ମୃଦଙ୍ଗ ତାନ ମୋହୁଛି ମନ

କାମାକ୍ଷାନଗର, ୧୫।୩(ଡି.ଏନ.ଏ.):  ଦଙ୍ଗଟିଏ ପାଇଲେ ସେ ହୋଇଯାଆନ୍ତି ଆନମନା। ତାଙ୍କ ସୂକ୍ଷ୍ମ ହସ୍ତଚାଳନାରେ କଥା କୁହେ ଏହି ପାରମ୍ପରିକ ବାଦ୍ୟ। ହରେକୃଷ୍ଣ ହରେରାମ ହେଉ କି ଆଧୁନିକ ସଙ୍ଗୀତ, ଗୀତର ତାଳେ ତାଳେ ମୃଦଙ୍ଗ ବାଦନ କରି ଅଳ୍ପ ସମୟରେ ସୃଷ୍ଟି କରନ୍ତି ମନୋରଞ୍ଜନଧର୍ମୀ ପରିବେଶ। ମାତ୍ର ୯ବର୍ଷ ବୟସରେ ଏଭଳି ପ୍ରତିଭା ପାଇଁ ପ୍ରଶଂସା ସାଉଁଟୁଛନ୍ତି ଶିଶୁ ବାଦ୍ୟକାର ସାଗର ବେହେର। ।

ବିନାଗୁରୁରେ ମୃଦଙ୍ଗକୁ କରିଛନ୍ତି ଆୟତ୍ତ। ତାହା ବି ମାତ୍ର ୯ ବର୍ଷ ବୟସରେ। ଯେଉଁ ସମୟରେ ସାଙ୍ଗସାଥୀଙ୍କ ମେଳରେ ଖେଳିବୁଲିବା କଥା, ସେହି ବୟସରେ ଏଭଳି ଚମତ୍କାରିତା କରି ଦେଖାଇଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତ ଅନ୍ତର୍ଗତ କମଗରାପାଟଣାର ସାଗର ବେହେରା। ମୃଦଙ୍ଗବାଦନରେ ଦକ୍ଷତା ହାସଲ କରିଥିବାବେଳେ ଏହି ଶିଶୁ ବାଦ୍ୟକାର ଏବେ ଗ୍ରାମର ମହିଳା ସଂକୀର୍ତ୍ତନ ମଣ୍ଡଳୀର ନିୟମିତ ସଦସ୍ୟ ପାଲଟିଛନ୍ତି ଏବଂ ବିଭିନ୍ନ ସ୍ଥାନରେ ସଂକୀର୍ତ୍ତନ ପରିବେଷଣ କରି ସାଉଁଟୁଛନ୍ତି ପ୍ରଶଂସା।
କମଗରାପାଟଣାର କାର୍ତ୍ତିକ ବେହେରା ଏବଂ ଅମୃତି ବେହେରାଙ୍କ ୨ ସନ୍ତାନ ମଧ୍ୟରେ ସାଗର ହେଉଛନ୍ତି ସାନ। ଝିଅ ସ୍ବାଗତିକା ୯ମ ଶ୍ରେଣୀର ଛାତ୍ରୀ ହୋଇଥିବାବେଳେ ସାଗର ପଢୁଛନ୍ତି ୪ର୍ଥରେ। ବାପା କାର୍ତ୍ତିକ ଦିନ ମଜୁରିଆ। ଖଟିଲେ ପରିବାର ଚଳେ। ଏପରିିସ୍ଥଳେ ଗରିବ ପରିବାର ପାଇଁ ଆଶାର କିରଣ ସାଜିଛନ୍ତି ସାଗର। ପୁଅର ପ୍ରତିଭା ସମ୍ପର୍କରେ ଅମୃତି କୁହନ୍ତି, ତୁଳସୀ ଦୁଇପତ୍ରରୁ ବାସିବା ପରି ପିଲାଟିଦିନରୁ ପୁଅ ଭିତରେ ଥିବା ପ୍ରତିଭା ଲୋକଲୋଚନକୁ ଆସିଥିଲା। ଦୁଇବର୍ଷ ତଳେ ସେ ସଂକୀର୍ତ୍ତନମଣ୍ଡଳୀ ସଂସ୍ପର୍ଶରେ ଆସିଥିଲେ। ମୃଦଙ୍ଗ ପ୍ରତି ଦୁର୍ବଳତା ଥିବାରୁ ଏହାକୁ ବଜାଇବା ଆରମ୍ଭ କରିଥିଲେ। ଧୀରେ ଧୀରେ ଏଥିରେ ଦକ୍ଷତା ବଢ଼ିଲା। ଏବେ ଗ୍ରାମର ମହିଳା ସଂକୀର୍ତ୍ତନମଣ୍ଡଳୀର ସଦସ୍ୟ ପାଲଟିଯାଇଛନ୍ତି ସାଗର। ସେମାନଙ୍କ ସହ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଜିଲାର ୨୦ରୁ ଊର୍ଦ୍ଧ୍ୱ ଗ୍ରାମରେ ସଂକୀର୍ତ୍ତନ ପରିବେଷଣ କରି ସେ ବହୁ ପୁରସ୍କାର ଜିତିଛନ୍ତି। ଆର୍ଥତ୍କ ଅନଟନ ଭିତରେ ଇଚ୍ଛା ଥିଲେ ବି ପୁଅ ପାଇଁ ମୃଦଙ୍ଗଟିଏ କିଣିବା ସମ୍ଭବପର ହୋଇପାରି ନ ଥିବା ଅମୃତି କହିଛନ୍ତି। ବାପା କାର୍ତ୍ତିକ କୁହନ୍ତି, ପୁଅର ମୃଦଙ୍ଗ ବଜାଇବା ଇଚ୍ଛା ଦେଖି ତାକୁ ଜଣେ ଭଲ ଗୁରୁଙ୍କ ନିକଟରେ ଶିଖାଇବା ପାଇଁ ଆଶା ରଖିଛି। ହେଲେ ଏଥିରେ ଅର୍ଥ ବାଧକ ସାଜିଛି। ସେ ଯେଉଁଆଡ଼େ ଯାଏ, ଶହେ ଦୁଇଶହ ଟଙ୍କା ପୁରସ୍କାର ଆଣିଥାଏ। ସେହି ଟଙ୍କା ବି ଘର ଖର୍ଚ୍ଚରେ ଚାଲିଯାଉଛି। କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ମୃଦଙ୍ଗ ବାଦ୍ୟଟିଏ ପାଇଁ ସହଯୋଗ କରିବାକୁ କାର୍ତ୍ତିକ ନିବେଦନ କରିଛନ୍ତି। ନିଜ ପ୍ରତିକ୍ରିୟାରେ ସାଗର କୁହନ୍ତି, ବୟସ ଅନୁପାତରେ ମୃଦଙ୍ଗ ବଡ଼। ତେଣୁ ବଜାଇବାରେ ସାମାନ୍ୟ କଷ୍ଟ ହୁଏ। ତଥାପି ଆପେ ଆପେ ମୃଦଙ୍ଗ ବଜାଇବା ଲାଗି ହାତ ଚାଲିଯାଏ। କେବଳ ମୃଦଙ୍ଗ ନୁହେଁ, ଜଣେ ସଫଳ ବାଦ୍ୟକାର ହେବାକୁ ସେ ଇଚ୍ଛା ରଖିଛନ୍ତି। ଏବେ ନ ହେଲେ ବି ଭବିଷ୍ୟତରେ ସେ ଏହା କରି ଦେଖାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?