ମୃଦଙ୍ଗ ତାନ ମୋହୁଛି ମନ

କାମାକ୍ଷାନଗର, ୧୫।୩(ଡି.ଏନ.ଏ.):  ଦଙ୍ଗଟିଏ ପାଇଲେ ସେ ହୋଇଯାଆନ୍ତି ଆନମନା। ତାଙ୍କ ସୂକ୍ଷ୍ମ ହସ୍ତଚାଳନାରେ କଥା କୁହେ ଏହି ପାରମ୍ପରିକ ବାଦ୍ୟ। ହରେକୃଷ୍ଣ ହରେରାମ ହେଉ କି ଆଧୁନିକ ସଙ୍ଗୀତ, ଗୀତର ତାଳେ ତାଳେ ମୃଦଙ୍ଗ ବାଦନ କରି ଅଳ୍ପ ସମୟରେ ସୃଷ୍ଟି କରନ୍ତି ମନୋରଞ୍ଜନଧର୍ମୀ ପରିବେଶ। ମାତ୍ର ୯ବର୍ଷ ବୟସରେ ଏଭଳି ପ୍ରତିଭା ପାଇଁ ପ୍ରଶଂସା ସାଉଁଟୁଛନ୍ତି ଶିଶୁ ବାଦ୍ୟକାର ସାଗର ବେହେର। ।

ବିନାଗୁରୁରେ ମୃଦଙ୍ଗକୁ କରିଛନ୍ତି ଆୟତ୍ତ। ତାହା ବି ମାତ୍ର ୯ ବର୍ଷ ବୟସରେ। ଯେଉଁ ସମୟରେ ସାଙ୍ଗସାଥୀଙ୍କ ମେଳରେ ଖେଳିବୁଲିବା କଥା, ସେହି ବୟସରେ ଏଭଳି ଚମତ୍କାରିତା କରି ଦେଖାଇଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତ ଅନ୍ତର୍ଗତ କମଗରାପାଟଣାର ସାଗର ବେହେରା। ମୃଦଙ୍ଗବାଦନରେ ଦକ୍ଷତା ହାସଲ କରିଥିବାବେଳେ ଏହି ଶିଶୁ ବାଦ୍ୟକାର ଏବେ ଗ୍ରାମର ମହିଳା ସଂକୀର୍ତ୍ତନ ମଣ୍ଡଳୀର ନିୟମିତ ସଦସ୍ୟ ପାଲଟିଛନ୍ତି ଏବଂ ବିଭିନ୍ନ ସ୍ଥାନରେ ସଂକୀର୍ତ୍ତନ ପରିବେଷଣ କରି ସାଉଁଟୁଛନ୍ତି ପ୍ରଶଂସା।
କମଗରାପାଟଣାର କାର୍ତ୍ତିକ ବେହେରା ଏବଂ ଅମୃତି ବେହେରାଙ୍କ ୨ ସନ୍ତାନ ମଧ୍ୟରେ ସାଗର ହେଉଛନ୍ତି ସାନ। ଝିଅ ସ୍ବାଗତିକା ୯ମ ଶ୍ରେଣୀର ଛାତ୍ରୀ ହୋଇଥିବାବେଳେ ସାଗର ପଢୁଛନ୍ତି ୪ର୍ଥରେ। ବାପା କାର୍ତ୍ତିକ ଦିନ ମଜୁରିଆ। ଖଟିଲେ ପରିବାର ଚଳେ। ଏପରିିସ୍ଥଳେ ଗରିବ ପରିବାର ପାଇଁ ଆଶାର କିରଣ ସାଜିଛନ୍ତି ସାଗର। ପୁଅର ପ୍ରତିଭା ସମ୍ପର୍କରେ ଅମୃତି କୁହନ୍ତି, ତୁଳସୀ ଦୁଇପତ୍ରରୁ ବାସିବା ପରି ପିଲାଟିଦିନରୁ ପୁଅ ଭିତରେ ଥିବା ପ୍ରତିଭା ଲୋକଲୋଚନକୁ ଆସିଥିଲା। ଦୁଇବର୍ଷ ତଳେ ସେ ସଂକୀର୍ତ୍ତନମଣ୍ଡଳୀ ସଂସ୍ପର୍ଶରେ ଆସିଥିଲେ। ମୃଦଙ୍ଗ ପ୍ରତି ଦୁର୍ବଳତା ଥିବାରୁ ଏହାକୁ ବଜାଇବା ଆରମ୍ଭ କରିଥିଲେ। ଧୀରେ ଧୀରେ ଏଥିରେ ଦକ୍ଷତା ବଢ଼ିଲା। ଏବେ ଗ୍ରାମର ମହିଳା ସଂକୀର୍ତ୍ତନମଣ୍ଡଳୀର ସଦସ୍ୟ ପାଲଟିଯାଇଛନ୍ତି ସାଗର। ସେମାନଙ୍କ ସହ ବିଭିନ୍ନ ସ୍ଥାନକୁ ଯାଉଛନ୍ତି। ଜିଲାର ୨୦ରୁ ଊର୍ଦ୍ଧ୍ୱ ଗ୍ରାମରେ ସଂକୀର୍ତ୍ତନ ପରିବେଷଣ କରି ସେ ବହୁ ପୁରସ୍କାର ଜିତିଛନ୍ତି। ଆର୍ଥତ୍କ ଅନଟନ ଭିତରେ ଇଚ୍ଛା ଥିଲେ ବି ପୁଅ ପାଇଁ ମୃଦଙ୍ଗଟିଏ କିଣିବା ସମ୍ଭବପର ହୋଇପାରି ନ ଥିବା ଅମୃତି କହିଛନ୍ତି। ବାପା କାର୍ତ୍ତିକ କୁହନ୍ତି, ପୁଅର ମୃଦଙ୍ଗ ବଜାଇବା ଇଚ୍ଛା ଦେଖି ତାକୁ ଜଣେ ଭଲ ଗୁରୁଙ୍କ ନିକଟରେ ଶିଖାଇବା ପାଇଁ ଆଶା ରଖିଛି। ହେଲେ ଏଥିରେ ଅର୍ଥ ବାଧକ ସାଜିଛି। ସେ ଯେଉଁଆଡ଼େ ଯାଏ, ଶହେ ଦୁଇଶହ ଟଙ୍କା ପୁରସ୍କାର ଆଣିଥାଏ। ସେହି ଟଙ୍କା ବି ଘର ଖର୍ଚ୍ଚରେ ଚାଲିଯାଉଛି। କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ମୃଦଙ୍ଗ ବାଦ୍ୟଟିଏ ପାଇଁ ସହଯୋଗ କରିବାକୁ କାର୍ତ୍ତିକ ନିବେଦନ କରିଛନ୍ତି। ନିଜ ପ୍ରତିକ୍ରିୟାରେ ସାଗର କୁହନ୍ତି, ବୟସ ଅନୁପାତରେ ମୃଦଙ୍ଗ ବଡ଼। ତେଣୁ ବଜାଇବାରେ ସାମାନ୍ୟ କଷ୍ଟ ହୁଏ। ତଥାପି ଆପେ ଆପେ ମୃଦଙ୍ଗ ବଜାଇବା ଲାଗି ହାତ ଚାଲିଯାଏ। କେବଳ ମୃଦଙ୍ଗ ନୁହେଁ, ଜଣେ ସଫଳ ବାଦ୍ୟକାର ହେବାକୁ ସେ ଇଚ୍ଛା ରଖିଛନ୍ତି। ଏବେ ନ ହେଲେ ବି ଭବିଷ୍ୟତରେ ସେ ଏହା କରି ଦେଖାଇବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri