ସ୍ମାର୍ଟସିଟିର ବିକଳ ଚିତ୍ର

ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଯୋଜନା ପରେ ଯୋଜନା କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସଫେଇ ବାବଦକୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ସହରର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଘରୁ ଅଳିଆ ଉଠାଇ ଯାଇ ରାସ୍ତା କଡ଼ରେ ଫିଙ୍ଗା ଯାଉଛି। ଗୋରୁ, କୁକୁର ଖାଦ୍ୟ ଅନ୍ବେଷଣରେ ରାସ୍ତାସାରା ଖେଳାଇ ପକାଉଛନ୍ତି। ରାସ୍ତାଘାଟ ଓ ଚାରିଆଡେ ଅଳିଆ ଆବର୍ଜନା ମାସ ମାସ ଧରି ପଡ଼ି ରହୁଥିବାବେଳେ ନାକ ଫାଟିଗଲା ଭଳି ଦୁର୍ଗନ୍ଧ ହେଉଛି। ସ୍ମାର୍ଟ ସିଟିବାସୀ ନାକରେ ହାତ ଦେଇ ଯାତାୟାତ କରୁଛନ୍ତି। ୟୁନିଟ୍‌-୪, ନୀଳାଦ୍ରି ବିହାର, ଶୈଳଶ୍ରୀବିହାରଠାରୁ ଆରମ୍ଭ କରି ନୟାପଲ୍ଲୀ, ଭିଏସ୍‌ଏସ୍‌ନଗର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ରସୁଲଗଡ଼ କେନାଲ ରୋଡ୍‌, ରସୁଲଗଡ଼, ଜିଜିପି କଲୋନୀ ଆଦି ଅଞ୍ଚଳ ସହରର ବିକଳ ଚିତ୍ରକୁ ପଦାରେ ପକାଇଦେଇଛି।

ବ୍ୟବସ୍ଥା ଭିତରେ ଅବ୍ୟବସ୍ଥା

ସହରର ଅଳିଆକୁ ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ଏବଂ ଏମ୍‌ଆରଏଫ୍‌ (ମାଟେରିଆଲ ରିକଭରି ଫ୍ୟାସିଲିଟି)କୁ ପ୍ରତିଦିନ ଅଳିଆ ଯାଉଛି। ବାକି ଅଳିଆ ସୈନିକ ସ୍କୁଲ ନିକଟରେ ଥିବା ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ୍‌ (ଟିଟିଏସ୍‌)ରେ ଓଜନ କରାଯାଇ ଦାରୁଠେଙ୍ଗଠାରେ ଥିବା ଭୁଆଶୁଣି ଡମ୍ଫିଂୟାର୍ଡରେ ପକାଯାଉଛି। ଏବେ ସହରରୁ ଦୈନିକ ପ୍ରାୟ ୪୫୦ ମେଟ୍ରିକ୍‌ ଟନ୍‌ ଅଳିଆ ଆବର୍ଜନା ବାହାରୁଛି। ସେଥି ମଧ୍ୟରୁ ୨୫୦ ମେଟ୍ରିକ୍‌ ଟନ୍‌ ଆବର୍ଜନା ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌କୁ ପଠା ଯାଇଥାଏ। ବାକି ୨୦୦ ମେଟ୍ରିକ ଟନ୍‌ ଆବର୍ଜନା ଡମ୍ପିଂୟାର୍ଡରେ ପକାଯାଉଛି। ତେବେ ବର୍ଷାଦିନରେ ୬୦ ରୁ ୭୦ ମେଟ୍ରିକ ଟନ୍‌ କେବଳ ଗ୍ରୀନ୍‌ ଗାର୍ବେଜ ବାହାରୁଛି। ତେଣୁ ଡମ୍ଫିଂୟାର୍ଡରେ ପୂର୍ବଠାରୁ ଅଧିକ ଅଳିଆ ପକାଯାଉଛି। ଡୋର୍‌ ଟୁ ଡୋର୍‌ ଆବର୍ଜନା ସଂଗ୍ରହ କରିବା ପାଇଁ ବିଏମ୍‌ସି ପକ୍ଷରୁ ସଫେଇବାଲାଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ଠିକା ସଂସ୍ଥା ଜାଗୃତି, ପିଏମ୍‌ଆର୍‌ ଏବଂ ରାମ୍‌କୀ ସହିତ ମଧ୍ୟ ଚୁକ୍ତି କରାଯାଇଛି। ବିଏମ୍‌ସି ପକ୍ଷରୁ ୧୦ଟି ନୂତନ ସଂସ୍ଥା ସହିତ ଚୁକ୍ତି କରାଯାଇଛି। ସେମାନେ ସହରରୁ ଆବର୍ଜନା ଉଠାଇବା ସହିତ ରାସ୍ତା ସଫେଇ, ଡ୍ରେନ୍‌ ସଫେଇ ଏବଂ ଘାସକଟା ଆଦି ବିଭିନ୍ନ ପରିମଳ କାର୍ଯ୍ୟରେ ନିୟୋଜିତ
ହେବେ।
ଏହାସତ୍ତ୍ୱେ ଆବର୍ଜନାମୟ ରାସ୍ତାଘାଟକୁ ଦେଖିଲେ ବିଏମ୍‌ସିର ଏସବୁ ଯୋଜନା ଓ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କ’ଣ ପାଇଁ ଏପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ବିଏମ୍‌ସି ତଦାରଖ କରିବାର ଆବଶ୍ୟକତା ରହିଛି।

