ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ଆଇନ

ଭୁବନେଶ୍ୱର,୪ା୩(ଅନିଲ ଦାସ): ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଆଇନ-୨୦୨୩ରେ ସଂଶୋଧନ କରିଛନ୍ତି। ଏଣିକି ବାସଗୃହ ପ୍ରକଳ୍ପର କମନ ଏରିଆ(ସର୍ବସାଧାରଣ ଅଞ୍ଚଳ) ରକ୍ଷଣାବେକ୍ଷଣ ପାଇଁ ଆପାର୍ଟମେଣ୍ଟ ମାଲିକମାନଙ୍କୁ ନିଜ ଏରିଆ ଅନୁସାରେ ଖର୍ଚ୍ଚ (ମେଣ୍ଟେନାନ୍ସ ଚାର୍ଜ) ଦେବାକୁ ପଡ଼ିବ। ଅର୍ଥାତ୍‌ ହାଉସିଂ ପ୍ରକଳ୍ପରେ ଯେଉଁ ଆପାର୍ଟମେଣ୍ଟର ଆକାର ଯେତେ ବଡ଼ ହେବ, ତା’ର ମାଲିକ ସେତେ ଅଧିକ ମେଣ୍ଟେନାନ୍ସ ଚାର୍ଜ ଦେବେ। ୨୦୨୩ ଜୁନ୍‌ରେ ରାଜ୍ୟରେ ପ୍ରଚଳନ ହୋଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନରେ ସମସ୍ତ ବାସଗୃହ କ୍ରେତାଙ୍କୁ ସମାନ ପରିମାଣର ମେଣ୍ଟେନାନ୍ସ ଦେୟ ଦେବାର ବ୍ୟବସ୍ଥା ଥିଲା। ଏନେଇ ଆପତ୍ତି ହେବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଏହି ଆଇନରେ ସଂଶୋଧନ କରିଛି। ଆଇନ ଲାଗୁ ପୂର୍ବରୁ କେତେକ ଆପାର୍ଟମେଣ୍ଟ ନିର୍ମାତା ଗୋଟିଏ କମନ ଏରିଆରେ ଏକାଧିକ ବାସଗୃହ ପ୍ରକଳ୍ପ ତିଆରି କରିଛନ୍ତି। ଏଭଳି କ୍ଷେତ୍ରରେ ସବୁ ପ୍ରକଳ୍ପ ପାଇଁ ଅଲଗା ଅଲଗା ଆସୋସିଏଶନ(ସଂଘ) କରି କମନ ଏରିଆ ଭାଗ କରିବା ସମ୍ଭବ ହେଉ ନାହିଁ। ସମସ୍ତ ପ୍ରକଳ୍ପ ପାଇଁ ଗୋଟିଏ ମାତ୍ର ଆସୋସିଏଶନ କରିବାକୁ ଉକ୍ତ ଆଇନରେ ପରିବର୍ତ୍ତନ ଅଣାଯାଇଛି।
ସେହିପରି ଆପାର୍ଟମେଣ୍ଟ ଆଇନରେ ‘ପରିବାର’ ଶବ୍ଦର ସଂଜ୍ଞା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଏଥିରେ ପରିବାର ଅର୍ଥ ସ୍ତ୍ରୀ-ସ୍ବାମୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ଝିଅ ଓ ପୁଅ ବୋଲି ଅଭିହିତ କରାଯାଇଛି। ଏଣିକି ଯଦି କୌଣସି ପରିବାରର ରୋଜଗାରିଆ ଝିଅ କିମ୍ବା ପୁଅ ସମାନ ପ୍ରକଳ୍ପରେ ବାସଗୃହ କିଣନ୍ତି, ସେମାନଙ୍କର ମଧ୍ୟ ଆସୋସିଏଶନ ପାଇଁ ଭୋଟିଂ ଅଧିକାର ରହିବ।
ଅନ୍ୟପକ୍ଷରେ ଉକ୍ତ ଆଇନରେ ଆସୋସିଏଶନ ଗଠନକୁ ଅନୁମୋଦନ କରିବାକୁ ଥିବା କମ୍ପିଣ୍ଟେଣ୍ଟ ଅଥରିଟି ଗଠନ ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏ ଯାଏ ଆପାର୍ଟମେଣ୍ଟ ପଞ୍ଜୀକରଣ ଆରମ୍ଭ ହୋଇପାରି ନାହିଁ। ଏହାକୁ ନେଇ ରିୟଲ ଇଷ୍ଟେଟ୍‌ ଶିଳ୍ପ ଚିନ୍ତାରେ ପଡ଼ିଛିି। ରିୟଲ ଇଷ୍ଟେଟ ମାଲିକଙ୍କ ଅଭିଯୋଗ ଯେ ପ୍ରାୟ ୨ ବର୍ଷ ହେବ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଛି। ପ୍ରାୟ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଅଟକି ରହିଥିବା ବେଳେ ରିୟଲ ଇଷ୍ଟେଟ୍‌ କ୍ଷେତ୍ରକୁ ନୂଆ ପୁଞ୍ଜିନିବେଶ ଆସିବା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କମ୍ପିଣ୍ଟେଣ୍ଟ ଅଥରିଟି ଲାଗି ତୁରନ୍ତ ଭିତ୍ତିଭୂମି ଯୋଗାଇ ଦେବା ଆବଶ୍ୟକ। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେ କମ୍ପିଣ୍ଟେଣ୍ଟ ଅଥରିଟିଙ୍କୁ ନିଯୁକ୍ତି ଦିଆସରିଛି। ଖୁବ୍‌ଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ।
ଏଠାରେ ଉଲ୍ଲେଖଯୋଗ୍ୟ, ଆପାର୍ଟମେଣ୍ଟ ମାଲିକମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନ-୨୦୨୩ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ରାଜ୍ୟରେ ଥିବା ୮ଟି ଉନ୍ନୟନ କର୍ତ୍ତୃପକ୍ଷ (ଭେଭଲପମେଣ୍ଟ ଅଥରିଟି) ଅଞ୍ଚଳ ପାଇଁ ସମ୍ପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସଚିବ ଏବଂ ଏହା ବାହାରେ ଥିବା ଅଞ୍ଚଳ ପାଇଁ ଉପଜିଲାପାଳଙ୍କୁ କ୍ଷମତାପ୍ରାପ୍ତ ଅଧିକାରୀ (କମ୍ପିଣ୍ଟେଣ୍ଟ ଅଥରିଟି) ଭାବେ ନିଯୁକ୍ତି ଦେଇଛନ୍ତି। ଆଇନକୁ କାର୍ଯ୍ୟକାରୀ କରିବା କିମ୍ବା କୌଣସି ସମସ୍ୟା ଦେଖାଦେଲେ ଉକ୍ତ ଅଧିକାରୀଙ୍କ ନିକଟରେ ଆବେଦନ କରାଯାଇ ପାରିବ। ଏ ନେଇ ୨୦୨୪ ଫେବୃୟାରୀ ୧୬ ତାରିଖରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଆପାର୍ଟମେଣ୍ଟ ମାଲିକ ସଂଘର ବାଇ-ଲ’ ଅନୁଯାୟୀ ଆପାର୍ଟମେଣ୍ଟ ପରିଚାଳିତ ହେବ। ତେବେ ବାଇ-ଲ’କୁ ସଂଘ ମନଇଚ୍ଛା ବଦଳାଇପାରିବେ ନାହିଁ। ସେଥିପାଇଁ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ହେବ। ନୂଆ ବ୍ୟବସ୍ଥା ଅନୁଯାୟୀ, ବିଲ୍‌ଡର କିମ୍ବା ପ୍ରମୋଟର କ୍ରେତାମାନଙ୍କୁ ଅକୁପାନ୍ସି ସାର୍ଟିଫିକେଟ ଦେବାର ୩୦ ଦିନ ମଧ୍ୟରେ ସଂଘକୁ କମନ ଏରିଆର ସମସ୍ତ ମୂଳ ପ୍ରମାଣପତ୍ର ଦେବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri