ଶୀତ ଅଧିବେଶନ ପୂର୍ବରୁ ୧୦ରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍‌ ଆଗତ ହେବା ସହିତ ଏହାକୁ ମଞ୍ଜୁରୀ ପ୍ରଦାନ କରାଯିବ। ହେଲେ ଆସନ୍ତା ଅଧିବେଶନରେ ବିଧାୟକ, ବିଧାନସଭା କର୍ମଚାରୀ ଏବଂ ଖବରଦାତାଙ୍କ କୋଭିଡ୍‌ ଟେଷ୍ଟ ହେବ କି ନାହିଁ ସେ ନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇନାହିଁ। ଏ ନେଇ ଆସନ୍ତା ୧୦ ତାରିଖରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ ସ୍ବାସ୍ଥ୍ୟ ବିଭାଗ ସହିତ ଆଲୋଚନା କରି ଚୂଡାନ୍ତ ନିଷ୍ପତ୍ତି ନିଆହେବ ବୋଲି ବିଧାନସଭା ସଚିବ ଦାଶରଥୀ ଶତପଥୀ ସୂଚନା ଦେଇଛନ୍ତି। ପ୍ରଶ୍ନକାଳ ରହିବ କି ବନ୍ଦ ହେବ ସେ ନେଇ ଆଲୋଚନା କରାଯିବ ବୋଲି ବାଚସ୍ପତି କହିଛନ୍ତି। ସେହିପରି ଅଧିବେଶନ ବସିବା ପୂର୍ବରୁ ଇ-ବିଧାନସଭା ପ୍ରଶିକ୍ଷଣ ଶିବିର ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓକାକ୍‌ ପକ୍ଷରୁ ଆକାଉଣ୍ଟ ଏବଂ ଏଷ୍ଟାବ୍ଲିଶ ବ୍ରାଞ୍ଚ୍‌ର କର୍ମଚାରୀଙ୍କୁ ଟ୍ରେନିଂ ଦିଆଯାଇଛି। ବିଧାନସଭା ଅଧିବେଶନ ଶେଷ ହେବାପରେ ବିଧାୟକମାନେ ପ୍ରଶିକ୍ଷଣ ନେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମାଗଣା ବସ୍‌ରେ ଯିବେ ନିଟ୍‌ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୧।୬: ବଡ଼ ଘୋଷଣା କଲେ ରାଜ୍ୟ ସରକାର। ମାଗଣା ବସ୍‌ରେ ଯିବେ ନିଟ୍‌ (UG) ପରୀକ୍ଷାର୍ଥୀ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶ ଜାରି…

ରଜ ଖୁସିକୁ ଦ୍ୱିଗୁଣିତ କଲେ ଆଇପିଓ ଆକର୍ଷ ରଞ୍ଜନ; ବାଳାଶ୍ରମ ଶିଶୁଙ୍କୁ ମଲକୁ ନେଇ ନୂଆ ପୋଷାକ କିଣାଇଲେ…

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା): ୧୧।୬: ରଜ ପର୍ବର ଆଗମନ ସହ ଉତ୍ସବମୁଖର ପରିବେଶ ମଧ୍ୟରେ ଉତ୍କଳ ବାଳାଶ୍ରମର ଶିଶୁମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ ସୃଷ୍ଟି କରିଛନ୍ତି ଆଇପିଓ…

ସକ୍ରିୟ ହେଲା ଅଲ ନିନୋ: ମରୁଡ଼ି, ବନ୍ୟା ,ଭୟଙ୍କର ମହାବିନାଶ! ଓଡ଼ିଶାରେ…

ଭୁବନେଶ୍ୱର, ୧୧।୬: ପ୍ରଶାନ୍ତ ମହାସାଗରରେ ‘ଅଲ ନିନୋ’ ସକ୍ରିୟ ହୋଇଯାଇଛି। ବିଶ୍ୱ ପାଣିପାଗ ସଂଗଠନ (WMO) ଏବଂ ପାଣିପାଗ ଏଜେନ୍ସିଗୁଡ଼ିକ ଅନୁଯାୟୀ, ଏହାର ପ୍ରଭାବରେ ସାରା ବିଶ୍ୱରେ…

ମମତା ବାନାର୍ଜୀଙ୍କ ପାଇଁ ଚତୁର୍ଥ ଝଟକା: ଚାରି ଦିନରେ ୪ଟି ଇସ୍ତଫା

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଦମନକାରୀ ପରାଜୟ ପରେ ତୃଣମୂଳ କଂଗ୍ରେସ ସାମ୍ନାରେ ଥିବା ସଙ୍କଟ ଆହୁରି ଘନିଭୂତ ହେଉଛି। ଦଳ ଭିତରେ ଆରମ୍ଭ…

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ଜୋର୍‌ସୋରରେ ପ୍ରସ୍ତୁତି : ୧୩ରୁ ୧୫ ତାରିଖ ଯାଏ ଚାଲିବ ଏହି ସବୁ କାର୍ଯ୍ୟକ୍ରମ

ଛତ୍ରପୁର, ୧୧।୬ (ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ଦୁଇବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲାରେ ଜିଲା, ବ୍ଲକ ଓ ଗ୍ରାମ ପଞ୍ଚାୟତସ୍ତରରେ ପ୍ରଦର୍ଶନୀ ମେଳା…

ରାଜ୍ୟ ସଭା ନିର୍ବାଚନ ଫଳାଫଳ ଘୋଷଣା; ମଧ୍ୟପ୍ରଦେଶରେ ଝଟକା ମଧ୍ୟରେ କଂଗ୍ରେସ ପାଇଁ ରହିଛି ଭଲ ଖବର

ନୂଆଦିଲ୍ଲୀ,୧୧।୬: ଗୁରୁବାର (ଜୁନ ୧୧, ୨୦୨୬), ମଧ୍ୟପ୍ରଦେଶ, ଗୁଜରାଟ ଏବଂ କର୍ନାଟକରୁ ୧୪ ଜଣ ପ୍ରାର୍ଥୀ ନିରପେକ୍ଷ ଭାବରେ ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ; କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri