ବେଆଇନ ପାର୍କିଂ ନେଉଛି ଜୀବନ

କେନ୍ଦୁଝର,୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁର୍ଘଟଣା ରୋକିବା ପାଇଁ ଶୁକ୍ରବାରଠାରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ କେନ୍ଦୁଝର ଜିଲା ଘଟଗଁା ଥାନା ଅଞ୍ଚଳରେ ଏକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିବା ପ୍ରଶାସନର ଚିନ୍ତା ବଢ଼ାଇଦେଇଛି। ଜାତୀୟ ରାଜପଥରେ ପାଟ୍ରୋଲିଂ ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ବ୍ୟବସ୍ଥା ରହିଥିଲେ ମଧ୍ୟ ଠିକ୍‌ ଭାବରେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଜିଲା ଦେଇ ଯାଇଥିବା ଏନ୍‌ଏଚ୍‌ର ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ ହେଉଛି। ଏହାଦ୍ୱାରା ଅନେକ ସମୟରେ ଏଭଳି ଦୁର୍ଘଟଣାମାନ ଘଟୁଛି। ଗୁରୁବାର ପାଟ୍ରୋଲିଂ କରାଯାଇଥିଲେ ବ୍ରେକ୍‌ ଡାଉନ ଗାଡ଼ିକୁ କ୍ରେନ୍‌ ସହାୟତାରେ ରାସ୍ତାରୁ ସାଇଡ୍‌ କରାଯାଇପାରିଥାନ୍ତା। ନଚେତ୍‌ ବ୍ୟାରିକେଡ୍‌ ଦେଇ ସତର୍କ ସୂଚନା ଲଗାଯାଇ ଦୁର୍ଘଟଣାକୁ ରୋକାଯାଇପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି।
ପ୍ରକାଶ ଯେ, ଜିଲାରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ଧରପଗଡ଼ କରାଯାଉଛି। ମାତ୍ର ଦ୍ରୁତଗତିରେ ବେପାରୁଆ ଭାବରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ିଚାଳନା, ବେଆଇନ ପାର୍କିଂ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବିନା ପାର୍କିଂ ବ୍ୟବସ୍ଥାରେ ରାସ୍ତାକଡ଼ରେ ଢାବା, ଦୋକାନ ବଜାର ଗଢ଼ି ଉଠୁଥିବାରୁ ଡ୍ରାଇଭର ଗାଡ଼ିଗୁଡ଼ିକ ରାସ୍ତା ଉପରେ ରଖି ଖାଇବାକୁ ଯାଉଛନ୍ତି। ବିଶେଷକରି କେନ୍ଦୁଝର ଜିଲା ଘଟଗଁା, ସଦର, ଟାଉନ, ଝୁମ୍ପୁରା ଆଦି ଥାନା ଅଞ୍ଚଳରେ ଏନ୍‌ଏଚ୍‌-୨୦ ଉପରେ ବହୁ ସଂଖ୍ୟାରେ ବେଆଇନ ଭାବରେ ଟ୍ରକ୍‌ ପାର୍କିଂ ହେଉଛି। ଏନ୍‌ଏଚ୍‌ଏଆଇ ବିଭାଗ ମଧ୍ୟ ଏ ନେଇ ନିୟମିତ ପାଟ୍ରୋଲିଂ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଫଳରେ ଛିଡ଼ା ହୋଇଥିବା ଗାଡ଼ି ପଛରେ ଅନ୍ୟ ଗାଡ଼ି ପିଟିହୋଇ ଅନେକ ଜୀବନ ଯାଉଛି। ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ କହିଛନ୍ତି, ରାସ୍ତା ଉପରେ ଛିଡ଼ା କରୁଥିବା ଗାଡ଼ି ମାଲିକ ଓ ଚାଳକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ରେକ୍‌ ଡାଉନ ଟ୍ରକ୍‌ଗୁଡ଼ିକ ହଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଘଟଗଁା ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗେଇ କହିଛନ୍ତି, ଗୁରୁବାର ପାଟ୍ରୋଲିଂ ଦାୟିତ୍ୱରେ ଥିବା କର୍ମଚାରୀ ଆନ୍ଦୋଳନରେ ଥିବାରୁ ପାଟ୍ରୋଲିଂ କରି ନ ଥିଲେ। ଶୁକ୍ରବାର ସକାଳେ ସୂଚନା ପାଇ ଏନ୍‌ଏଚ୍‌ଏଆଇର ପାଟ୍ରୋଲିଂ ଗାଡ଼ି ଆସି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଘଟଣାରେ ଏନ୍‌ଏଚ୍‌ଏଆଇ ବିରୋଧରେ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
୯ମାସରେ ୫୭୬ ଦୁର୍ଘଟଣା, ୧୮୬ ମୃତ
୨୦୨୩ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ୫୭୬ ଦୁର୍ଘଟଣାରେ ୧୮୬ ଜଣ ମୃତ୍ୟୁ ଘଟିଥିବା ବେଳେ ୪୭୯ ଆହତ ହୋଇ ବିକଳାଙ୍ଗ ହୋଇଛନ୍ତି। ୨୦୨୨ରେ ୪୮୭ଟି ଦୁର୍ଘଟଣାରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬୮ ଜଣ ଆହତ ହୋଇଥିଲେ। ଗତ ବର୍ଷଠାରୁ ଚଳିତ ବର୍ଷ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri