ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ‘ଆୟୁରକ୍ଷା କିଟ୍‌’

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ‘ଆୟୁରକ୍ଷା କିଟ୍‌’କୁ ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତି ଦ୍ୱାରା ଏହି କିଟ୍‌କୁ ତିଆରି କରାଯାଇଛି। ଏଥିରେ ମୁଖ୍ୟତଃ ଚବନ୍‌ପ୍ରାଶ, ଆୟୁଷ କ୍ୱାଥ/କାଢ଼ା, ସଂଶମନ ବଟୀ ଓ ଅଣୁ ତୈଳ ଥିବା ଜଣାପଡ଼ିଛି। ବର୍ତ୍ତମାନ ଏହା ବଜାରରେ ଉପଲବ୍ଧ ହେଉ ନାହିଁ। କେବଳ କିଛି ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ସହ ଭୁବନେଶ୍ୱରରେ ଚାଲିଥିବା କ୍ୟାମ୍ପେନିଂ, ଆୟୁଷ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏହି କିଟ୍‌ ଦିଆଯାଉଛି ବୋଲି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏମ୍‌. ଏମ୍‌. ରାଓ ସୂଚନା ଦେଇଛନ୍ତି।
ଆୟୁରକ୍ଷା କିଟ୍‌ରେ ଥିବା ସମସ୍ତ ଔଷଧ ଲୋକମାନେ ନିଜ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଘରେ ଚିକିତ୍ସିତ ସଂକ୍ରମିତ କିମ୍ବା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାକୁ ଉଚ୍ଛୁକ ଥିବା ବ୍ୟକ୍ତି ସମସ୍ତ କୋଭିଡ୍‌ ନିୟମ ମାନିବା ସହ ନିୟମିତ ଉଷୁମ ପାଣି ପିଇବା, ହଳଦୀ କ୍ଷୀର ପିଇବା, ଗାର୍ଗିଲିଂ କରିବା, ଚବନପ୍ରାଶ ଖାଇବା, ହର୍ବାଲ ଚା’ (ତୁଳସୀ, ଡାଲ୍‌ଚିନି, ଗୋଲମରିଚ, ଶୁଣ୍ଠି, କିସ୍‌ମିସ୍‌ରେ ପ୍ରସ୍ତୁତ) ପିଇବା ଦ୍ୱାରା ସଂକ୍ରମଣଠାରୁ ଦୂରେଇ ରହିପାରିବା ବୋଲି ସେ କହିଛନ୍ତି। ସବୁଠୁ ବଡ଼ କଥା ହେଲା ଏହି କିଟ୍‌ର ବ୍ୟବହାର ଗତ କିଛି ଦିନ ମଧ୍ୟରେ କୋଭିଡ୍‌ ଯୋଦ୍ଧା ଯଥା ପୋଲିସ, ଖବରଦାତା, ସଫେଇ କର୍ମଚାରୀ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ୱାରା କରାଯାଇଛି। ଯାହା ସଫଳ ହୋଇଥିବା ପରିଲକ୍ଷିତ ହୋଇଛି। ଆୟୁରକ୍ଷା କିଟ୍‌ ସେବନ କରିବା ଦ୍ୱାରା ସମସ୍ତଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିପାଇଥିବା ଜଣାପଡ଼ିଛି। ଏଥିସହ ଭୁବନେଶ୍ୱରର କିଛି ସ୍ବଳ୍ପ ଲକ୍ଷଣଧାରୀ ଓ ଲକ୍ଷଣବିହୀନ ଆକ୍ରାନ୍ତଙ୍କୁ ଏହି କିଟ୍‌ର ସେବନ କରିବାକୁ ଦିଆଯାଇଥିଲା। ଯେଉଁମାନଙ୍କ ଶରୀରରେ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିପାଇଥିବା ରାଓ କହିଛନ୍ତି। ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠାନ ଦ୍ୱାରା ଶିବିର କରାଯାଇ ଲୋକମାନଙ୍କୁ ଆୟୁରକ୍ଷା କିଟ୍‌ ସମ୍ପର୍କରେ ସଚେତନ କରାଯିବା ସହ ଏହାର ନିର୍ମାଣ ପଦ୍ଧତି ଉପରେ ବୁଝାଯାଉଛି। ପ୍ରକାଶ ଯେ, କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ନୀତି ଆୟୋଗର ଉପସଭାପତି ଡା. ରାଜୀବ କୁମାର ମିଳିତ ଭାବେ ମଙ୍ଗଳବାର ‘ନ୍ୟାଶନାଲ କ୍ଲିନିକାଲ ଓ ମ୍ୟାନେଜ୍‌ମେଣ୍ଟ ପ୍ରୋଟୋକଲ- ଆୟୁର୍ବେଦ ଏବଂ ଯୋଗ ଫର ମ୍ୟାନେଜ୍‌ମେଣ୍ଟ ଅଫ୍‌ କୋଭିଡ୍‌-୧୯’ର ଉନ୍ମୋଚନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri