ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା

ଛତ୍ରପୁର,୧୭ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୫ହଜାର ଟପିଛି। ଛତ୍ରପୁରସ୍ଥିତ ଜିଲା କୋଭିଡ୍‌ ସେଲ୍‌ ପକ୍ଷରୁ ସୋମବାର ଦିଆଯାଇଥିବା ଅନୁସାରେ ୨୪୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳ ସେଥିରେ ୮ କରୋନା ଯୋଦ୍ଧା, ଜଣେ ଅନ୍ୟ ରାଜ୍ୟରୁ ଫେରି ଏବଂ ୨୩୪ ଅନ୍ୟ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ରହିଛନ୍ତି ା ଅପରପକ୍ଷରେ ୩୫୫ ସୁସ୍ଥ ହୋଇଛନ୍ତି ା ବ୍ରହ୍ମପୁର ମହାନଗର ନିଗମ ଓ ଛତ୍ରପୁର ଏନ୍‌ଏସିରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ମଧ୍ୟ ଅଧିକ ରହିଛି। ବ୍ରହ୍ମପୁର ମହାନଗର ନିଗମରେ ୩୨ ଓ ଛତ୍ରପୁର ଏନ୍‌ଏସିରେ ୨୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ପରୀକ୍ଷା ବୃଦ୍ଧି କରାଯାଇଥିବାରୁ ପଜିଟିଭ୍‌ଙ୍କ ସଂଖ୍ୟା ବଢିଛି । ଏଥିପାଇଁ କୌଣସି ଭୟଭୀତ ହେବାର ନାହିଁ ବୋଲି କୁହାଯାଇଛି ା ବତ୍ତର୍ର୍ମାନ ସୁଦ୍ଧା ଜିଲାରେ ୧୫ ହଜାର ୧୦ ଆକ୍ରାନ୍ତ ହୋଇଛନ୍ତି ା ସେଥିରୁ ୧୨ ହଜାର ୬୯୬ ସୁସ୍ଥ ହେଲେଣି ା କରୋନାରେ ଜିଲାର ୧୫୫ ଜଣଙ୍କ ଜୀବନ ଯାଇଥିବାବେଳେ ଏବେ ୨ ହଜାର ୧୫୯ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଟୁଇଟ୍‌ କରି ସୂଚନା ଦେଇଛନ୍ତିି ା ଲକ୍ଷଣ ଲୁଚାନ୍ତୁ ନାହିଁ ବୋଲି ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। କୋଭିଡ୍‌ ସେଲ୍‌ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ମଧ୍ୟରୁ ୮୩.୫ ପ୍ରତିଶତ ସୁସ୍ଥ ହୋଇଥିବା ବେଳେ ୧୫.୩୮ ପ୍ରତିଶତଙ୍କ ଚିକତ୍ସା ଚାଲିଛି। ଜିଲାରେ କରୋନାରେ ୧.୦୫ ପ୍ରତିଶତଙ୍କ ମୃତ୍ୟୁ ହୋଇଛି ା କରୋନା ଯୋଦ୍ଧା ତଥା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପୂର୍ବତନ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ବି.କ୍ରିଷ୍ଣା କୋଭିଡ୍‌-୧୯ କାର୍ଯ୍ୟ କରୁଥିବାବେଳେ ତାଙ୍କର ଜୀବନ ଯାଇଛି ା ତାଙ୍କ ସହ ଜିଲା ପ୍ରଶାସନ ରହିଛି ବୋଲି ଟୁଇଟ୍‌ କରି ଜିଲାପାଳ କହିଛନ୍ତି ା କୋଭିଡ୍‌ରେ ସାମିଲ ଥିବା ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି। ଜିଲାପାଳ ଏନେଇ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ା ସାମାଜିକ ଦୂରତା ଓ ଅନ୍ୟ କୋଭିଡ୍‌ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଜିଲାପାଳ ଅନୁରୋଧ କରିଛନ୍ତି ା ଏହି ନିୟମ ପାଳନ କଲେ କୋଭିଡ୍‌ ଯୁଦ୍ଧ ଲଢିବା ପାଇଁ ଆମର ଯୋଦ୍ଧାଙ୍କୁ ସହାର୍ଯ୍ୟ କରିବ ବୋଲି ସେ କହିଛନ୍ତିି ା


Enter your email to get our daily news in your inbox.

All Right Reserved By Dharitri.Com

ଗତବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ ୮୫ % ବଢ଼ିଛି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ରାଜ୍ୟର ୧୧ ଜିଲାରେ ମୋଟ ୨,୩୮,୪୫୨ ମେଟ୍ରିକ୍‌ ଟନ...

ଜୀବନବିନ୍ଦୁରେ ୭୦ୟୁନିଟ୍‌ ରକ୍ତ ସଂଗ୍ରହ

ଖଇରା,୨୧।୪(ଡି.ଏନ.ଏ.)-ବିଜେଡି ପକ୍ଷରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ହାଇସ୍କୁଲ ପରିସରରେ ସୋମବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ...

ରୁଦ୍ରପ୍ରସନ୍ନ, ଅଖଣ୍ଡଙ୍କୁ ଲାଡ୍‌ଲି ମିଡିଆ ଆୱାର୍ଡ

ଭୁବନେଶ୍ୱର/ପିପିଲି,୨୪।୧୧(ବ୍ୟୁରୋ/ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ଯୁବ ସାମାଜିକ କର୍ମୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତବର୍ଷର ଲାଡ୍‌ଲୀ ମିଡିଆ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି। ୨୦୧୯ ଡିସେମ୍ବରରେ ‘ଧରିତ୍ରୀ’ରେ ପ୍ରକାଶିତ...

ଶ୍ରୀକପିଳେଶ୍ୱର ମନ୍ଦିର ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗ: ହାଇକୋର୍ଟ ରାୟ ଖୁଣ୍ଟିଆ ସେବାୟତଙ୍କ ସପକ୍ଷରେ

ପୁରୁଣା ଭୁବନେଶ୍ୱର, ୧୭।୧୦(ଡି.ଏନ.ଏ.): ଦୀର୍ଘଦିନ ଧରି ଶ୍ରୀକପିଳେଶ୍ୱର ମନ୍ଦିରରେ ୨ ପ୍ରମୁଖ ସେବାୟତ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ହାଇକୋର୍ଟ ଦେବୋତ୍ତର ଆୟୁକ୍ତଙ୍କୁ...

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ବଲାଙ୍ଗୀର ଅଫିସ,୨୧।୧୨: ମମତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଗୋବିନ୍ଦଙ୍କ ପରିବାର...

ରେଜଲ୍ଟରେ ତ୍ରୁଟି ଥିଲେ ୨୩ ସୁଦ୍ଧା ଅଭିଯୋଗ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଚଳିତ ବର୍ଷ କରୋନା ଯୋଗୁ ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଇଥିଲା। ଛାତ୍ରୀଛାତ୍ରଙ୍କୁ ଅଲଟରନେଟିଭ୍‌ ଆସେସମେଣ୍ଟ ସ୍କିମ୍‌ ଅନୁଯାୟୀ ମାର୍କ ପ୍ରଦାନ କରାଯାଇଛି। ରେଜଲ୍ଟରେ...

ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: ୫ରୁ ମିଳିବ ଟିକେଟ

କଟକ ଅଫିସ,୧୬।୧୧: ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିଲାଗି...

ରାଜ୍ୟରୁ ଆଉ ୪୫୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩,୧୨,୯୦୧ ଜଣ ସୁସ୍ଥ ହୋଇସାରିଲେଣି।...

Advertisement
Archives

Model This Week