ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କଲା ଡଅଁର ସେବା ସମବାୟ ସମିତି

ହାଟଡିହୀ,୧୪।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ କମିଟିର ବର୍ତ୍ତମାନ ଅବସ୍ଥା/ସ୍ଥିତାବସ୍ଥା ବଜାୟ ରଖିବାକୁ ଗତ ୫ ମାର୍ଚ୍ଚ ୨୦୨୫ ରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ। ଏଥିସହ ପକ୍ଷଭୁକ୍ତଙ୍କ ଠାରୁ ରିପୋର୍ଟ ମାଗିଥିଲେ l ସଭାପତି ଅକ୍ଷୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ପକ୍ଷଭୁକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି ହେବାର ପରଦିନ ଅର୍ଥାତ୍‌ ୬ ମାର୍ଚ୍ଚ ୨୦୨୫ ରେ ପ୍ରଦାନ କରିଥିଲେ । ଅପରପକ୍ଷେ ସମିତି ସମ୍ପାଦକ ଉମାକାନ୍ତ ନାୟକ ସମିତି ଅନୁଦାନ ଉଠାଣ ନିମନ୍ତେ କମିଟି ଉପସଭାପତିଙ୍କ ସ୍ପେସିମେନ ସିଗନେଚର କପି ପ୍ରଦାନ କରିଥିବା ଏକ ଚିଠି (ନଂ ୭୪/୪ ମାର୍ଚ୍ଚ ୨୦୨୫) କେସିସି ବ୍ୟାଙ୍କ ହାଟଡିହୀ ଶାଖା ପରିଚାଳକଙ୍କୁ ଗତ ୧୧ ମାର୍ଚ୍ଚ ୨୦୨୫ ରେ ପ୍ରଦାନ କରିଛନ୍ତି l ଶାଖା ପରିଚାଳକ ରଶ୍ମି ରଞ୍ଜନ ଜେନା କହିଛନ୍ତି, ଅଭିଯୋଗକାରୀ ଅକ୍ଷୟ ଧଳ କରିଥିବା ମାମଲାର ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ପ୍ରଥମେ ପାଇଛନ୍ତି। ୫ ଦିନ ପରେ ସମିତି ସମ୍ପାଦକ କମିଟି ଉପସଭାପତିଙ୍କ ସ୍ପେସିମେନ ସିଗନେଚର ସମ୍ପର୍କିତ ଚିଠି ପ୍ରଦାନ କରିଛନ୍ତି। କମିଟିର ଉପସଭାପତି ସମିତି ସଭାପତି ଦାୟିତ୍ୱ ତୁଲାଇବାକୁ କୌଣସି ନିର୍ଦ୍ଦେଶ ଜାରି ହୋଇନଥିବା ସତ୍ତ୍ୱେ ସମିତି ସମ୍ପାଦକ ଉମାକାନ୍ତ ନାୟକ ବ୍ୟାଙ୍କ ଶାଖା ପରିଚାଳକଙ୍କ ସମେତ ଆନନ୍ଦପୁର ଏଆରସିଏସ ଏବଂ କେନ୍ଦୁଝର ଡିଆରସିଏସଙ୍କୁ କମିଟିର ଉପସଭାପତି ଏବେ ସଭାପତି ଦାୟିତ୍ୱ ତୁଲାଇବା ନିମନ୍ତେ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ସମିତି ସଭାପତି ତଥା ଅଭିଯୋଗକାରୀ ଅକ୍ଷୟ ଧଳ କହିଛନ୍ତି, ମୁଁ କମିଟିର ଡାଇରେକ୍ଟର କିମ୍ବା ସଭାପତି ନୁହେଁ ବୋଲି ସମିତି ସମ୍ପାଦକ କିମ୍ବା ବିଭାଗୀୟ ଅଧିକାରୀ କୌଣସି ଚିଠି ଜାରି କରି ନାହାଁନ୍ତି । ଏପରି ସ୍ଥଳେ ସମିତି ସମ୍ପାଦକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି । କମିଟି ଉପସଭାପତିଙ୍କୁ ସଭାପତି ଭାବେ ଭାବେ ଦର୍ଶାଇ ସମିତି ଅନୁଦାନ ହଡପ ପାଇଁ ମସୁଧା କରି ବ୍ୟାଙ୍କକୁ ଚିଠି ପ୍ରଦାନ କରିଛନ୍ତି l ତେଣୁ ଏ ବାବଦରେ ମାନ୍ୟବର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବି l

