ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ଚିନ୍ତା

ଯାଜପୁର ରୋଡ,୨୪ା୪(ଡି.ଏନ.ଏ.): ଐତିହ୍ୟ ତଥା ସଂସ୍କୃତ ସମ୍ପନ୍ନ ସହର ଭାବେ ଯାଜପୁରରୋଡ ତଥା ବ୍ୟାସନଗର ପୌରପରିଷଦ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ମାତ୍ର ପ୍ରଶାସନିକ ଉଦାସୀନତା ଯୋଗୁ ଏବେ ଜିଲାର ଅନ୍ୟତମ ସହର ଯାଜପୁରରୋଡର ପ୍ରତ୍ୟେକ ଗଳିକନ୍ଦି ସମସ୍ୟା ଜର୍ଜରିତ ଜନାକୀର୍ଣ୍ଣ ଭାବେ ପରିଗଣିତ ହେଉଛି ା ସହରର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ବଳି ପଡିବାରେ ଲାଗିଛି। ସହରର ରାସ୍ତାଘାଟ ସମେତ ପାର୍କଗୁଡିକର ଦୟନୀୟ ସ୍ଥିତି ଏବେ ସହରବାସୀଙ୍କ ସାମାଜିକ ଜୀବନକୁ କଳୁଷିତ କରୁଛି। ଏଠାରେ ସହରର ୪ ନମ୍ବର ୱାର୍ଡ ଆଖଣ୍ଡଳମଣି ଛକଠାରୁ ଲକ୍ଷ୍ମୀନଗର ଏବଂ ଓଏମସି କଲୋନୀ ଦେଇ ରବର କାରଖାନା ପର୍ଯ୍ୟନ୍ତ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡିଛି। ୧୮ ନମ୍ବର ୱାର୍ଡ ମହତାବନଗରଠାରୁ ଗୋଶାଳା ଛକ ପର୍ଯ୍ୟନ୍ତ ରାସ୍ତା ଯାତାୟତ ପାଇଁ ଅନୁପଯୋଗୀ ହୋଇଛି। ଏହାବାଦ୍‌ ସହରର ଅଧିକାଂଶ ରାସ୍ତାରେ ଚିପ୍‌ସ ଉଠି ସହରବାସୀଙ୍କ ପାଇଁ କାଳ ହୋଇଛି। ଏହିଭଳି ଅନେକ ପ୍ରସଙ୍ଗ ନୂତନ ଭାବେ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ମତପ୍ରକାଶ ପାଇଛି।

କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବୋଲି କହୁଥିବା ଯାଜପୁରରୋଡ ସହରର ରାସ୍ତାଘାଟ ଅବସ୍ଥା ସୁଧୁରିବା ନାଁ ନେଉନାହିଁ । ବିଗତ ବର୍ଷରେ ସହରର କିଛି ମୁଖ୍ୟ ରାସ୍ତାଗୁଡିକର ନବୀକରଣ କରାଯାଇଥିଲେ ହେଁ ନିମ୍ନମାନର କାମ ଯୋଗୁ ସେହିସବୁ ବିପର୍ଯ୍ୟସ୍ତ ହୋଇ ପଡିଛି। ଉଦାହରଣ ଭାବେ ରାଜୀବ ଗାନ୍ଧୀ ଷ୍ଟାଡିୟମ ରୋଡଠାରୁ ଜାଭିୟର ସ୍କୁଲ ରାସ୍ତା ଏବେ ଖାଲଖମାର ଭର୍ତ୍ତି ହୋଇଛି। ଏହି ରାସ୍ତାର ମରାମତି ପାଇଁ ୨୦୧୭-୧୮ରେ ୧ ଲକ୍ଷ ୬୨ ହଜାର ୨୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ସେହି ରାସ୍ତାର ଅବସ୍ଥାକୁ ଦେଖିଲେ ଯେ କେହିବି ସହରର ବିକାଶ କଥାକୁ ଚିନ୍ତା କରି ପାରିବ। ଏହି ରାସ୍ତାକଡରେ ୨ଟି ସ୍କୁଲ ଜାଭିୟର ଓ ଫେରୋକ୍ରୋମ ହାଇସ୍କୁଲ ରହିଛି। ପ୍ରତିଦିନ ଶତାଧିକ ଛାତ୍ରୀଛାତ୍ର ଏହି ରାସ୍ତା ଉପରେ ନିର୍ଭର କରୁଥିବାବେଳେ ଖାଲଖମାରରେ ପଡି ଆହତ ହେଉଥିବା ଦୃଷ୍ଟାନ୍ତ ରହିଛି। ଏହାବାଦ୍‌ ଏହି ୱାର୍ଡ ଅନ୍ତର୍ଗତ ଡାକ୍ତର ରବି ସ୍ବାଇଁଙ୍କ ଘରଠାରୁ ଲକ୍ଷ୍ମୀନଗର ଭାୟା ଲକ୍ଷ୍ମୀ ନାରାୟଣ ମନ୍ଦିର ରାସ୍ତା ପାଇଁ ୨୦୧୮-୧୯ରେ ୧୯ ଲକ୍ଷ ୬୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ଏଯାଏ ରାସ୍ତା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା କାର୍ଯ୍ୟରେ ବିଭାଗୀୟ ଯନ୍ତ୍ରୀ ଓ ସଂପୃକ୍ତ ଠିକାଦାର ମିଳିମିଶି ଅନୁଦାନର ସିଂହଭାଗ ଅର୍ଥ ହରିଲୁଟ କରିଥିବାରୁ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଦୁର୍ନୀତିର ପେଟି ଖୋଲାଯାଇ ପାରିବ ବୋଲି ମତପ୍ରକାଶ ପାଇଛି।

