୨୪ ଘଣ୍ଟାରେ ଦେଶରେ ୨୬ ହଜାରରୁ ଅଧିକ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣର ଦୋହରା ମାଡ଼ ଆରମ୍ଭ ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଶନିବାର ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୨୦ରେ ପହଞ୍ଚିଥିବାବେଳେ
ରବିବାର ଏହା ୨୬ ହଜାର ୨୯୧ ଛୁଇଁଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧୧୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଗୁଜରାଟ, ତାମିଲନାଡୁ ଏବଂ କେରଳ ଆଦି ୬ ରାଜ୍ୟରେ ସ୍ଥିତି ବେଶ୍‌ ଉଦ୍‌ବେଗ ଜନକ ରହିଛି। ଅପରପକ୍ଷରେ ପଞ୍ଜାବ, କର୍ନାଟକ, ଗୁଜରାଟ ଏବଂ ତାମିଲନାଡୁରେ ଦିନ କୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। କରୋନା ମାର୍ଗଦର୍ଶିକା ପାଳନକୁ କଡ଼ାକଡ଼ି କରାଯିବାକୁ ସମ୍ପୃକ୍ତ ସରକାରଙ୍କ ପକ୍ଷରୁ ନିୟମ ଜାରି ହୋଇଛି। ମାସ୍କ ପିନ୍ଧିବା ସହିତ ସମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ତେବେ ସାଧାରଣ ଲୋକେ ଏନେଇ ସଚେତନ ହେଉ ନ ଥିବାରୁ ସ୍ଥିତି ନିୟନ୍ତ୍ରଣ ହରାଉଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍ ଟେଷ୍ଟ ପାଇଁ କୋରିଆ ବୈଜ୍ଞାନିକଙ୍କ ନୂଆ ଟେକ୍‌ନିକ୍‌, ୨୦ ମିନିଟରେ ଆସିଯିବ ରିପୋର୍ଟ

ସିଓଲ,୧୩ ।୧୨: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ...

ଇଡି କାର୍ଯ୍ୟାଳୟରେ ରାଜ କୁନ୍ଦ୍ରା

ମୁମ୍ବାଇ,୩୦।୧୦: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରା ବୁଧବାର ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଇକ୍‌ବାଲ ମିର୍ଚ୍ଚି...

ବଡଗାମ୍‌ରେ ସୁରକ୍ଷାର୍କମୀଙ୍କ ସର୍ଚ୍ଚ ଅପରେଶନ

ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀର ବଡଗାମ୍‌ ଜିଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଚଦୁରା...

ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଯାଇ ଗଛ ଉପରେ ବସିଲେ ବ୍ୟକ୍ତି: ଭିଡ଼ିଓ ଭାଇରାଲ

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ କିଛି ଗାଇଡଲାଇନ୍ସ ଜାରି କରାଯାଇଛି। ଯେପର୍ଯ୍ୟନ୍ତ ଭ୍ୟାକସିନ୍‌ ନ ଆସିଛି ସେପର୍ଯ୍ୟନ୍ତ ବାହାରକୁ ବାହାରିଲେ ମୁହଁରେ...

ବାହାର ଲୋକଙ୍କୁ ଭୁବନେଶ୍ୱର ଅଫିସ ଆସିବା ମନା

ଭୁବନେଶ୍ୱର,୮।୭(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସରକାରୀ ଅଫିସକୁ ବାହାର ଅଞ୍ଚଳ ଲୋକ ଆସିପାରିବେ ନାହିଁ। ଖୋର୍ଦ୍ଧା ଓ କଟକ ପୌରାଞ୍ଚଳ ବାହାରୁ ଆସୁଥିବା କର୍ମଚାରୀଙ୍କୁ ରାଜଧାନୀ ଆସିବା ମନା।...

ଭିଡ଼ ହିଂସାରୁ ମନ୍ଦିରକୁ ସୁରକ୍ଷା ଦେଲେ ମୁସଲମାନ ଯୁବକ: ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ, ୧୨।୮: କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ପୁଲକେଶୀ ନଗରରେ ମଙ୍ଗଳବାର ରାତିରେ ଭିଡ଼ ହିଂସା ଘଟିଛି। ଲୋକେ ମିଳିତ ଭାବେ ପୋଲିସ ଷ୍ଟେଶନ ଏବଂ ସ୍ଥାନୀୟ...

ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ସରକାର ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ ଗ୍ରାମାଞ୍ଚଳରେ ସଂଗରୋଧର ବ୍ୟବସ୍ଥା କରିଥିଲେ। ହେଲେ ସହରାଞ୍ଚଳରେ ସେଭଳି ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏହାଛଡ଼ା...

ଧନ୍ୟବାଦ ପ୍ରସ୍ତାବରେ ଗୀତ ଗାଇ ମୋଦି ରାହୁଲଙ୍କୁ କହିଲେ ଟ୍ୟୁବ୍‌ଲାଇଟ୍‌

ନୂଆଦିଲ୍ଲୀ, ୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତ ଗାଇ କଂଗ୍ରେସର ରାହୁଲ...

Advertisement
Archives

Model This Week