ସୂଚନା ଯୋଗ୍ୟ, ଡଅଁର ସମିତିରୁ ୯ ଜଣ ଡାଇରେକ୍ଟରଙ୍କ ସଦସ୍ୟତା ନୂତନ ସମବାୟ ସମିତି କଳିଙ୍ଗା ଏବଂ ଗେଡ଼ମାକୁ ସ୍ଥାନାନ୍ତର ହୋଇଥିଲା l ଗତ ୯ ଜୁନ ୨୦୨୩ ରେ ଡଅଁର ସମିତିରୁ ନୂତନ ସମିତିକୁ ସଦସ୍ୟତା ସ୍ଥାନାନ୍ତର ହେବା ପରେ ମଧ୍ୟ ଦୀର୍ଘ ମାସ ମାସ ଧରି ଡାଇରେକ୍ଟରମାନେ ଡଅଁର ସମିତିର ମ୍ୟାନେଜମେଣ୍ଟ କମିଟିରେ କାର୍ଯ୍ୟ କରୁଥିଲେ l ସମ୍ପୃକ୍ତ ୯ ଜଣଙ୍କ ମଧ୍ୟରୁ ଅକ୍ଷୟ ଧଳ ନିର୍ବାଚିତ ସଭାପତି ଭାବେ ୨୯ ଜୁନ ୨୦୨୨ରୁ ଦାୟିତ୍ୱ ତୁଲାଉଥିଲେ । କିନ୍ତୁ ପ୍ରାୟ ଦେଢ଼ ବର୍ଷ ବିଳମ୍ବରେ ଚଳିତ ବର୍ଷ ଗତ ଜାନୁୟାରୀ ୧୮ରେ ଡଅଁର ସମିତି ସମ୍ପାଦକ ଉମାକାନ୍ତ ନାୟକ ଘଟଣାକୁ ନେଇ ଆପତ୍ତି ଉଠାଇବାରୁ ବିବାଦ ତୀବ୍ର ହୋଇଥିଲା l ପରେ ଘଟଣା ସମ୍ପର୍କରେ ରାଜ୍ୟ ଆରସିଏସ(ରେଜିଷ୍ଟାର ଅଫ କୋ-ଅପରେଟିଭ ସୋସାଇଟ୍ସ) କାର୍ଯ୍ୟାଳୟ ତରଫରୁ ୨୯ ସେପ୍ଟେମ୍ବର ୨୦୨୩ ରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ପୁନଶ୍ଚ ଚିଠି ନଂ ୨୧୮୨/୩ ଫେବୃୟାରୀ ୨୦୨୫ ରେ କେନ୍ଦୁଝର ଡିଆରସିଏସଙ୍କୁ ଏକ ରିପୋର୍ଟ ମଗାଯାଇଥିଲା l ଫଳରେ ନୂତନ ସମବାୟ ସମିତି କଳିଙ୍ଗା ଏବଂ ଗେଡ଼ମାରୁ ସମ୍ପୃକ୍ତ ୯ ଜଣ ଡାଇରେକ୍ଟରଙ୍କର ସଦସ୍ୟତା ପୂର୍ବ ତଥା ଡଅଁର ସମବାୟ ସମିତିକୁ ସ୍ଥାନାନ୍ତର ହୋଇଥିଲା । କିନ୍ତୁ ଏହି ସଦସ୍ୟତାକୁ ଡଅଁର ସମିତି ତରଫରୁ ଗ୍ରହଣ ହୋଇନି l

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?