Posted inଖେଳ

କ୍ରିକେଟରେ ପୁଣି ଭାରତ-ପାକ ମହାଯୁଦ୍ଧ: ରବିବାର ମୁହାଁମୁହିଁ ହେବେ ଦୁଇ ଦେଶର ‘ଏ’ ଟିମ, ଭାରତୀୟ ଦଳରେ ବୈଭବଙ୍କ ସହ ଅଛନ୍ତି…

ନୂଆଦିଲ୍ଲୀ,୨୧।୧୧: ଏବେ ଚାଲିଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ରବିବାର, ୨୨ ନଭେମ୍ବରରେ ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ହେବ ମହାମୁକାବିଲା। ଗତ ରବିବାର (୧୪ ନଭେମ୍ବର) ଅଣ୍ଡର-୧୯ ଏସିଆ କପର ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ଭାରତୀୟ ଦଳ ୧ ଉଇକେଟ୍‌ରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା। ଏବେ ଗୋଟିଏ ସପ୍ତାହ ପରେ ପୁଣି ଥରେ ଭାରତ ଓ ପାକିସ୍ତାନର ’ଏ’ ଦଳ ମଧ୍ୟରେ ମୁକାବିଲା ହେବ।

ତେବେ ’ଏ’ ଦଳ ବୋଲି ଭାବି ନିଅନ୍ତୁ ନାହିଁ ଯେ ଏଥିରେ କେବଳ ଘରୋଇ କ୍ରିକେଟର ଖେଳାଳି ରହିବେ। ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା ଓ ତିଳକ ବର୍ମାଙ୍କ ଭଳି ଷ୍ଟାର୍‌ ଖେଳାଳି ସାମିଲ ଅଛନ୍ତି।

ଏହି ଟୁର୍ନାମେଣ୍ଟରେ ତିଳକ ବର୍ମା ଇଣ୍ଡିଆ-ଏ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଭାରତୀୟ ଦଳ ପାଇଁ ଏହା ହେବ ଦ୍ୱିତୀୟ ମ୍ୟାଚ। ଶୁକ୍ରବାର (୨୦ ନଭେମ୍ବର) ଟିମ ଇଣ୍ଡିଆ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ନେପାଳ ବିପକ୍ଷରେ ଖେଳିଥିଲା। ଏଥିରେ ଭାରତ ୩୦୬ ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲା।

ସେହିପରି ପାକିସ୍ତାନ-ଏ ପାଇଁ ମଧ୍ୟ ଏହା ଦ୍ୱିତୀୟ ମ୍ୟାଚ ହେବ। ପାକିସ୍ତାନ ନିଜର ପ୍ରଥମ ମ୍ୟାଚ ୟୁଏଇ ବିପକ୍ଷରେ ଖେଳି ୬୧ ରନରେ ବିଜୟୀ ହୋଇଥିଲା। ତେବେ ଆସନ୍ତୁ ଜାଣିବା ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ହେବାକୁ ଥିବା ମ୍ୟାଚର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ଏହାକୁ କେଉଁଠି ଲାଇଭ ଦେଖିପାରିବେ।

– ମ୍ୟାଚ: ଭାରତ-ଏ ବନାମ ପାକିସ୍ତାନ-ଏ
– ତାରିଖ: ୨୨ ନଭେମ୍ବର, ରବିବାର
– ସ୍ଥାନ: ୱେଷ୍ଟ ଏଣ୍ଡ ପାର୍କ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ, ଦୋହା
– ଟସ: ଅପରାହ୍ଣ ୩ଟା
– ମ୍ୟାଚ ଆରମ୍ଭ: ଅପରାହ୍ଣ ୩ଟା ୩୦ ମିନିଟ (ଭାରତୀୟ ସମୟ)

ଭାରତରେ କେଉଁଠି ଦେଖିବେ ଲାଇଭ ମ୍ୟାଚ?
ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚର ସିଧା ପ୍ରସାରଣ ଭାରତରେ ସୋନି ସ୍ପୋର୍ଟସ ନେଟୱର୍କରେ ଦେଖିପାରିବେ। ସେହିପରି ମ୍ୟାଚ୍ର ଲାଇଭ ଷ୍ଟ୍ରିମିଂ ସୋନି ଲିଭ ଆପରେ ଉପଲବ୍ଧ ହେବ। ମୋବାଇଲ, ଲାପଟପ ଓ ସ୍ମାର୍ଟ ଟିଭିରେ ଦର୍ଶକ ଏହି ମ୍ୟାଚ ଦେଖିପାରିବେ।

ଟୁର୍ନାମେଣ୍ଟ ପାଇଁ ଇଣ୍ଡିଆ-ଏ ଦଳ
– ଅଭିଷେକ ଶର୍ମା
– ବୈଭବ ସୂର୍ଯ୍ୟବଂଶୀ
– ତିଳକ ବର୍ମା (ଅଧିନାୟକ)
– ଆୟୁଷ ବଦୋନି
– ରିଙ୍କୁ ସିଂ
– କୁମାର କୁଶାଗ୍ର (ଉଇକେଟ୍‌କିପର)
– ଶାହବାଜ ଅହମ୍ମଦ
– ସୂର୍ଯ୍ୟାଂଶ ଶେଡଗେ
– ବିପ୍ରଜ ନିଗମ
– ହର୍ଷିତ ରାଣା
– ପ୍ରିନ୍ସ ଯାଦବ
– ତନୁଷ କୋଟିଆନ
– ହର୍ଷ ଦୁବେ
– ପ୍ରଭସିମରନ ସିଂ
– ଅର୍ଶଦ ଖାନ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮୯ ବଲ୍‌ରେ ୮୫ ରନ, ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ ପଛର ଗୁମର ଖୋଲିଲେ ଜଶସ୍ବୀ ଜୟସ୍ବାଲ୍‌

ଓ୍ବେଲିଂଟନ,୨୧।୧୧: ଯେଉଁ ପିଚ୍‌ରେ ବ୍ୟାଟ୍ସମ୍ୟାନ୍‌ ଗୋଟିଏ ଗୋଟିଏ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଥିଲା, ସେହି ପିଚ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଛନ୍ତି ଭାରତୀୟ…

ଅଷ୍ଟ୍ରେଲିଆ କ୍ରିକେଟରେ ହଲଚଲ: କମିନ୍ସଙ୍କ ସମର୍ଥନରେ ଦେଲେ ଅବସର ଚେତାବନୀ

ନୂଆଦିଲ୍ଲୀ,୨୧।୧୧: ଉସମାନ ଖୱାଜା ସାଣ୍ଡପେପର୍‌ ବିବାଦକୁ ନେଇ କରିଥିବା ଦାବି ପରେ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଖେଳାଳିମାନେ…

ଭାରତର ପ୍ରଥମ ସ୍ବଦେଶୀ ଏଚ୍‌୫ଏନ୍‌୧ ଟିକା ଶୁଭାରମ୍ଭ

ନୂଆଦିଲ୍ଲୀ,୨୨ା୧୧:କୁକୁଡ଼ାମାନଙ୍କୁ ଅତ୍ୟଧିକ ସଂକ୍ରାମକ ଆଭିଆନ୍‌ ଇନ୍‌ଫ୍ଲୁଏଞ୍ଜା (ଏଚ୍‌ପିଏଆଇ) ବା ବାର୍ଡ ଫ୍ଲୁରୁ ରକ୍ଷା କରିବା ଲକ୍ଷ୍ୟରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର ଦେଶର…

ଏସିଆ କପ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ: ପାକିସ୍ତାନକୁ ଚାମ୍ପିୟନ ଘୋଷଣା, ରାଗରେ ଭାରତ କଲା ଏମିତି…

ନୂଆଦିଲ୍ଲୀ,୨୧।୧୧: ମେନ୍ସ ବ୍ଲାଇଣ୍ଡ କ୍ରିକେଟ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାର ଥିଲା। ହେଲେ ବାଂଲାଦେଶର ଢାକାରେ ଲଗାତାର…

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା ଘୁଞ୍ଚିଲା: ଏହି ଦିନ ହେବ ପରୀକ୍ଷା

ଭୁବନେଶ୍ୱର,୨୧ା୧୧(ସୁଚିସ୍ମିତା ସାହୁ):ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା…

ଛୋଟ ସାଥୀକୁ ଗିଳିଦେଲା ବିଶାଳକାୟ ତାରା: ମହାକାଶରେ ବିରଳ ଦୃଶ୍ୟ

ଓ୍ବାଶିଂଟନ,୨୧ା୧୧:ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ଏକ ବିଶାଳକାୟ ତାରା ନିଜର ଛୋଟ ସାଥୀ ତାରାକୁ ଗିଳିିଦେଇ ନିଜ ଭିତରେ ମିଶାଇଦେବାର ବିରଳ ଘଟଣାକୁ…

ନୂଆ ଇତିହାସ ଲେଖିଲେ କେ.ଏଲ. ରାହୁଲ: ଯାହା କୌଣସି ଭାରତୀୟ ଓପନର୍‌ କରିପାରି ନ ଥିଲେ ତାହା କଲେ ହାସଲ

ଓ୍ବେଲିଂଟନ,୨୧।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲାର ତୃତୀୟ ଦିନରେ ଚମକିଛନ୍ତି…

୧ ଲକ୍ଷ ୧୫ ହଜାରକୁ ଖସିଲା ସୁନା

ନୂଆଦିଲ୍ଲୀ,୨୧ା୧୧: ସୁନା ଓ ରୁପା ଦରରେ ଲଗାତର ହ୍ରାସ ଜାରି ରହିଛି। ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏଶନ(ଆଇବିଜେଏ)ର ସୂଚନା ଅନୁଯାୟୀ ଶୁକ୍ରବାର ୧୦ ଗ୍ରାମ (୨୪ କ୍ୟାରେଟ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?