ନୂଆଦିଲ୍ଲୀ,୩୦।୧୦: ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ଆଲୁମିନିୟମ ଆସୋସିଏସନ ଅଫ୍ ଇଣ୍ଡିଆ(ଏଏଆଇ)ର ପ୍ରସ୍ତାବ ଅନୁଯାୟୀ ଆଲୁମିନିୟମ ଉଦ୍ୟୋଗ ଘରୋଇ ବଜାର ପ୍ରବେଶକୁ ସୁରକ୍ଷା ଓ ସଦ୍ୟ ନିବେଶକୁ ଆକର୍ଷିତକରିବା ଲାଗି ସର୍ଜିଂ ଇମ୍ପୋର୍ଟ ବିପକ୍ଷରେ ସୁରକ୍ଷା ଚାହୁଁଛି। ଏପରିକି ଆଗାମୀ ୬ ବର୍ଷ ମଧ୍ୟରେ ୩ଲକ୍ଷ କୋଟି ବିନିଯୋଗ ଆବଶ୍ୟକ ରହିଛି। ସେହିଭଳି ଆଲୁମିନିୟମ ଆମଦାନୀ ଉପରେ ଅତ୍ୟଧିକ ଶୁଳ୍କ ଲଗାଯାଇ ଘରୋଇ ଉଦ୍ୟୋଗୀଙ୍କୁ ସୁରକ୍ଷା ଦେବା ସହିତ ଅତ୍ୟାବଶ୍ୟକ କଞ୍ଚାମାଲ ଉପରେ ବିଦ୍ୟମାନ ଶୁଳ୍କ ଯଥାର୍ଥ ହେବା ଉଚିତ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଭାରତର ସର୍ବୋଚ୍ଚ ଆଲୁମିନିୟମ ଉପତ୍ାଦକମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ସଂସ୍ଥା ତଥା ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ଡିପାର୍ଟମେଣ୍ଟ ଫର୍ ପ୍ରୋମୋଶନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ୍ (ଡିପିଆଇଆଇଟି) ଜରିଆରେ ଏଏଆଇ ଏହାର ପୂର୍ବ ବଜେଟ ପ୍ରତିନିଧିତ୍ୱ ଦାଖଲ କରିଛି। ଏପରିକି ଏହା ଦେଶର ଆଲୁମିନିୟମ ଅଭିବୃଦ୍ଧି ଉପରେ ନିରନ୍ତର ଗୁରୁତ୍ୱ ଦେଇଥାଏ। ବିଶେଷକରି ୨୦୪୭ ସୁଦ୍ଧା ଦେଶ ଏକ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବା ଲାଗି ପ୍ରୟାସୀ ଥିଲାବେଳେ ଏହାଦ୍ୱାରା ଆମେରିକା, ମାଲେସିଆ ଓ ଇଣ୍ଡୋନେସିଆ ପରି ଅନେକ ଦେଶ ଆଲୁମିନିୟମକୁ ଏକ ରଣନୀତିକ କ୍ଷେତ୍ର ଭାବେ ବିବେଚନା କରିଛନ୍ତି।
ସେହିଭଳି ଶିଳ୍ପ ଆକଳନ ଅନୁସାରେ ବିଶ୍ୱର ହାରାହାରି ୧୨ କିଲୋଗ୍ରାମ ତୁଳନାରେ ଭାରତର ମୁଣ୍ଡ ପିଛା ଆଲୁମିନିୟମ ବାର୍ଷିକ ୩ କିଲୋ ରହିଛି। ଏପରିକି ୨୦୩୦ ସୁଦ୍ଧା ଆଲୁମିନିୟମର ୧୦ ଏମ୍ଟିପିଏରେ ପହଞ୍ଚତ୍ିବାକୁ ଥିବା ଘରୋଇ ଚାହିଦା ସତ୍ତ୍ୱେ ଏହି କ୍ଷେତ୍ର ନୂଆ ପୁଞ୍ଜି ନିବେଶକୁ ଆକର୍ଷିତ କରିବାର ପ୍ରମୁଖ ଆହ୍ବାନର ସମ୍ମୁଖୀନ ହୋଇଛି। ଏହି ଆଶା କରାଯାଉଥିବା ଚାହିଦା ପୂରଣ ଲାଗି ଆଗାମୀ ୬ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ବିନିଯୋଗ ଆବଶ୍ୟକ ରହିଛି। ଏହା ହେଲେ ଦେଶରେ ଏକ ବ୍ୟାପକ ନିଯୁକ୍ତି ସୃଷ୍ଟି ମଧ୍ୟ ହୋଇପାରିବ।
ଏ ନେଇ ଶିଳ୍ପ ସଦସ୍ୟମାନେ ଉଲ୍ଲେଖ କରିଛନ୍ତି, ଘରୋଇ ବଜାରରେ ଆମଦାନୀ ପ୍ରବାହ ଓ ପୁଞ୍ଜି ବିନିଯୋଗ କରିବାରେ ଏକ ପ୍ରତିବନ୍ଧକ ରହିଛି, ଯେତେବେଳେ କି ଭାରତରେ ଆଲୁମିନିୟମ ହବ୍ ଉପତ୍ନ୍ନ ହେବା ପାଇଁ ସବୁ ପ୍ରକାର ଉପାଦାନ ଉପଲବ୍ଧ ଅଛି। ତେଣୁ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ ବୋଲି ଶିଳ୍ପ ସଦସ୍ୟମାନେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।
ତେଣୁ ଏଏଆଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି, ଦେଶର ଆତ୍ମନିର୍ଭରଶୀଳତାକୁ ସହାୟକ ହେବା ଓ ପ୍ରାଥମିକ/ଡାଉନଷ୍ଟ୍ରିମ୍ ଉପତ୍ାଦ ଉପରେ ଆମଦାନୀ ଶୁଳ୍କକୁ ବିଦ୍ୟମାନ ୭.୫% ରୁ ୧୦%କୁ ବୃଦ୍ଧି କରାଗଲେ ଦେଶ ନୂଆ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ। ଅପରପକ୍ଷରେ ଶସ୍ତା ଆମଦାନୀକୁ ନିୟନ୍ତ୍ରଣ କରିବା ଲାଗି ଆବଶ୍ୟକ ବ୍ୟବସ୍ଥା ରହିବା ଉଚିତ ରହିଛି।
ବିଶ୍ୱର ପ୍ରତିଦ୍ୱନ୍ଦ୍ୱିତାକୁ ସୁନିଶ୍ଚିତ କରିବା ଲାଗି ଏହା ଜରୁରୀ ଯେ ନୀତିଗୁଡ଼ିକ ଏକ ସ୍ଥାୟୀ ପରିବେଶ ପ୍ରତିପୋଷଣ କରିବା ସହ ଘରୋଇ ଶିଳ୍ପ ଲାଗି ଅଭିବୃଦ୍ଧି ଘଟାଇବା ସହ ବିଶ୍ୱ ବଜାରରେ ଏକ ଅଗ୍ରଣୀ ଭାବେ ସ୍ଥାନିତ କରିବ। ବର୍ତ୍ତମାନ ଶିଳ୍ପ ଏହାର ଉପତ୍ାଦନ ମୂଲ୍ୟର ୧୭% ଟିକସ, ଶୁଳ୍କ ବହନ କରୁଛି। ଏହାକୁ ହ୍ରାସ କରିବା ଲାଗି ଏଏଆଇ ପ୍ରସ୍ତାବ ଦେଇଛି।
ଘରୋଇ ଆଲୁମିନିୟମ ଉଦ୍ୟୋଗର କ୍ଷମତା ବିନିଯୋଗରେ ୮ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିଲା ଏବଂ ଦୁର୍ଗମ ଅଞ୍ଚଳରେ ବିଶେଷକରି ଡାଉନଷ୍ଟ୍ରିମ କ୍ଷେତ୍ରରେ ୪୦୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶରେ ସହାୟକ ହୋଇଥିଲା।
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!
ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…
ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…
ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା
ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…
ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…
ଲାଉସାନେ, ୬ା୧୦: ଅଲିମ୍ପିକ୍ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…
ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!
ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…
ହାଲ୍ରେ ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର…
କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…
ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…
ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ
ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