ବର୍ଷା ପାଇଁ ଅଳିଆ ଉଠା ପ୍ରକ୍ରିୟା ପ୍ରଭାବିତ ହୋଇଛି
ବିଏମ୍‌ସି ପରିମଳ ବ୍ୟବସ୍ଥାକୁ ନେଇ ବେଶ୍‌ ସଚେତନ। ନିୟମିତ ଭାବେ ଏଥିପାଇଁ ପଦକ୍ଷେପ ନିଆଯାଉଛି। ତେବେ କିଛିଦିନ ତଳେ ବର୍ଷା ହୋଇଥିବାରୁ ଅଳିଆ କାଢିବା ପ୍ରକ୍ରିୟା କିଛି ମାତ୍ରାରେ ପ୍ରଭାବିତ ହୋଇଛି। ବର୍ଷା ହୋଇଥିବାରୁ ଦାରୁଠେଙ୍ଗଠାରେ ଥିବା ଭୁଆଶୁଣୀ ଡମ୍ଫିଂୟାର୍ଡକୁ ଯିବା ରାସ୍ତା ଖରାପ ହୋଇ ଯାଇଥିଲା। ଫଳରେ କିଛି ସ୍ଥାନରେ ଅଳିଆ ପଡି ରହିଥିଲା। କେବଳ ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌କୁ ନିର୍ଦ୍ଧାରିତ ପରିମାଣର ଅଳିଆ ଯାଇଥିଲା। ମାତ୍ର ରବିବାରଠାରୁ ଏହାକୁ ତ୍ୱରାନ୍ବିତ କରାଯିବା ସହିତ ଆବର୍ଜନା ଉଠା ଯାଉଛି।
-ଶୁଭେନ୍ଦୁ ସାହୁ, ଡେପୁଟି କମିଶନର (ପରିମଳ)
ଓ୍ବାର୍ଡ ଅଫିସର, ସଫେଇ ସଂସ୍ଥା ଅଣଦେଖା କରୁଛନ୍ତି
୫ ଓ ୧୦ ନମ୍ବର ଓ୍ବାର୍ଡର ବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅଣଓସାରିଆ ରାସ୍ତାରେ ଦୀର୍ଘଦିନ ଧରି ଅଳିଆ ଆର୍ବଜନା ଏକାଠି ଠୁଳ ହେବା ଯୋଗୁ ଦୂଷିତ ପରିବେଶ ସୃଷ୍ଟି ହେଉଛି। ନବନିର୍ବାଚିତ କର୍ପୋରେଟର ଠିକ୍‌ ଭାବେ କାର୍ଯ୍ୟ ହାତକୁ ନେଇ ନ ଥିବାବେଳେ ଓ୍ବାର୍ଡ ଅଫିସର ଓ ଘରୋଇ ସଫେଇ ସଂସ୍ଥାର ସୁପରଭାଇଜରଙ୍କ ଅଣଦେଖା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସମେତ ଉଭୟ ଓ୍ବାର୍ଡରେ ଡଷ୍ଟବିନ ନ ଥିବାରୁ ବାସିନ୍ଦା ଓ ବ୍ୟବସାୟୀ ବାଧ୍ୟହୋଇ ଅଳିଆ ଆବର୍ଜନାକୁ ରାସ୍ତା ଉପରେ ପକାଉଛନ୍ତି।
-କୈଳାସ ଚନ୍ଦ୍ର ପରିଡ଼ା, ଚକେଇସିହାଣି ବାସିନ୍ଦା
ଡ୍ରେନ ଆବର୍ଜନା ପରିବେଶ ଦୂଷିତ କରୁଛି
ଗତ କିଛି ମାସ ହେବ ଓ୍ବାର୍ଡ ନଂ. ୩୬ରୁ ଠିକ୍‌ ଭାବେ ଅଳିଆ ଉଠାଯାଉ ନାହିଁ। ୟୁନିଟ-୪ ହାଟ ଚାରିପାଖ ଓ ଓ୍ବାର୍ଡର ପ୍ରମୁଖ ସ୍ଥାନରେ ଅଳିଆ ଦୀର୍ଘଦିନ ଧରି ପଡି ରହୁଛି। ତା’ ସାଙ୍ଗକୁ ରାସ୍ତା ଘାଟ ବାଲି ଗୋଡିରେ ଅପରିଷ୍କାର ହେଉଛି। ସେହିପରି ଓ୍ବାର୍ଡର ପ୍ରମୁଖ ଅଞ୍ଚଳର ଡ୍ରେନଗୁଡିକ ଉପରେ ଜବରଦଖଲକାରୀ (ଉଠାଦୋକାନୀ)ମାନେ ବ୍ୟବସାୟ କରିବା ସହ ଡ୍ରେନ ଭିତରେ ଅଳିଆ ପକାଉଛନ୍ତି। ବର୍ଷା ପାଣି ନିଷ୍କାସିତ ହୋଇପାରୁ ନ ଥିବାବେଳେ ଡ୍ରେନ୍‌ ଆର୍ବଜନା ପଚିଷଢ଼ି ଦୁର୍ଗନ୍ଧ ବାହାରି ପରିବେଶ ଦୂଷିତ ହେଉଛି।
-ବଦ୍ରିନାରାୟଣ ମିଶ୍ର,ସାମାଜିକ କର୍ମୀ

-ରିପୋର୍ଟ: ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଜିଆରପି ଥାନା ଦାବି କଲା ରେଳ ଉପଭୋକ୍ତା ସଂଘ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧି ଦଳ ଗୁରୁବାର ବରଗଡ଼ ଏସ୍‌ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଫେରାଦ ହୋଇଥିଲେ। ନୂତନ…

କାଠଯୋଡ଼ି ନଦୀରୁ ମୃତଦେହ ଉଦ୍ଧାର ମାମଲା: ମୃତ ଯୁବତୀ FM ମେଡିକାଲ କଲେଜ ଛାତ୍ରୀ, ଘର…

କଟକ/ବାରଙ୍ଗ,୪।୬(ପ୍ରଭୁ କଲ୍ୟାଣ ପାଲ/ ଲିଙ୍ଗରାଜ ରାଉତ): କଟକ ଜିଲା ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀରୁ ଗୁରୁବାର ଭୋରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ସେ ହେଲେ…

ବୁଲା କୁକୁର ଆତଙ୍କ, ଗୋଟିଏ ଦିନରେ ୭ଜଣଙ୍କୁ କାମୁଡ଼ିଲା

ଅମ୍ବାଦଳା,୪।୬(ରବୀନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଅମ୍ବାଦଳା ଅଞ୍ଚଳରେ ବୁଲା କୁକୁର ଆତଙ୍କ ଦେଖାଦେଇଛି। ଗୁରୁବାର ଏକ ବୁଲା କୁକୁର କାମୁଡାରେ ଜଣେ ଶିଶୁଙ୍କ ସହ ମୋଟ ୭ଜଣ…

ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ, ବନ୍ଧା ହେଲେ ଜମି ମାଲିକ

କୋରୁକୋଣ୍ଡା,୪।୬(ଶିବଦତ୍ତ ସାହୁ): ଜମି ବିକ୍ରି ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାଲକାନଗିରି ଜିଲା ଓର୍କେଲ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ: ଖାର୍ଗେ-ପୱନ ଖେରା କର୍ନାଟକରୁ ମନୋନୀତ

ନୂଆଦିଲ୍ଲୀ,୪।୬: କଂଗ୍ରେସ ଦଳ କର୍ନାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ରାଜ୍ୟ ପାଇଁ ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ କର୍ନାଟକରୁ…

ପଦ୍ମପୁରରେ ନିଶା କାରବାର ଉପରେ ଚଢାଉ: ୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ…

ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ରୀଛାତ୍ରଙ୍କ ସଫଳତା, ଏନ୍‌. ଝାନ୍ସିରାଣୀ ବିଶ୍ବବିଦ୍ୟାଳୟ ଟପ୍ପର

ବରଗଡ,୪।୬(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ବିବିଏ ପରୀକ୍ଷାରେ ବିକାଶ ସ୍କୁଲ ଅଫ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରି ଅନୁଷ୍ଠାନ ଓ ସମଗ୍ର…

NH କଡ଼ରେ ଛିଡ଼ା ହୋଇଥିବା ହାଇୱା ଭିତରୁ ମିଳିଲା ଯୁବକଙ୍କ ମୃତଦେହ, ପରିବାରର ହତ୍ୟା ଅଭିଯୋଗ

ଡେରାବିଶ, ୪।୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀନାରାୟଣପୁର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri