟି ଜିଲାରୁ ଆଉ ୩୦୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସବୁ ଜିଲାରେ ୫୦ତଳକୁ ଆକ୍ରାନ୍ତ ରହିଥିବାବେଳେ ଅନୁଗୋଳରେ ସର୍ବାଧିକ ୪୪ଜଣ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩,୨୪,୩୮୯ରେ ପହଞ୍ଚତ୍ଛି। ଅପରପକ୍ଷରେ ଆଉ ୪ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ ୨ଜଣ ଥିବା ବେଳେ ଜଗତ୍‌ସିଂହପୁର ଓ ସମ୍ବଲପୁରରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧,୮୧୫କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri