ଦେଶରେ ପ୍ରଥମ: ଆଇଆଇଏମ୍‌ ସମ୍ବଲପୁର ପାଠପଢ଼ା ଶୈଳୀରେ ସୃଷ୍ଟି ହେବ ନୂତନ ଅଧ୍ୟାୟ

ସମ୍ବଲପୁର,୨୩ା୯(ପ୍ରମୋଦ ବହିଦାର): ଆଇଆଇଏମ୍‌ ସମ୍ବଲପୁରରେ ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ। ପ୍ରଫେସରଙ୍କ ବଦଳରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବ ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)। ଯାହା ସମଗ୍ର ଦେଶରେ ପ୍ରଥମ ଭାବେ ଏକ ଉଦାହରଣ ସୃଷ୍ଟି କରିବ ବୋଲି କହିଛନ୍ତି ପ୍ରଫେସର ମହାଦେବ ଜୟସ୍ବାଲ। ଆଇଆଇଏମ ସମ୍ବଲପୁର ଏହାର ଦଶମ ପ୍ରତିଷ୍ଠା ଦିବସ ପାଳନ ଉସତ୍ବରେ ଏକ ଦଶନ୍ଧିର ଉତ୍କର୍ଷତା ଏବଂ ପରିବର୍ତ୍ତନମୂଳକ ଉପଲବ୍ଧିକୁ ବର୍ଣ୍ଣନା କରି ପ୍ରଫେସର ଜୟସ୍ବାଲ ଏହା କହିଛନ୍ତି।

ସେ କହିଛନ୍ତି ଯେ, ଏକ ଦଶନ୍ଧି ଧରି ଏହି ପ୍ରତିଷ୍ଠାନ ଅନେକ ବାଧାବିଘ୍ନ ଓ ପ୍ରତିକୂଳ ପରିସ୍ଥିତ ସତ୍ତ୍ୱେ ଉତ୍କର୍ଷତା ଲକ୍ଷ୍ୟରେ ସଫଳତାର ପ୍ରତି ସୋପାନକୁ ଅତିମ୍ରମ କରି ଚାଲିଛି। ଏହାର ପ୍ରତିଷ୍ଠା ପରଠାରୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ କାର୍ଯ୍ୟଭିତ୍ତିକ ଗବେଷଣା, ଅନୁଭୂତିମୂଳକ ପ୍ରଶିକ୍ଷଣ ମାଧ୍ୟମରେ ମ୍ୟାନେଜମେଣ୍ଟ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଏକଦା ୪୯ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷା ପ୍ରତିଷ୍ଠାନରେ ବର୍ତ୍ତମାନ ୩ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଠାରେ ଶିକ୍ଷାଗ୍ରହଣ କରିବା ଏହାର ଉତ୍କୃଷ୍ଟ ଓ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଓ ଶୈଳୀକୁ ପ୍ରମାଣିତ କରୁଛି। ଏଠାରେ ବର୍ତ୍ତମାନ ୭୫ ପ୍ରତିଶତ ଛାତ୍ରୀ ଶିକ୍ଷା ଗ୍ରହଣ କରିବା ସମଗ୍ରଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ତେବେ ଆଗକୁ ଖୁବ ଶୀଘ୍ର ଏହି ପ୍ରତିଷ୍ଠାନକୁ ଏକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଆଇଆଇଏମ୍‌ ସମ୍ବଲପୁରରେ ତିନୋଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ରହିବ। ଯାହା ଏକ ବିବିଧ ଏମବିଏ ପାଠ୍ୟକ୍ରମ, ଅନ୍ତର୍ଜାତୀୟ ମାନ୍ୟତା ଓ ଏନଇପି କେନ୍ଦ୍ରୀଭୂତ କ୍ୟାମ୍ପସ ସମ୍ପ୍ରସାରଣ ବୋଲି କହିଥିଲେ ପ୍ରଫେସର ଜୟସ୍ବାଲ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଉଦୟ କାଓଲେ ଆଇଆଇଏମ୍‌ ସମ୍ବଲପୁର ହେଉଛି ସବୁଠାରୁ ଜୀବନ୍ତ ଓ ବହୁ ଚର୍ଚ୍ଚିତ ଶିକ୍ଷା ପ୍ରତିଷ୍ଠାନ। ଏଠାରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଏକ ଉତ୍ତମ ଶୈକ୍ଷିକ ପରିବେଶରେ ରହିଛନ୍ତି। ଆଇଆଇଏମ୍‌ ସମ୍ବଲପୁରର ଅଦ୍ଭୁତପୂର୍ବ ସଫଳତା ପାଇଁ ସେ ଅଭିନନ୍ଦନ ଜଣାଇଥିଲେ।

ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଜନେସ୍‌ ୱାଲ୍ଡର ମୁଖ୍ୟ ସମ୍ପାଦକ ଡ. ଅନୁରାଗ ବାତ୍ରା କାଯର୍‌ୟରେ ନିଜର ସ୍ଥାୟୀତ୍ୱ ବଜାୟ ରଖିବା ସହ ସଫଳତା ପ୍ରତି ଆଶାବାଦୀ ହେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଭାବେ ନେକ୍ସସ ପାୱାରର ସହ-ପ୍ରତିଷ୍ଠାତା ତଥା ସିଇଓ ନିଶିତା ବଳିଆରସିଂହ ଛାତ୍ରଛାତ୍ରୀଙ୍କୁ ପ୍ରୟାସର ନିରନ୍ତରତା ଏବଂ ନିଜ ପ୍ରତି ସଚ୍ଚୋଟ ରହିବା ବିଷୟରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?