ଡ୍ରୋନ୍‌ ଜଗିବ ଜଙ୍ଗଲ ନିଆଁ

ଢେଙ୍କାନାଳ ଅଫିସ, ୧୫।୩: ଶିମିଳିପାଳ ଅଭୟାରଣ୍ୟର ଜଙ୍ଗଲ ନିଆଁ ଢେଙ୍କାନାଳ ବନ ବିଭାଗ ପାଇଁ ସତର୍କ ଘଣ୍ଟି ବଜାଇଛି। ବନାଗ୍ନି କବଳରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ନିଆଯାଇଛି ବୈଷୟିକ ଜ୍ଞାନ କୌଶଳର ସହାୟତା। କପିଳାସ ଅଭୟାରଣ୍ୟର ଫାୟାର ପଏଣ୍ଟ ଚିହ୍ନଟ କରିବା ଲାଗି ୨ଟି ଅତ୍ୟାଧୁନିକ ଥର୍ମୋସେନ୍ସର କ୍ୟାମେରାଯୁକ୍ତ ଡ୍ରୋନ୍‌ ବନ ବିଭାଗକୁ ମିଳିଛି। ଏହି ଡ୍ରୋନ୍‌ କ୍ୟାମେରାର ମୂଲ୍ୟ ୮ଲକ୍ଷ ୬୦ହଜାର ଟଙ୍କା। ଏଥିରେ ସ୍ପିକର, ତାପମାତ୍ରା ମାପିବା ଆଦି ବ୍ୟବସ୍ଥା ରହିଛି। ଏହି ଡ୍ରୋନ୍‌ ୭୦୦ମିଟର ଉଚ୍ଚତା ଯାଏ ଉଡିପାରିବ। ଡ୍ରୋନ୍‌ ଉଡ଼ାଇବା କୌଶଳ ସମ୍ପର୍କରେ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବର୍ତ୍ତମାନ ସମୟରେ କପିଳାସ ଅଭୟାରଣ୍ୟ ପାଇଁ ଏବେ ଗୋଟିଏ ଡ୍ରୋନ୍‌ ବ୍ୟବହାର କରାଯାଉଛି। ଏହା ସହାୟତାରେ ରାତିରେ ମଧ୍ୟ ଜଙ୍ଗଲ ନିଆଁକୁ ଚିହ୍ନଟ କରାଯାଇପାରିବ। ପ୍ରତି ଦୁଇଘଣ୍ଟାରେ ଥରେ ଏହାକୁ ଉଡ଼ାଯାଉଛି। ଅନ୍ୟଟି ଜିଲା ବନଖଣ୍ଡ କାର୍ଯ୍ୟାଳୟରେ ରହିଛି। ଜରୁରୀ ପରିସ୍ଥିତିରେ ଏହାକୁ ବ୍ୟବହାର କରାଯିବ। ସେହିପରି ଢେଙ୍କାନାଳ ସହରକୁ ଲାଗିରହିଥିବା ଚାରଖୋଲା ଏବଂ ପାଣିଓହଳା ପାହାଡ଼ରେ ନିଆଁ ଉପରେ ନଜର ରଖିବାକୁ ମାନୁଆଲ ଡ୍ରୋନ୍‌ ବ୍ୟବହାର କରାଯାଉଛି। କେବଳ ଦିନବେଳା ଉଡ଼ିପାରିବା କ୍ଷମତା ଥିବାରୁ ଏହାକୁ ସକାଳୁ ଅପରାହ୍ନ ଯାଏ ବ୍ୟବହାର କରାଯାଉଛି।
ସୂଚନାଯୋଗ୍ୟ, କିଛିଦିନ ମଧ୍ୟରେ କପିଳାସ ଅଭୟାରଣ୍ୟ, ହିନ୍ଦୋଳ ରେଞ୍ଜ୍‌, ଷଡଙ୍ଗୀ ରେଞ୍ଜ୍‌, କଙ୍କଡ଼ାହାଡ଼ ବନାଞ୍ଚଳ, ଭୁବନ ବନାଞ୍ଚଳ ଅନ୍ତର୍ଗତ ବହୁ ସଂରକ୍ଷିତ ଜଙ୍ଗଲ ବନାଗ୍ନି କବଳିତ ହୋଇଥିଲା। ଏଥିରୁ ବାଦ୍‌ ପଡ଼ି ନ ଥିଲା ଢେଙ୍କାନାଳ ସହରକୁ ଲାଗିଥିବା ପାଣିଓହଳା, ଚାରଖୋଲା ଏବଂ ମେଘା ସଂରକ୍ଷିତ ଜଙ୍ଗଲ। ଖରାଦିନେ ଜଙ୍ଗଲ ନିଆଁ ଭୟଙ୍କର ରୂପ ନେଉଛି। ସ୍ଥଳ ବିଶେଷରେ ପବନରେ ନିଆଁ ଝୁଲ ଉଡ଼ି ଜନବସତିରେ କ୍ଷୟକ୍ଷତି ଘଟାଉଛି। ବନ୍ୟପ୍ରାଣୀଙ୍କ ପ୍ରାକୃତିକ ଆବାସ କ୍ଷତିଗ୍ରସ୍ତ ହେଉଛି। ଏହାକୁ ରୋକିବାକୁ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ମଧ୍ୟ ଆରମ୍ଭ ହୋଇଛି। ବନ ସୁରକ୍ଷା ସମିତି ଏବଂ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ସଦର ରେଞ୍ଜ୍‌ ଚାରଖୋଲା ସଂରକ୍ଷିତ ଜଙ୍ଗଲ, ପାଣିଓହଳାରେ ଦିନବେଳେ ମାନୁଆଲ ଡ୍ରୋନ୍‌ ଉଡାଯାଉଛି। କପିଳାସ ଅଭୟାରଣ୍ୟରେ ନିଅଁାକୁ ଆୟତ୍ତ କରିବା ଏବଂ ବନାଗ୍ନି ଉପରେ ନଜର ରଖିବାକୁ ନୂତନ ଭାବେ ଅଣାଯାଇଥିବା ଥର୍ମୋସେନସର ଡ୍ରୋନ୍‌କୁ ପ୍ରତି ଦୁଇଘଣ୍ଟା ବ୍ୟବଧାନରେ ଉଡ଼ାଯାଉଛି। ନିଜେ ଡ୍ରୋନ୍‌ ବ୍ୟବହାର ତାଲିମ ନେଉଥିବା ଡିଏଫ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri