ଗ୍ରାହକ ସମ୍ପର୍କକୁ ଗୁରୁତ୍ୱ

ଖୋର୍ଦ୍ଧା ଜିଲାର ଜଟଣୀ ଅନ୍ତର୍ଗତ ଏକ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରରେ ଜନ୍ମିତ ରାମ ଅବତାର ପିଲାଟି ଦିନରୁ ବାପାଙ୍କ ସହ ବ୍ୟବସାୟିକ ବାତାବରଣ ମଧ୍ୟରେ ସମୟ ଅତିବାହିତ କରିଥିବାରୁ ସମୟକ୍ରମେ ସେ ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷକରି ବ୍ୟବସାୟରେ ସାମିଲ ହୋଇଯାଇଥିଲେ। ଏପରିକି ଦୀର୍ଘଦିନର ବ୍ୟବସାୟିକ ଅନୁଭବ ଓ ଗ୍ରାହକ ସମ୍ପର୍କ ସହ ଘରୋଇ ବଜାରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲାବେଳେ ଗୁଣାତ୍ମକ ଉତ୍ପାଦ ଯୋଗାଇବା ଆଶାରେ ଧୂପକାଠି ବ୍ୟବସାୟରୁ ଉତ୍ପାଦନକାରୀ ଭାବେ ବେଶ୍‌ ସଫଳ ଓ ଲୋକପ୍ରିୟ ହୋଇଥିବା ଶ୍ରୀ ବାଲାଜୀ ଇନ୍‌ସେନ୍ସ ଇଣ୍ଡଷ୍ଟ୍ରି (ମଧୁକୁଞ୍ଜ)ର ଏମ୍‌ଡି ରାମ ଅବତାର ଅଗ୍ରଓ୍ବାଲଙ୍କ ସହ ଧରିତ୍ରୀର ବିଶେଷ ଆଳପ…..

ପ୍ର- ଓଡ଼ିଶା ବଜାରରେ ଧୂପକାଠି ଶିଳ୍ପର ଚାହିଦା କିଭଳି ରହିଛି?
ଉ- ଓଡ଼ିଶା ବଜାରରେ ଧୂପକାଠି ଶିଳ୍ପର ଚାହିଦା ବର୍ତ୍ତମାନ ଭଲ ସ୍ଥିତିରେ ରହିଥିଲାବେଳେ ସ୍ବତନ୍ତ୍ର ଗ୍ରାହକ ଚାହିଦା ଓ ବଜାର ଆବଶ୍ୟକତା ମଧ୍ୟ ବହୁତ ଅଧିକ ରହିଛି। ଏପରିକି ବ୍ରାଣ୍ଡ୍‌ ପ୍ରତି ବିଭିନ୍ନ ବର୍ଗର ଗ୍ରାହକଙ୍କ ଭରସା ଓ ବିଶ୍ୱାସ ରହିଛି। ବିଶେଷକରି ବ୍ୟବସାୟରେ ବିଶ୍ୱାସ ଓ ସ୍ବଚ୍ଛତା ଅବଲମ୍ବନକୁ ମଧୁକୁଞ୍ଜ ବ୍ରାଣ୍ଡ୍‌ ସର୍ବାଧିକ ଗୁରୁତ୍ୱ ଦେଇଥାଏ। ଗ୍ରାହକ ଚାହିଦା ପୂରଣ ପାଇଁ ଆମେ ବଜାରରେ ଗୁଣାତ୍ମକ ଉତ୍ପାଦ ଉପଲବ୍ଧ କରାଇବାକୁ ପ୍ରୟାସ କରିଆସିଛୁ।
ପ୍ର- ଉତ୍ପାଦନରେ କେଉଁ ପ୍ରକାର କଞ୍ଚାମାଲର ଆବଶ୍ୟକତା ରହିଥାଏ?
ଉ- ଧୂପକାଠି ତିଆରି ବହୁ ସହଜ ହୋଇଥିଲେ ମଧ୍ୟ ବ୍ରାଣ୍ଡ୍‌ର ଉପସ୍ଥିତି ଏବଂ ପରିଚୟ ପାଇଁ ଗୁଣାତ୍ମକ ମାନର ଉପାଦାନ ସହ ବିଭିନ୍ନ ପ୍ରକାର ସାମଗ୍ରୀ ଓ ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ରହିଛି। ବିଶେଷକରି ଗୁଣାତ୍ମକ ଧୂପକାଠି ପ୍ରସ୍ତୁତ ପାଇଁ ସ୍ବତନ୍ତ୍ର ବାଉଁଶ, କୋଇଲା, ଲାଖ(ଜିକେଟ) ଏବଂ ବିଭିନ୍ନ ପ୍ରକାର ତରଳ ପଦାର୍ଥ ଇତ୍ୟାଦି ବ୍ୟବହାର ହୋଇଥାଏ। ସେହିଭଳି କଞ୍ଚାମାଲ ସହ ଅଭିଜ୍ଞ ଓ ଦକ୍ଷ ମାନବ ସମ୍ବଳ ସାଙ୍ଗକୁ ବ୍ରାଣ୍ଡ୍‌ ପରିଚୟର ଯଥେଷ୍ଟ ଆବଶ୍ୟକତା ରହିଥାଏ। ବଜାରରେ ଗ୍ରାହକ ବ୍ରାଣ୍ଡ୍‌କୁ ଅଧିକ ପସନ୍ଦ କରିଥାନ୍ତି। କାରଣ ଘରୋଇ (ଲୋକାଲ) ଉତ୍ପାଦରେ ଠିକ୍‌ ମାନ ଓ ଗୁଣାତ୍ମକ ସାମଗ୍ରୀ ନ ଥାଏ।
ପ୍ର – ଉତ୍ପାଦନରେ ପ୍ରକ୍ରିୟାକରଣକୁ କିଭଳି ଗୁରୁତ୍ୱ ଦେଇଥାନ୍ତି?
ଉ – ଆମେ ସର୍ବଦା ଗୁଣାତ୍ମକ ଉତ୍ପାଦ ପ୍ରସ୍ତୁତ ସହିତ ବଜାର ଚାହିଦା ଉପରେ ଗୁରୁତ୍ୱ ଦେଇଥାଉ। ଉତ୍ପାଦନରେ ପ୍ରକ୍ରିୟାକରଣ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥିଲାବେଳେ ଉଚ୍ଚମାନର ସାମଗ୍ରୀ ଓ କଞ୍ଚାମାଲର ଗୁଣାତ୍ମକତାକୁ ପ୍ରାଧାନ୍ୟ ସହକାରେ ଆମେ ଆବଶ୍ୟକ ଉପାଦାନ ସମ୍ମିଶ୍ରଣରେ ଭିନ୍ନ ଭିନ୍ନ ଉତ୍ପାଦ ପ୍ରସ୍ତୁତ କରିଥାଉ। ପ୍ରକ୍ରିୟାକରଣରେ ଦକ୍ଷ ମାନବ ସମ୍ବଳ ଓ ଟେକ୍ନୋଲୋଜି ସହିତ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଗୁଣାତ୍ମକ ଉପାଦାନ ସହିତ ଗୁଣବତ୍ତାକୁ ମଧ୍ୟ ଆମେ ଉତ୍ପାଦନ ସମୟରେ ପରୀକ୍ଷା କରିଥାଉ।
ପ୍ର – ଗ୍ରାହକଙ୍କ ଚାହିଦା ଓ ଅଭିଯୋଗକୁ କିଭଳି ସାମ୍ନା କରିଥାନ୍ତି?
