ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ

କେନ୍ଦୁଝର,୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ବଣିଆପାଟ ଖୁଣ୍ଟାପଡ଼ା ମୌଜାରେ ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ ନେଇ ଅସନ୍ତୋଷ ଦେଖାଦେଇଛି। ଉକ୍ତ ଅଞ୍ଚଳରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜମି ଜବରଦଖଲ କରାଯାଇ ବହୁ ଘର ନିର୍ମାଣ ହୋଇଥିବାବେଳେ ସେ ସବୁ ଉଚ୍ଛେଦ କରିବା ପରିବର୍ତ୍ତେ ପୌରପାଳିକା ପକ୍ଷରୁ ସେମାନଙ୍କୁ ରାସ୍ତାଘାଟ ଓ ବିଦ୍ୟୁତ୍‌, ପାଣି ଆଦି ସୁବିଧା ଯୋଗାଇ ଦିଆଯାଉଥିବାରୁ ଠାକୁରଙ୍କ ଜମି ଜବରଦଖଲ ବଢୁଛି।
ପ୍ରକାଶ ଯେ, ଉକ୍ତ ସାହିରେ ଏକାଧିକ ରାସ୍ତାଘାଟ ପୂର୍ବରୁ ନିର୍ମାଣ କରି ପୌର ପ୍ରଶାସନ ଅର୍ଥ ଅପବ୍ୟୟ କରିଛି। ଦେବୋତ୍ତର ବିଭାଗ ପକ୍ଷରୁ ଏଭଳି ବେଆଇନ ନିର୍ମାଣ ଉପରେ ପୌର ପ୍ରଶାସନକୁ ଚିଠି କରି ରୋକ୍‌ ଲଗାଯାଇଥିଲା। ଏହା ସତ୍ତ୍ୱେ ଦେବୋତ୍ତର ଜମିରେ ବେଆଇନ ଭାବରେ ରାସ୍ତା ଓ ଘର ନିର୍ମାଣ ଚାଲିଥିବାରୁ ଅସନ୍ତୋଷ ବଢୁଛି। ପୂର୍ବତନ ଜିଲା ଓକିଲ ସଂଘ ସଭାପତି ଅଶୋକ ଦାସ ମଧ୍ୟ ଉପ ଜିଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭାଗକୁ ଜଣାଇଥିଲେ। ଏହା ପରେ ଦେବୋତ୍ତର ବିଭାଗ ପକ୍ଷରୁ ରାସ୍ତା କାମକୁ ପୂର୍ବରୁ ବନ୍ଦ କରାଯାଇ ବେଆଇନ କାମକୁ ନେଇ ନୋଟିସ କରାଯାଇଥିଲା। ତେବେ ଦେବୋତ୍ତର ବିଭାଗ ପକ୍ଷରୁ କାର୍ଯ୍ୟନୁଷ୍ଠାନ କିମ୍ବା କେସ କରାଯାଇ ନ ଥିଲା। ଏବେ ପୁଣି ଉକ୍ତ ଅଞ୍ଚଳରେ ବଣିଆପାଟ ଖୁଣ୍ଟାପଡ଼ା ମୌଜାର ଖାତା ନଂ. ୧୩୬/୭ ଓ ପ୍ଲଟନଂ. ୩୯୦ରେ ବଳଦେବଜୀଉଙ୍କ ମୂଲ୍ୟବାନ ଜମିରେ ଦେବୋତ୍ତର ବିଭାଗ ବିନା ଅନୁମତିରେ ବେଆଇନ ଭାବେ ପୌରପାଳିକା ପକ୍ଷରୁ ରାସ୍ତା ନିର୍ମାଣ ଚାଲିଛି। ଏଣୁ ଦୋଷୀ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଓକିଲ ସଂଘର ପୂର୍ବତନ ସଭାପତି ଦାସ ଉପ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ସଦର ଉପ ଜିଲାପାଳ ତଥା ନିର୍ବାହୀ ଅଧିକାରୀ, ଦେବୋତ୍ତର ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ ଠାକୁରଙ୍କ ଜମିରେ ନିର୍ମାଣ ବେଆଇନ। ଏନେଇ ପାୈରପାଳିକାକୁ ପୂର୍ବରୁ ଚିଠି କରାଯାଇଥିଲା। ତେବେ ଏହା ସତ୍ତ୍ୱେ କାୈଣସି କାର୍ଯ୍ୟ ହେଉଥିଲେ ଘଟଣାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?