ବେଆଇନ କ୍ରଶର ବଢ଼ାଉଛି ପ୍ରଦୂଷଣ

କେନ୍ଦୁଝର, ୧୭ା୯ (ସ୍ବ.ପ୍ର.): ଖଣି ଲିଜ୍‌ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ବ୍ୟାସାର୍ଦ୍ଧରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ଷ୍ଟେଟ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଏସ୍‌ଇଆଇଏଏ)ର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ଏହାର ନିୟମ ଉଲ୍ଲଙ୍ଘନ କରି ଘଟଗାଁ ତହସିଲ ଢେଙ୍କିକୋଟ ରାଜସ୍ବ ସର୍କଲ ଅନ୍ତର୍ଗତ ଖଣ୍ଟଘରଠାରେ ଏକ ପଥର ଖଣି ନିକଟରେ ଆଦିବାସୀ ଜମିରେ ଏଆରଏସ୍‌ଏସ୍‌ କମ୍ପାନୀ ଅଧୀନ ଶିବମ କନଡେଭ ନାମକ ସଂସ୍ଥା କ୍ରଶର ପ୍ରତିଷ୍ଠା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିତ୍ବା ବେଳେ ରାଜ୍ୟ ପ୍ରଦୂଷଣ ବୋର୍ଡ ଚିଠି ନଂ ୧୫୨୭, ତା ୧୨.୯.୨୦୨୨ରେ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।
ଯେ, ଖଣ୍ଟଘର ନିକଟ ଖଜୁରିଜୁଆଣୀଠାରେ ଏନ୍‌ଏଚ ୨୦ର ବକେୟା କାମ ପାଇଁ ଏକ ପଥର ଖଣି ଲିଜ ଦିଆଯାଇଛି । ତେବେ ଏହା ପରିସରରେ ଶିବମ କନଡେଭ ସଂସ୍ଥାର ଏକ କ୍ରଶର ଦୀର୍ଘ ବର୍ଷ ଧରି ଚାଲିଆସୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ଜିଲା ପ୍ରଶାସନଠାରୁ ସାଇଟିଂ କ୍ରାଇଟେରିଆ ସାର୍ଟିଫିକେଟ ମିଳି ନ ଥିବାବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ମଧ୍ୟ ସିଟିଓ ବା କନସେଣ୍ଟ ଟୁ ଅପରେଟ ନ ପାଇ ବେଆଇନ ଭାବେ କ୍ରଶରଟି ଚାଲିଥିବା ଅଭିଯୋଗ ହୋଇଛି। ଏହି କ୍ରଶରଟି ଖଣ୍ଟଘର ମୌଜାର ଖାତା ନଂ ୫୦, ପ୍ଲଟ ନଂ ୩୬୮ର ଏକ ଘରବାଡି କିସମରେ ୨ ଏକର ୯୦ ଡିସିମିଲ ଆଦିବାସୀ ଜମିରେ ପ୍ରତିଷ୍ଠା ହୋଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ତେବେ ଏସ୍‌ଇଆଇଏଏ ନିୟମ ଉଲ୍ଲଙ୍ଘନ କରି ଶିବମ କନଡେଭ କରିଥିବା କ୍ରଶରକୁ ପ୍ରଶାସନ କିପରି ଅନୁମତି ଦେଇଛି ତାହାକୁ ନେଇ ପରିବବେଶବିତମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଖଜୁରିଜୁଆଣୀ ପ୍ରଥମ କ୍ୱାରୀରୁ କେତେ ପଥର ଖନନ ହେଲା ଏବଂ ଖଣ୍ଟଘର କ୍ରଶରରେ କେତେ କ୍ରସିଂ କରି ବ୍ୟବହାର କରାଗଲା ତାହାର ମାପଚୁପ କରାଯାଉନାହିଁ। ସଂରକ୍ଷିତ ଜଙ୍ଗଲ ନିକଟରେ କ୍ରଶର ହୋଇଥିବାରୁ ଜଳ ଓ ବାୟୁ ପ୍ରଦୂଷଣ ଯୋଗୁ ଜଙ୍ଗଲ ଜୀବଜନ୍ତୁ ପ୍ରଭାବିତ ହେଉଛନ୍ତି। କ୍ରଶର ଧୂଳିଧୂଆଁ ଉକ୍ତ ଅଞ୍ଚଳର ପରିବେଶ ପ୍ରଦୂଷିତ କରୁଛି। ଖଣି ଖନନ ସମୟରେ ୧୮ ଫୁଟରୁ କମ ଖନନ ହେବାର ନିୟମ ଥିଲେ ହେଁ ଉକ୍ତ ଖଣିରେ ୫୦ ଫୁଟରୁ ଅଧିକ ଖାଲ କରି ପଥର ଖୋଳାଯାଇଛି। ଏହାଫଳରେ ଗୃହପାଳିତ ପ୍ରାଣୀଙ୍କ ସହ ବନ୍ୟପ୍ରାଣୀ ସଙ୍କଟରେ ପଡିଛନ୍ତି। ଲଘୁ ଖଣିଜ ସମ୍ପଦ ଚୋରି ରୋକିବାକୁ ରାଜସ୍ବ ବିଭାଗର ଉପରିସ୍ଥ ଅଧିକାରୀ ନିୟମିତ ଯାଞ୍ଚ କରିବାର ନିର୍ଦ୍ଦେଶ ରହିଥିଲେ ହେଁ ଏହା କରାଯାଉ ନ ଥିବାରୁ ବ୍ୟାପକ ରାଜସ୍ବ ହାନୀ ହେଉଛି। ବିନା ଅନୁମତିରେ କ୍ରଶର ପ୍ରତିଷ୍ଠା ହୋଇଥିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହାକୁ ବନ୍ଦ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଏନେଇ ଏଆର୍‌ଏସ୍‌ଏସ୍‌ ସଂସ୍ଥାର ପରିଚାଳକ ନିହାର ଦାସ କହିଛନ୍ତି ଯେ କ୍ରଶର ପ୍ରତିଷ୍ଠାରେ କାୈଣସି ଅନିୟମତତା ହୋଇନାହିଁ । କେନ୍ଦୁଝର ସ୍ଥିତ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର କହିଛନ୍ତି ଏନେଇ ଅଭିଯୋଗ ମିଳିଛି। ଯାଞ୍ଚ କରାଯାଇ ଆଇନଗତ ଭାବରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?