ଉ – ବଜାରରେ ବ୍ରାଣ୍ଡ୍‌ର ଚାହିଦା ବୃଦ୍ଧି ପାଉଥିବାବେଳେ ବଜାର ଓ ଗ୍ରାହକ ଆବଶ୍ୟକତାକୁ ପୂରଣ ପାଇଁ ଆମେ ସର୍ବଦା ଗୁରୁତ୍ୱ ଦେଇଥାଉ। ଗ୍ରାହକ ଈଶ୍ୱର ହୋଇଥିଲାବେଳେ ଆମେ ବିଶ୍ୱାସ ଓ ଭରସାର ବ୍ୟବସାୟ କରିବା ସହ ଗ୍ରାହକ ସେବାକୁ ଗୁରୁତ୍ୱ ଦେଇଥାଉ। ସେହିପରି ଗ୍ରାହକଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ସ୍ବତନ୍ତ୍ର ହେଲ୍‌ପଲାଇନ ଏବଂ ବିଭିନ୍ନ ପ୍ଲାଟ୍‌ଫର୍ମର ସୁବିଧା ମଧ୍ୟ କରୁଛି। ଗ୍ରାହକଙ୍କ ପରାମର୍ଶ ଓ ଅଭିଯୋଗ ସମାଧାନ ପାଇଁ ଅଭିଜ୍ଞ ଟିମ୍‌କୁ ବଜାରରେ ନିୟୋଜିତ କରାଉଛୁ।
ପ୍ର – ବ୍ୟବସାୟ ସମ୍ପ୍ରସାରଣର ଯୋଜନା କିଛି ରହିଛି କି?
ଉ- କାରବାର ବୃଦ୍ଧି ଓ ବଜାର ଆବଶ୍ୟକତାକୁ ପୂରଣ ପାଇଁ ସମ୍ପ୍ରସାରଣର ବଡ ଭୂମିକା ରହିଥାଏ। ଆମେ ବର୍ତ୍ତମାନ ସାରା ଓଡ଼ିଶା ସମେତ ପୂର୍ବ ଭାରତର ପ୍ରମୁଖ ବଜାର ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟରେ କାରବାର କରୁଥିବାବେଳେ ଆଗାମୀ ଦିନରେ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଯଥା ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ରାଜ୍ୟକୁ ମଧ୍ୟ ଯିବାର ଯୋଜନା ରହିଛି।
ପ୍ର – ନୂତନ ପିଢ଼ିଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ’ଣ ରହିବ?
ଉ – ବର୍ତ୍ତମାନ ସମୟରେ ବ୍ୟବସାୟ ଏକ ଭଲ ବାଟ ହୋଇଥିଲେ ମଧ୍ୟ ଏଥିରେ ତିଷ୍ଠି ରହିବା ପାଇଁ ସାହସ, ଶକ୍ତି ଓ ସହନଶୀଳତା ସହ ସଚ୍ଚୋଟତା ଅବଲମ୍ବନକୁ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। ବ୍ୟବସାୟ ପାଇଁ ସବୁ ସ୍ତରରେ ସୁବିଧା ଓ ସହଯୋଗ ଥିଲେ ମଧ୍ୟ କଠିନ ପରିଶ୍ରମ ଓ ଗୁଣାତ୍ମକ ସାମଗ୍ରୀ ଓ ଲୋକ ସମ୍ପର୍କକୁ ସର୍ବାଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
ପ୍ର – ବଜାରରେ ବ୍ରାଣ୍ଡ୍‌ର ସ୍ବତନ୍ତ୍ରତା କ’ଣ ରହିଛି?
ଉ – ବଜାରରେ ବ୍ରାଣ୍ଡ୍‌ର ବିଶେଷ ସ୍ବତନ୍ତ୍ରତା ରହିଛି। କାରଣ ଆମେ ଆମର ଗ୍ରାହକଙ୍କୁ ଗୁଣାତ୍ମକ ଉତ୍ପାଦ ଯୋଗାଇବା ସହ ସମୟାନୁବର୍ତ୍ତିତା ଏବଂ ଗ୍ରାହକ ସେବା ଗୁରୁତ୍ୱ ଦେଇଥାଉ। ଏପରିକି ଉନ୍ନତମାନର ଉପାଦନ ସହ ବୈଜ୍ଞାନିକ ପଦ୍ଧତି ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ସାମଗ୍ରୀ ପ୍ରସ୍ତୁତିକରି ବଜାରକୁ ଛାଡ଼ିଥାଉ। ବିଶେଷକରି ମଧୁକୁଞ୍ଜ ବ୍ରାଣ୍ଡ୍‌ର ଚାହିଦା ଓ ବଜାର ଆବଶ୍ୟକତା ଅନ୍ୟ ବ୍ରାଣ୍ଡ୍‌ଠାରୁ ସ୍ବତନ୍ତ୍ର ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?