୨୨ବର୍ଷରେ ୧୨୧ ହାତୀ ମୃତ

କେନ୍ଦୁଝର,୧୨।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ହାତୀ ମଣିଷ ଲଢ଼େଇ ଲାଗି ରହିଛି। କେତେବେଳେ ନିରୀହ ମଣିଷଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷଙ୍କ ଆକ୍ରୋଶରୁ ଟଳି ପଡ଼ୁଛନ୍ତି ହାତୀ। ୨୨ ବର୍ଷ ମଧ୍ୟରେ ଜିଲାରେ ୧୨୧ ହାତୀଙ୍କ ମୃତ୍ୟୁ ହୋଇଥିବାରୁ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଗତ ୨୦ ଦିନରେ ୪ଟି ମାଈ ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି ା ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ବନ୍ୟପ୍ରାଣୀ ସ୍ବାସ୍ଥ୍ୟକେନ୍ଦ୍ର (ଭେଟେରିନାରୀ କଲେଜ), ପଶୁ ରୋଗ ରିସର୍ଚ୍ଚ ସଂସ୍ଥାନ ତଥା ନନ୍ଦନକାନନର ପ୍ରାଣୀ ଚିକିତ୍ସକ ଓ ଗବେଷକମାନେ ଗସ୍ତ କରି କାରଣ ଖୋଜୁଛନ୍ତି। ପୂର୍ବରୁ ମରିଥିବା ହାତୀଙ୍କ ବ୍ୟବଚ୍ଛେଦ ପରେ ଅବଶେଷକୁ ପରୀକ୍ଷା ପାଇଁ ପଠାଯାଇଥିଲା। ମାତ୍ର ଅଦ୍ୟାବଧି ରିପୋର୍ଟ ଆସିନାହିଁ।
ପ୍ରକାଶ ଯେ, ୨୦୧୬-୧୭ ବର୍ଷକୁ ଛାଡି ଦେଲେ ପ୍ରତ୍ୟେକ ବର୍ଷ କେନ୍ଦୁଝର ବନଖଣ୍ଡରେ ହାତୀ ମୃତ୍ୟୁ ଘଟୁଛି। ୨୦୦୧-୦୨ରୁ ଅଦ୍ୟାବଧି (୨୦୨୧-୨୨) ଅଗଷ୍ଟ ୧୧ ସୁଦ୍ଧା କେନ୍ଦୁଝର ବନ ଖଣ୍ଡରେ ସମୁଦାୟ ୧୨୧ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଫଳରେ ହାତୀମାନଙ୍କ ସୁରକ୍ଷାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ବନ ବିଭାଗ ତଥ୍ୟରୁ ଜଣାପଡ଼ିଛି, ୨୦୦୧-୦୨ ରେ ୮, ୨୦୦୨-୦୩ ରେ ୧୨, ୨୦୦୩-୦୪ରେ ୪, ୨୦୦୪-୦୫ ରେ ୧୨, ୨୦୦୫-୦୬ ରେ ୩, ୨୦୦୬-୦୭ ରେ ୬, ୨୦୦୭-୦୮ ରେ ୬, ୨୦୦୮-୦୯ ରେ ୮, ୨୦୦୯-୧୦ ରେ ୪, ୨୦୧୦-୧୧ରେ ୯, ୨୦୧୧-୧୨ ରେ ୪, ୨୦୧୨-୧୩ ରେ ୯, ୨୦୧୩-୧୪ ରେ ୪, ୨୦୧୪-୧୫ ରେ ୪, ୨୦୧୫-୧୬ ରେ ୬, ୨୦୧୭-୧୮ରେ ୨, ୨୦୧୮-୧୯ରେ ୩, ୨୦୧୯-୨୦ରେ ୬, ୨୦୨୦-୨୧ରେ ୭ ଓ ୨୦୨୧-୨୨ (ଅଗଷ୍ଟ ୧୧ ସୁଦ୍ଧା) ୪ ହାତୀଙ୍କ ମୃତ୍ୟୁ ହୋଇଛି। ୨୦୧୬-୧୭ ପରେ ଗତ ୫ ବର୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ହାତୀପ୍ରେମୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।
ଖଣିଖାଦାନ, ଶିଳ୍ପ, ଜଙ୍ଗଲ ମଧ୍ୟରେ ରାସ୍ତାଘାଟ ନିର୍ମାଣ, କାଠ ମାଫିଆଙ୍କ ପ୍ରାଦୁର୍ଭାବ, ଜଙ୍ଗଲାଞ୍ଚଳ ଜବରଦଖଲ ଆଦି କାରଣରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେବା ସହ ହାତୀମାନଙ୍କ ଆଶ୍ରୟସ୍ଥଳ, ଚଲାପଥ ଓ କରିଡର ସବୁ ନଷ୍ଟ ହୋଇଯାଇଛି। ଫଳରେ ହାତୀମାନେ ପଥ ଭ୍ରଷ୍ଟ ହୋଇ ଏଣେତେଣେ ଘୂରି ବୁଲୁଛନ୍ତି। ଖାଦ୍ୟାଭାବ ଦେଖାଦେଉଥିବାରୁ ଜନବସତିମୁହାଁ ହୋଇ ଫସଲ ହାନି ଘଟାଉଛନ୍ତି ା ଫଳରେ ମଣିଷ ଓ ହାତୀ ମଧ୍ୟରେ ତିକ୍ତତା ବଢୁଛି ା ଦାନ୍ତ ମାଫିଆମାନେ ହାତୀମାନଙ୍କୁ ବିଦ୍ୟୁତ୍‌ ଆଘାତ ଦେଇ ବା ଗୁଳି କରି ମାରି ଦେଉଥିବା ଅଭିଯୋଗ ହେଉଛି ା ଅନେକ ସମୟରେ ପଥ ଭ୍ରଷ୍ଟ ହାତୀମାନେ ରାସ୍ତା ବା ରେଳ ଲାଇନ ପାର ହେବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତାହତ ହେଉଛନ୍ତି।
ଏନେଇ କେନ୍ଦୁଝର ଡିଏଫ୍‌ଓ ଅଜିତ ଶତପଥୀ କହିଛନ୍ତି, ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ଲୋକଙ୍କୁ ସଚେତନ କରାଯାଉଛି। ଜନବସତି ଅଞ୍ଚଳରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି। ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏଥିପାଇଁ ସ୍କ୍ବାଡ୍‌ ଗଠନ କରାଯିବା ସହ ବନ ବିଭାଗ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଆକ୍ରମଣକାରୀ ବା ଶିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଳିମାଟିରେ ନିଆରା ହୋଲି: ଅବିର, ହଳଦୀ ପାଣିରେ ରଙ୍ଗ ଖେଳିଲେ ଅଞ୍ଚଳବାସୀ

କୋଳିମାଟି, ୧୦ା୩( ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର କୋଳିମାଟି ଅଞ୍ଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତ ଲୋକେ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି। କରୋନା ଭାଇରସ...

କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିପିଏମ୍‌

ପାଟଣା,୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍‌ ଧୀରେନ କୁମାର ମହନ୍ତ କୋଭିଡ୍‌ ଡ୍ୟୁଟି କରିବାକୁ ଯାଇ ସୋମବାର ବିଳମ୍ବିତ...

କେନ୍ଦୁଝର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଲା: ସ୍ତ୍ରୀ, ପ୍ରସୂତି ବିଭାଗ ସିଲ୍

‌କେନ୍ଦୁଝର,୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ସର୍ବାଧିକ ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୦ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା...

ସମ୍ବର୍ଦ୍ଧିତ ହେଲେ କୃତୀ ପ୍ରତିଭା

ପାଟଣା,୨୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ମୁଖ୍ୟ ଷ୍ଟାଡିୟମରେ ଶୁକ୍ରବାର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ପରିଚାଳନା...

ବେଆଇନ ଅଙ୍ଗାର ବୋଝେଇ ଗାଡି ଜବତ, ଦୁଇ ଗିରଫ

ଆନନ୍ଦପୁର,୨୭।୨(ସ୍ବ.ପ୍ର.): ଆନନ୍ଦପୁର ବନବିଭାଗ ଗୋଟିଏ ବେଆଇନ ଅଙ୍ଗାର ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ୨୦ନଂ ଜାତୀୟ ରାଜପଥର...

ଶିକ୍ଷକ ଅନିରୁଦ୍ଧ ସ୍ବାଇଁ ମୃତ୍ୟୁ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଅନଶନ

ହାଟଡିହୀ,୨୦ା୧(ଡି.ଏନ୍‌.ଏ.): ୨୦୨୨ ନଭେମ୍ବର ୧୪ରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଢେଙ୍କା ହାଇସ୍କୁଲର ଶିକ୍ଷକ ଇଞ୍ଚଳ ଗ୍ରାମର ଅନିରୁଦ୍ଧ ସ୍ବାଇଁଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ...

ଥ୍ରେସର ମେଶିନ୍‌ରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ଯୋଡ଼ା ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣିଡିହା ଗ୍ରାମରେ ମଙ୍ଗଳବାର ଧାନ ଅମଳ କରାଯାଉଥିବା ଥ୍ରେସର ମେସିନ୍‌ରେ ଚାପି ହୋଇ ଜଣେ ଶ୍ରମିକଙ୍କର...

ଦୁର୍ଘଟଣାରେ ଚାଲିଗଲା ଜୀବନ

ପାଟଣା,୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ...

Advertisement
Archives

Model This Week