ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ଚିନ୍ତା

ଯାଜପୁର ରୋଡ,୨୪ା୪(ଡି.ଏନ.ଏ.): ଐତିହ୍ୟ ତଥା ସଂସ୍କୃତ ସମ୍ପନ୍ନ ସହର ଭାବେ ଯାଜପୁରରୋଡ ତଥା ବ୍ୟାସନଗର ପୌରପରିଷଦ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁ ଏବେ ଜିଲାର ଅନ୍ୟତମ ସହର ଯାଜପୁରରୋଡର ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ ଜନାକୀର୍ଣ୍ଣ ଭାବେ ପରିଗଣିତ ହେଉଛି ା ସହରର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ବଳି ପଡିବାରେ ଲାଗିଛି। ସହରର ରାସ୍ତାଘାଟ ସମେତ ପାର୍କଗୁଡିକର ଦୟନୀୟ ସ୍ଥିତି ଏବେ ସହରବାସୀଙ୍କ ସାମାଜିକ ଜୀବନକୁ କଳୁଷିତ କରୁଛି। ଏଠାରେ ସହରର ୪ ନମ୍ବର ୱାର୍ଡ ଆଖଣ୍ଡଳମଣି ଛକଠାରୁ ଲକ୍ଷ୍ମୀନଗର ଏବଂ ଓଏମସି କଲୋନୀ ଦେଇ ରବର କାରଖାନା ପର୍ଯ୍ୟନ୍ତ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡିଛି। ୧୮ ନମ୍ବର ୱାର୍ଡ ମହତାବନଗରଠାରୁ ଗୋଶାଳା ଛକ ପର୍ଯ୍ୟନ୍ତ ରାସ୍ତା ଯାତାୟତ ପାଇଁ ଅନୁପଯୋଗୀ ହୋଇଛି। ଏହାବାଦ୍‌ ସହରର ଅଧିକାଂଶ ରାସ୍ତାରେ ଚିପ୍‌ସ ଉଠି ସହରବାସୀଙ୍କ ପାଇଁ କାଳ ହୋଇଛି। ଏହିଭଳି ଅନେକ ପ୍ରସଙ୍ଗ ନୂତନ ଭାବେ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ମତପ୍ରକାଶ ପାଇଛି।

କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବୋଲି କହୁଥିବା ଯାଜପୁରରୋଡ ସହରର ରାସ୍ତାଘାଟ ଅବସ୍ଥା ସୁଧୁରିବା ନାଁ ନେଉନାହିଁ । ବିଗତ ବର୍ଷରେ ସହରର କିଛି ମୁଖ୍ୟ ରାସ୍ତାଗୁଡିକର ନବୀକରଣ କରାଯାଇଥିଲେ ହେଁ ନିମ୍ନମାନର କାମ ଯୋଗୁ ସେହିସବୁ ବିପର୍ଯ୍ୟସ୍ତ ହୋଇ ପଡିଛି। ଉଦାହରଣ ଭାବେ ରାଜୀବ ଗାନ୍ଧୀ ଷ୍ଟାଡିୟମ ରୋଡଠାରୁ ଜାଭିୟର ସ୍କୁଲ ରାସ୍ତା ଏବେ ଖାଲଖମାର ଭର୍ତ୍ତି ହୋଇଛି। ଏହି ରାସ୍ତାର ମରାମତି ପାଇଁ ୨୦୧୭-୧୮ରେ ୧ ଲକ୍ଷ ୬୨ ହଜାର ୨୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ସେହି ରାସ୍ତାର ଅବସ୍ଥାକୁ ଦେଖିଲେ ଯେ କେହିବି ସହରର ବିକାଶ କଥାକୁ ଚିନ୍ତା କରି ପାରିବ। ଏହି ରାସ୍ତାକଡରେ ୨ଟି ସ୍କୁଲ ଜାଭିୟର ଓ ଫେରୋକ୍ରୋମ ହାଇସ୍କୁଲ ରହିଛି। ପ୍ରତିଦିନ ଶତାଧିକ ଛାତ୍ରୀଛାତ୍ର ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ଖାଲଖମାରରେ ପଡି ଆହତ ହେଉଥିବା ଦୃଷ୍ଟାନ୍ତ ରହିଛି। ଏହାବାଦ୍‌ ଏହି ୱାର୍ଡ ଅନ୍ତର୍ଗତ ଡାକ୍ତର ରବି ସ୍ବାଇଁଙ୍କ ଘରଠାରୁ ଲକ୍ଷ୍ମୀନଗର ଭାୟା ଲକ୍ଷ୍ମୀ ନାରାୟଣ ମନ୍ଦିର ରାସ୍ତା ପାଇଁ ୨୦୧୮-୧୯ରେ ୧୯ ଲକ୍ଷ ୬୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ଏଯାଏ ରାସ୍ତା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା କାର୍ଯ୍ୟରେ ବିଭାଗୀୟ ଯନ୍ତ୍ରୀ ଓ ସଂପୃକ୍ତ ଠିକାଦାର ମିଳିମିଶି ଅନୁଦାନର ସିଂହଭାଗ ଅର୍ଥ ହରିଲୁଟ କରିଥିବାରୁ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଦୁର୍ନୀତିର ପେଟି ଖୋଲାଯାଇ ପାରିବ ବୋଲି ମତପ୍ରକାଶ ପାଇଛି।

ସେହିପରି ଗୋଶାଳା ଛକଠାରୁ ଟିନା ହେଟିଂ, ମାଝିସାହି, ରିଫ୍ୟୁଜି କଲୋନୀ, କୁଷ୍ଠାଶ୍ରମ ଏବଂ ପୁରୁଣା ଟାଟା ପ୍ଲଟ ଆଦିବାସୀ ସାହି ଅଞ୍ଚଳକୁ ଜାଣିଶୁଣି ଅବହେଳା କରାଯାଇଛି। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ଏହିସବୁ ରାସ୍ତାରେ ୨୦୧୬-୧୭ ରୁ ୨୦୧୮-୧୯ ପର୍ଯ୍ୟନ୍ତ ମାତ୍ର ୭ଟି ପ୍ରକଳ୍ପରେ ୨୯ ଲକ୍ଷ ୮୪ ହଜାର ୩୦୧ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କେବଳ କଂକ୍ରିଟ ରାସ୍ତା ଓ ଡ୍ରେନ କାମ ହୋଇଛି। ତେବେ ଏହି କଂକ୍ରିଟ ରାସ୍ତାଗୁଡିକର ବିପର୍ଯ୍ୟସ୍ତ ଅବସ୍ଥା ଏବେ ନ ଦେଖିଲା ଲୋକ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି। ଅନ୍ୟପକ୍ଷେ ପ୍ରାୟ ୩ ବର୍ଷ ପରେ ଏହି ୱାର୍ଡର ଶିଶୁମନ୍ଦିର ନିକଟରୁ ଶ୍ମଶାନକୁ ନିର୍ମାଣାଧୀନ ରାସ୍ତା କାର୍ଯ୍ୟରେ ବ୍ୟାପକ ହରିଲୁଟ ଓ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ମ୍ୟୁନିସିପାଲିଟୀ କର୍ତ୍ତୃପକ୍ଷ ଏଭଳି ଅବହେଳା କରି ୧୮ ନମ୍ବର ୱାର୍ଡବାସୀଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି ବୋଲି ମତପ୍ରକାଶ ପାଇଛି। ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ୬.୬୨ କୋଟି ଟଙ୍କା ଖର୍ଚ୍ଚ କରି ସହରର ବିଭିନ୍ନ ବିକାଶ କାର୍ଯ୍ୟ କରାଯିବ ବୋଲି ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ବିଧାୟକ ସୂଚନା ଦେଇଥିଲେ। ହେଲେ ଏହିସବୁ ପ୍ରତିଶ୍ରୁତି ସହରବାସୀଙ୍କୁ ଭୁଆଁ ବୁଲା ଯାଇଛି ବୋଲି ମତପ୍ରକାଶ ପାଇଛି। ବିପର୍ଯ୍ୟସ୍ତ ରାସ୍ତା ପାଇଁ ନବନିର୍ବାଚିତ ପୌରାଧ୍ୟକ୍ଷା ଏବଂ କାଉନସିଲରମାନଙ୍କ ପାଇଁ ଆହ୍ବାନ ହେବ ବୋଲି ଚର୍ଚ୍ଚା ହେଉଛି।

ଏସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ଖରାପ ହୋଇଥିବା ରାସ୍ତାଗୁଡିକର ଉନ୍ନତିକରଣ ପାଇଁ ଏଷ୍ଟିମେଟ ହୋଇ ସାରିଛି। ଆଗାମୀ ସମୟରେ ଟେଣ୍ଡର ଆହ୍ବାନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri