ଯୁବକଙ୍କୁ କାବୁ କରିବାକୁ ଯାଇ ଆଇଆଇସିଙ୍କ ଗୋଡ଼ ଭାଙ୍ଗିଲା

ପାଟଣା,୨ା୨(ସ୍ବ.ପ୍ର.): କୁରାଢ଼ି ଧରି ଉତ୍ପାତ କରୁଥିବା ଜଣେ ଯୁବକଙ୍କୁ କାବୁ କରିବାକୁ ଯାଇ କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ରାଜେନ୍ଦ୍ର ସ୍ବାଇଁ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାରୁ ଚିକିତ୍ସା ପାଇଁ କେନ୍ଦୁଝରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଆଇଆଇସି ସ୍ବାଇଁ ବୁଧବାର ସାନ୍ଧ୍ୟ ଭ୍ରମଣ ସାରି ୨୨୦ ନମ୍ବର ଜାତୀୟ ରାଜପଥର ବାଇପାସରେ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ଦୁର୍ଗାଦେଇପୁର ଗ୍ରାମର ଭେଲୁ ଓରଫ ଚନ୍ଦ୍ରଶେଖର ବରଡ଼ିଆ ଏକ କୁରାଢ଼ି ଧରି ଉତ୍ପାତ କରୁଥିବା ଦେଖିବାକୁ ପାଇଥିଲେ। ଏଥିରୁ ତାଙ୍କୁ ନିବୃତ୍ତ ରହିିବାକୁ ଆଇଆଇସି କହିଥିଲେ। ତେବେ ସେ ନ ମାନିବାରୁ ବିଲ ମଝିରେ ତାଙ୍କୁ କାବୁ କରିବାକୁ ଯାଉଥିବା ବେଳେ ଖାଲରେ ପଡ଼ି ଗୋଡ ଭାଙ୍ଗି ଯାଇଥିବା ଆଇଆଇସି କହିଛନ୍ତି। ପରେ ଭେଲୁଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖିଛି। ସୂଚନା ଯୋଗ୍ୟ, ଭେଲୁଙ୍କ ନାଁରେ ପାଟଣା ଥାନାରେ ଏକାଧିକ ମାମଲା ରହିଥିବା ପୋଲିିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୬: ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ...

ନାବାଳିକା ଅପହରଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୧୭।୧୧(ସ୍ବ.ପ୍ର.): ନାବାଳିକା ଅପହରଣ ମାମଲାରେ କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛିି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଜିଲା...

ସିପିଆଇ, ସିପିଏମ୍‌ର ଗଣବିକ୍ଷୋଭ

ଛତ୍ରପୁର,୧୭ା୧୦(ଡି.ଏନ.ଏ.)-ଦେଶରେ ଗଭୀର ଆର୍ଥିକ ସଙ୍କଟ ଓ ଏନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତିବାଦରେ ବୁଧବାର ସିପିଆଇ ଓ ସିପିଏମ୍‌ ପକ୍ଷରୁ ମିଳିତ ଭାବେ ବୁଧବାର...

ମିଠାମକା ଚାଷୀଙ୍କ ମନ ପିତା

କାମାକ୍ଷାନଗର, ୧ା୨ – ବଢୁଛି ମିଠା ମକା (ସୁଇଟ୍‌ କର୍ନ)ର ଆଦର। ପୌଷ୍ଟିକତତ୍ତ୍ୱରେ ଭରପୂର ହୋଇଥିବାରୁ ଏହା ପାଲଟିଛି ସମସ୍ତଙ୍କ ପସନ୍ଦ। ସାଧାରଣ ମକା ଚାଷଠାରୁ...

ରାସ୍ତା ପ୍ରଶସ୍ତୀକରଣ ଲାଗି ଦାବିପତ୍ର

ସୋର, ୬।୯(ଡି.ଏନ.ଏ.): ସୋର ବ୍ଲକ ନଟାପଡ଼ାଠାରେ ୧୩୨/୩୩ କେଭି ଗ୍ରୀଡ଼ ସବ୍‌ଷ୍ଟେଶନ ପାଚେରି କଡ଼ ଦେଇ ଚାଷ ଜମିକୁ ଯାଇଥିବା ରାସ୍ତାକୁ ପ୍ରଶସ୍ତୀକରଣ ଲାଗି ଗ୍ରାମବାସୀ...

୧୮୨୮ ସ୍କୁଲରୁ ୩୭୯ରେ ଦିଆଯାଉଛି ମଧ୍ୟାହ୍ନଭୋଜନ

ରାୟଗଡ଼ା,୧୭।୯ (ଆଶିଷ ରଞ୍ଜନ ପଣ୍ଡା) ୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ସାରା ରାଜ୍ୟର ଶିକ୍ଷୟିତ୍ରୀ ଶିକ୍ଷକମାନେ। ଫଳରେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ପ୍ରଦାନରେ...

ଶାରୀଶୁଆ ପଥର ଖଣିରେ ଏସ୍‌ଟିଏଫ୍‌ ଚଢ଼ାଉ

ଖଇରା, ୨୪ା୨ଭୁବନେଶ୍ୱର,(ବ୍ୟୁରୋ): ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ରୋକ୍‌ ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଥିଲା। ଏହାସତ୍ତ୍ୱେ ବାଲେଶ୍ୱର ଜିଲା ଖଇରା ତହସିଲ୍‌ ଅଧୀନ ଶାରୀଶୁଆ...

ଅନୁଗୋଳରେ ୩୪୨୨ ବେଡ୍‌ ପ୍ରସ୍ତୁତ

ଅନୁଗୋଳ ଅଫିସ, ୯।୪: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ହାତକୁ ନିଆଯାଇଛି।...

Advertisement
Archives

Model This Week