୨୨ବର୍ଷରେ ୧୨୧ ହାତୀ ମୃତ

କେନ୍ଦୁଝର,୧୨।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ହାତୀ ମଣିଷ ଲଢ଼େଇ ଲାଗି ରହିଛି। କେତେବେଳେ ନିରୀହ ମଣିଷଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷଙ୍କ ଆକ୍ରୋଶରୁ ଟଳି ପଡ଼ୁଛନ୍ତି ହାତୀ। ୨୨ ବର୍ଷ ମଧ୍ୟରେ ଜିଲାରେ ୧୨୧ ହାତୀଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଗତ ୨୦ ଦିନରେ ୪ଟି ମାଈ ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି ା ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ବନ୍ୟପ୍ରାଣୀ ସ୍ବାସ୍ଥ୍ୟକେନ୍ଦ୍ର (ଭେଟେରିନାରୀ କଲେଜ), ପଶୁ ରୋଗ ରିସର୍ଚ୍ଚ ସଂସ୍ଥାନ ତଥା ନନ୍ଦନକାନନର ପ୍ରାଣୀ ଚିକିତ୍ସକ ଓ ଗବେଷକମାନେ ଗସ୍ତ କରି କାରଣ ଖୋଜୁଛନ୍ତି। ପୂର୍ବରୁ ମରିଥିବା ହାତୀଙ୍କ ବ୍ୟବଚ୍ଛେଦ ପରେ ଅବଶେଷକୁ ପରୀକ୍ଷା ପାଇଁ ପଠାଯାଇଥିଲା। ମାତ୍ର ଅଦ୍ୟାବଧି ରିପୋର୍ଟ ଆସିନାହିଁ।
ପ୍ରକାଶ ଯେ, ୨୦୧୬-୧୭ ବର୍ଷକୁ ଛାଡି ଦେଲେ ପ୍ରତ୍ୟେକ ବର୍ଷ କେନ୍ଦୁଝର ବନଖଣ୍ଡରେ ହାତୀ ମୃତ୍ୟୁ ଘଟୁଛି। ୨୦୦୧-୦୨ରୁ ଅଦ୍ୟାବଧି (୨୦୨୧-୨୨) ଅଗଷ୍ଟ ୧୧ ସୁଦ୍ଧା କେନ୍ଦୁଝର ବନ ଖଣ୍ଡରେ ସମୁଦାୟ ୧୨୧ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଫଳରେ ହାତୀମାନଙ୍କ ସୁରକ୍ଷାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ବନ ବିଭାଗ ତଥ୍ୟରୁ ଜଣାପଡ଼ିଛି, ୨୦୦୧-୦୨ ରେ ୮, ୨୦୦୨-୦୩ ରେ ୧୨, ୨୦୦୩-୦୪ରେ ୪, ୨୦୦୪-୦୫ ରେ ୧୨, ୨୦୦୫-୦୬ ରେ ୩, ୨୦୦୬-୦୭ ରେ ୬, ୨୦୦୭-୦୮ ରେ ୬, ୨୦୦୮-୦୯ ରେ ୮, ୨୦୦୯-୧୦ ରେ ୪, ୨୦୧୦-୧୧ରେ ୯, ୨୦୧୧-୧୨ ରେ ୪, ୨୦୧୨-୧୩ ରେ ୯, ୨୦୧୩-୧୪ ରେ ୪, ୨୦୧୪-୧୫ ରେ ୪, ୨୦୧୫-୧୬ ରେ ୬, ୨୦୧୭-୧୮ରେ ୨, ୨୦୧୮-୧୯ରେ ୩, ୨୦୧୯-୨୦ରେ ୬, ୨୦୨୦-୨୧ରେ ୭ ଓ ୨୦୨୧-୨୨ (ଅଗଷ୍ଟ ୧୧ ସୁଦ୍ଧା) ୪ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୧୬-୧୭ ପରେ ଗତ ୫ ବର୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ହାତୀପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ଖଣିଖାଦାନ, ଶିଳ୍ପ, ଜଙ୍ଗଲ ମଧ୍ୟରେ ରାସ୍ତାଘାଟ ନିର୍ମାଣ, କାଠ ମାଫିଆଙ୍କ ପ୍ରାଦୁର୍ଭାବ, ଜଙ୍ଗଲାଞ୍ଚଳ ଜବରଦଖଲ ଆଦି କାରଣରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହ ହାତୀମାନଙ୍କ ଆଶ୍ରୟସ୍ଥଳ, ଚଲାପଥ ଓ କରିଡର ସବୁ ନଷ୍ଟ ହୋଇଯାଇଛି। ଫଳରେ ହାତୀମାନେ ପଥ ଭ୍ରଷ୍ଟ ହୋଇ ଏଣେତେଣେ ଘୂରି ବୁଲୁଛନ୍ତି। ଖାଦ୍ୟାଭାବ ଦେଖାଦେଉଥିବାରୁ ଜନବସତିମୁହାଁ ହୋଇ ଫସଲ ହାନି ଘଟାଉଛନ୍ତି ା ଫଳରେ ମଣିଷ ଓ ହାତୀ ମଧ୍ୟରେ ତିକ୍ତତା ବଢୁଛି ା ଦାନ୍ତ ମାଫିଆମାନେ ହାତୀମାନଙ୍କୁ ବିଦ୍ୟୁତ୍‌ ଆଘାତ ଦେଇ ବା ଗୁଳି କରି ମାରି ଦେଉଥିବା ଅଭିଯୋଗ ହେଉଛି ା ଅନେକ ସମୟରେ ପଥ ଭ୍ରଷ୍ଟ ହାତୀମାନେ ରାସ୍ତା ବା ରେଳ ଲାଇନ ପାର ହେବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତାହତ ହେଉଛନ୍ତି।
ଏନେଇ କେନ୍ଦୁଝର ଡିଏଫ୍‌ଓ ଅଜିତ ଶତପଥୀ କହିଛନ୍ତି, ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ଲୋକଙ୍କୁ ସଚେତନ କରାଯାଉଛି। ଜନବସତି ଅଞ୍ଚଳରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି। ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏଥିପାଇଁ ସ୍କ୍ବାଡ୍‌ ଗଠନ କରାଯିବା ସହ ବନ ବିଭାଗ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଆକ୍ରମଣକାରୀ ବା ଶିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?