ସେହିପରି ଗୋଶାଳା ଛକଠାରୁ ଟିନା ହେଟିଂ, ମାଝିସାହି, ରିଫ୍ୟୁଜି କଲୋନୀ, କୁଷ୍ଠାଶ୍ରମ ଏବଂ ପୁରୁଣା ଟାଟା ପ୍ଲଟ ଆଦିବାସୀ ସାହି ଅଞ୍ଚଳକୁ ଜାଣିଶୁଣି ଅବହେଳା କରାଯାଇଛି। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ଏହିସବୁ ରାସ୍ତାରେ ୨୦୧୬-୧୭ ରୁ ୨୦୧୮-୧୯ ପର୍ଯ୍ୟନ୍ତ ମାତ୍ର ୭ଟି ପ୍ରକଳ୍ପରେ ୨୯ ଲକ୍ଷ ୮୪ ହଜାର ୩୦୧ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କେବଳ କଂକ୍ରିଟ ରାସ୍ତା ଓ ଡ୍ରେନ କାମ ହୋଇଛି। ତେବେ ଏହି କଂକ୍ରିଟ ରାସ୍ତାଗୁଡିକର ବିପର୍ଯ୍ୟସ୍ତ ଅବସ୍ଥା ଏବେ ନ ଦେଖିଲା ଲୋକ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି। ଅନ୍ୟପକ୍ଷେ ପ୍ରାୟ ୩ ବର୍ଷ ପରେ ଏହି ୱାର୍ଡର ଶିଶୁମନ୍ଦିର ନିକଟରୁ ଶ୍ମଶାନକୁ ନିର୍ମାଣାଧୀନ ରାସ୍ତା କାର୍ଯ୍ୟରେ ବ୍ୟାପକ ହରିଲୁଟ ଓ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ମ୍ୟୁନିସିପାଲିଟୀ କର୍ତ୍ତୃପକ୍ଷ ଏଭଳି ଅବହେଳା କରି ୧୮ ନମ୍ବର ୱାର୍ଡବାସୀଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି ବୋଲି ମତପ୍ରକାଶ ପାଇଛି। ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ୬.୬୨ କୋଟି ଟଙ୍କା ଖର୍ଚ୍ଚ କରି ସହରର ବିଭିନ୍ନ ବିକାଶ କାର୍ଯ୍ୟ କରାଯିବ ବୋଲି ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ବିଧାୟକ ସୂଚନା ଦେଇଥିଲେ। ହେଲେ ଏହିସବୁ ପ୍ରତିଶ୍ରୁତି ସହରବାସୀଙ୍କୁ ଭୁଆଁ ବୁଲା ଯାଇଛି ବୋଲି ମତପ୍ରକାଶ ପାଇଛି। ବିପର୍ଯ୍ୟସ୍ତ ରାସ୍ତା ପାଇଁ ନବନିର୍ବାଚିତ ପୌରାଧ୍ୟକ୍ଷା ଏବଂ କାଉନସିଲରମାନଙ୍କ ପାଇଁ ଆହ୍ବାନ ହେବ ବୋଲି ଚର୍ଚ୍ଚା ହେଉଛି।

ଏସଂକ୍ରାନ୍ତରେ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ଖରାପ ହୋଇଥିବା ରାସ୍ତାଗୁଡିକର ଉନ୍ନତିକରଣ ପାଇଁ ଏଷ୍ଟିମେଟ ହୋଇ ସାରିଛି। ଆଗାମୀ ସମୟରେ ଟେଣ୍ଡର ଆହ୍ବାନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri