ସ୍ମାର୍ଟସିଟିର ବିକଳ ଚିତ୍ର

ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଯୋଜନା ପରେ ଯୋଜନା କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସଫେଇ ବାବଦକୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ସହରର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଘରୁ ଅଳିଆ ଉଠାଇ ଯାଇ ରାସ୍ତା କଡ଼ରେ ଫିଙ୍ଗା ଯାଉଛି। ଗୋରୁ, କୁକୁର ଖାଦ୍ୟ ଅନ୍ବେଷଣରେ ରାସ୍ତାସାରା ଖେଳାଇ ପକାଉଛନ୍ତି। ରାସ୍ତାଘାଟ ଓ ଚାରିଆଡେ ଅଳିଆ ଆବର୍ଜନା ମାସ ମାସ ଧରି ପଡ଼ି ରହୁଥିବାବେଳେ ନାକ ଫାଟିଗଲା ଭଳି ଦୁର୍ଗନ୍ଧ ହେଉଛି। ସ୍ମାର୍ଟ ସିଟିବାସୀ ନାକରେ ହାତ ଦେଇ ଯାତାୟାତ କରୁଛନ୍ତି। ୟୁନିଟ୍‌-୪, ନୀଳାଦ୍ରି ବିହାର, ଶୈଳଶ୍ରୀବିହାରଠାରୁ ଆରମ୍ଭ କରି ନୟାପଲ୍ଲୀ, ଭିଏସ୍‌ଏସ୍‌ନଗର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ରସୁଲଗଡ଼ କେନାଲ ରୋଡ୍‌, ରସୁଲଗଡ଼, ଜିଜିପି କଲୋନୀ ଆଦି ଅଞ୍ଚଳ ସହରର ବିକଳ ଚିତ୍ରକୁ ପଦାରେ ପକାଇଦେଇଛି।

ବ୍ୟବସ୍ଥା ଭିତରେ ଅବ୍ୟବସ୍ଥା

ସହରର ଅଳିଆକୁ ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ଏବଂ ଏମ୍‌ଆରଏଫ୍‌ (ମାଟେରିଆଲ ରିକଭରି ଫ୍ୟାସିଲିଟି)କୁ ପ୍ରତିଦିନ ଅଳିଆ ଯାଉଛି। ବାକି ଅଳିଆ ସୈନିକ ସ୍କୁଲ ନିକଟରେ ଥିବା ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ୍‌ (ଟିଟିଏସ୍‌)ରେ ଓଜନ କରାଯାଇ ଦାରୁଠେଙ୍ଗଠାରେ ଥିବା ଭୁଆଶୁଣି ଡମ୍ଫିଂୟାର୍ଡରେ ପକାଯାଉଛି। ଏବେ ସହରରୁ ଦୈନିକ ପ୍ରାୟ ୪୫୦ ମେଟ୍ରିକ୍‌ ଟନ୍‌ ଅଳିଆ ଆବର୍ଜନା ବାହାରୁଛି। ସେଥି ମଧ୍ୟରୁ ୨୫୦ ମେଟ୍ରିକ୍‌ ଟନ୍‌ ଆବର୍ଜନା ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌କୁ ପଠା ଯାଇଥାଏ। ବାକି ୨୦୦ ମେଟ୍ରିକ ଟନ୍‌ ଆବର୍ଜନା ଡମ୍ପିଂୟାର୍ଡରେ ପକାଯାଉଛି। ତେବେ ବର୍ଷାଦିନରେ ୬୦ ରୁ ୭୦ ମେଟ୍ରିକ ଟନ୍‌ କେବଳ ଗ୍ରୀନ୍‌ ଗାର୍ବେଜ ବାହାରୁଛି। ତେଣୁ ଡମ୍ଫିଂୟାର୍ଡରେ ପୂର୍ବଠାରୁ ଅଧିକ ଅଳିଆ ପକାଯାଉଛି। ଡୋର୍‌ ଟୁ ଡୋର୍‌ ଆବର୍ଜନା ସଂଗ୍ରହ କରିବା ପାଇଁ ବିଏମ୍‌ସି ପକ୍ଷରୁ ସଫେଇବାଲାଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ଠିକା ସଂସ୍ଥା ଜାଗୃତି, ପିଏମ୍‌ଆର୍‌ ଏବଂ ରାମ୍‌କୀ ସହିତ ମଧ୍ୟ ଚୁକ୍ତି କରାଯାଇଛି। ବିଏମ୍‌ସି ପକ୍ଷରୁ ୧୦ଟି ନୂତନ ସଂସ୍ଥା ସହିତ ଚୁକ୍ତି କରାଯାଇଛି। ସେମାନେ ସହରରୁ ଆବର୍ଜନା ଉଠାଇବା ସହିତ ରାସ୍ତା ସଫେଇ, ଡ୍ରେନ୍‌ ସଫେଇ ଏବଂ ଘାସକଟା ଆଦି ବିଭିନ୍ନ ପରିମଳ କାର୍ଯ୍ୟରେ ନିୟୋଜିତ
ହେବେ।
ଏହାସତ୍ତ୍ୱେ ଆବର୍ଜନାମୟ ରାସ୍ତାଘାଟକୁ ଦେଖିଲେ ବିଏମ୍‌ସିର ଏସବୁ ଯୋଜନା ଓ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କ’ଣ ପାଇଁ ଏପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ବିଏମ୍‌ସି ତଦାରଖ କରିବାର ଆବଶ୍ୟକତା ରହିଛି।

ବର୍ଷା ପାଇଁ ଅଳିଆ ଉଠା ପ୍ରକ୍ରିୟା ପ୍ରଭାବିତ ହୋଇଛି
ବିଏମ୍‌ସି ପରିମଳ ବ୍ୟବସ୍ଥାକୁ ନେଇ ବେଶ୍‌ ସଚେତନ। ନିୟମିତ ଭାବେ ଏଥିପାଇଁ ପଦକ୍ଷେପ ନିଆଯାଉଛି। ତେବେ କିଛିଦିନ ତଳେ ବର୍ଷା ହୋଇଥିବାରୁ ଅଳିଆ କାଢିବା ପ୍ରକ୍ରିୟା କିଛି ମାତ୍ରାରେ ପ୍ରଭାବିତ ହୋଇଛି। ବର୍ଷା ହୋଇଥିବାରୁ ଦାରୁଠେଙ୍ଗଠାରେ ଥିବା ଭୁଆଶୁଣୀ ଡମ୍ଫିଂୟାର୍ଡକୁ ଯିବା ରାସ୍ତା ଖରାପ ହୋଇ ଯାଇଥିଲା। ଫଳରେ କିଛି ସ୍ଥାନରେ ଅଳିଆ ପଡି ରହିଥିଲା। କେବଳ ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌କୁ ନିର୍ଦ୍ଧାରିତ ପରିମାଣର ଅଳିଆ ଯାଇଥିଲା। ମାତ୍ର ରବିବାରଠାରୁ ଏହାକୁ ତ୍ୱରାନ୍ବିତ କରାଯିବା ସହିତ ଆବର୍ଜନା ଉଠା ଯାଉଛି।
-ଶୁଭେନ୍ଦୁ ସାହୁ, ଡେପୁଟି କମିଶନର (ପରିମଳ)
ଓ୍ବାର୍ଡ ଅଫିସର, ସଫେଇ ସଂସ୍ଥା ଅଣଦେଖା କରୁଛନ୍ତି
୫ ଓ ୧୦ ନମ୍ବର ଓ୍ବାର୍ଡର ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଣଓସାରିଆ ରାସ୍ତାରେ ଦୀର୍ଘଦିନ ଧରି ଅଳିଆ ଆର୍ବଜନା ଏକାଠି ଠୁଳ ହେବା ଯୋଗୁ ଦୂଷିତ ପରିବେଶ ସୃଷ୍ଟି ହେଉଛି। ନବନିର୍ବାଚିତ କର୍ପୋରେଟର ଠିକ୍‌ ଭାବେ କାର୍ଯ୍ୟ ହାତକୁ ନେଇ ନ ଥିବାବେଳେ ଓ୍ବାର୍ଡ ଅଫିସର ଓ ଘରୋଇ ସଫେଇ ସଂସ୍ଥାର ସୁପରଭାଇଜରଙ୍କ ଅଣଦେଖା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସମେତ ଉଭୟ ଓ୍ବାର୍ଡରେ ଡଷ୍ଟବିନ ନ ଥିବାରୁ ବାସିନ୍ଦା ଓ ବ୍ୟବସାୟୀ ବାଧ୍ୟହୋଇ ଅଳିଆ ଆବର୍ଜନାକୁ ରାସ୍ତା ଉପରେ ପକାଉଛନ୍ତି।
-କୈଳାସ ଚନ୍ଦ୍ର ପରିଡ଼ା, ଚକେଇସିହାଣି ବାସିନ୍ଦା
ଡ୍ରେନ ଆବର୍ଜନା ପରିବେଶ ଦୂଷିତ କରୁଛି
ଗତ କିଛି ମାସ ହେବ ଓ୍ବାର୍ଡ ନଂ. ୩୬ରୁ ଠିକ୍‌ ଭାବେ ଅଳିଆ ଉଠାଯାଉ ନାହିଁ। ୟୁନିଟ-୪ ହାଟ ଚାରିପାଖ ଓ ଓ୍ବାର୍ଡର ପ୍ରମୁଖ ସ୍ଥାନରେ ଅଳିଆ ଦୀର୍ଘଦିନ ଧରି ପଡି ରହୁଛି। ତା’ ସାଙ୍ଗକୁ ରାସ୍ତା ଘାଟ ବାଲି ଗୋଡିରେ ଅପରିଷ୍କାର ହେଉଛି। ସେହିପରି ଓ୍ବାର୍ଡର ପ୍ରମୁଖ ଅଞ୍ଚଳର ଡ୍ରେନଗୁଡିକ ଉପରେ ଜବରଦଖଲକାରୀ (ଉଠାଦୋକାନୀ)ମାନେ ବ୍ୟବସାୟ କରିବା ସହ ଡ୍ରେନ ଭିତରେ ଅଳିଆ ପକାଉଛନ୍ତି। ବର୍ଷା ପାଣି ନିଷ୍କାସିତ ହୋଇପାରୁ ନ ଥିବାବେଳେ ଡ୍ରେନ୍‌ ଆର୍ବଜନା ପଚିଷଢ଼ି ଦୁର୍ଗନ୍ଧ ବାହାରି ପରିବେଶ ଦୂଷିତ ହେଉଛି।
-ବଦ୍ରିନାରାୟଣ ମିଶ୍ର,ସାମାଜିକ କର୍ମୀ

-ରିପୋର୍ଟ: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri