ଏଏସ୍‌ଆଇ ନୋଟିସକୁ ଅଣଦେଖା

ପୁରୀ ଅଫିସ,୨୩।୨: ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ଡିଜି ଭି. ବିଦ୍ୟାଭାରତୀ ଶ୍ରୀମନ୍ଦିର ପରିଦର୍ଶନରେ ଆସି ଶ୍ରୀମନ୍ଦିର ଚାରିପାଖ ବୁଲିବା ସହ ପ୍ରଶାସନ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ସ୍ପଷ୍ଟ ହୋଇଛି ଯେ, ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପର୍ଯ୍ୟନ୍ତ ପ୍ରଶାସନ କରିଥିବା ଉଚ୍ଛେଦ ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଶହେ ମିଟର ବାହାରେ ନିର୍ମାଣ କାର୍ଯ୍ୟ କରିବା ସପକ୍ଷରେ ଯୁକ୍ତି ବାଢ଼ିଛି ଏଏସ୍‌ଆଇ। ଏପରି କି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ସମୟରେ ଶହେ ମିଟର ଭିତରେ ଖନନ ନ କରିବାକୁ ଏଏସ୍‌ଆଇ ନୋଟିସ୍‌ କରିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକୁ ସେତେଟା ଅଗ୍ରଗତି କରିବାରେ ସଫଳ ହୋଇପାରୁନାହିଁ। ତେବେ କିଭଳି କାର୍ଯ୍ୟ ଚାଲିଛି ଓ ଆଗାମୀ ଦିନରେ ଏଏସ୍‌ଆଇଠାରୁ କେବେ ଅନୁମୋଦନ ଆସିବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି।
ଏଏସ୍‌ଆଇ ଡିଜିଙ୍କ ଗସ୍ତ ପୂର୍ବରୁ ପ୍ରକଳ୍ପ ଅଧୀନରେ କିଛି କାର୍ଯ୍ୟ ଅଗ୍ରଗତି ହୋଇଛି। ଯେପରି କି ରଘୁନନ୍ଦନ ଲାଇବ୍ରେରି ପୁନଃ ନିର୍ମାଣ ପାଇଁ ସିଂହଦ୍ୱାର ସମ୍ମୁଖ, ପଶ୍ଚିମଦ୍ୱାର ଗାଣ୍ଡୁଆଚଉରା ଛକ ନିକଟବର୍ତ୍ତୀ ଅଞ୍ଚଳ ଓ ନୂଆ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ଖନନ କାର୍ଯ୍ୟ ହୋଇଛି। ଏ ସମସ୍ତ ଅଞ୍ଚଳ ମେଘନାଦ ପ୍ରାଚୀରଠାରୁ ଶହେ ମିଟର ପରିଧି ମଧ୍ୟରେ ଆସୁଛି। ତେବେ ଏଏସ୍‌ଆଇର ଯୁକ୍ତି ଯେ, ଶହେ ମିଟର ମଧ୍ୟରେ ଖନନ ଶ୍ରୀମନ୍ଦିରର ଭିତ୍ତିଭୂମିକୁ ଦୁର୍ବଳ କରିବ। ଏଣୁ କାର୍ଯ୍ୟ ହେବା କଥା ନୁହେଁ। ମାତ୍ର ପ୍ରଶାସନ କିଭଳି ଏହି ଖନନ କାର୍ଯ୍ୟ କରୁଛି ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ହେଉଥିବା ପ୍ରକଳ୍ପ କାର୍ଯ୍ୟ ପାଇଁ ଏଏସ୍‌ଆଇ ଅନୁମତି ଦେଇଛି। ଟାଟା କମ୍ପାନୀ ତଦନୁଯାୟୀ କାର୍ଯ୍ୟ କରୁଛି। ସେହିଭଳି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଟାଟା କମ୍ପାନୀ ଅନୁମତି ପାଇବାରେ ହିଁ କାର୍ଯ୍ୟ କରୁଛି। ଜିଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରୁଛି। କାର୍ଯ୍ୟ ବନ୍ଦ ହେବା ନେଇ କୌଣସି ସୂଚନା କିମ୍ବା ସମ୍ଭାବନା ନାହିଁ। ଏଣୁ ପୂର୍ବଭଳି ଚାଲୁଥିବା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ପ୍ରକଳ୍ପ କାର୍ଯ୍ୟକୁ ନେଇ ଅନୁମୋଦନ ମିଳି ନ ଥିବା ସନ୍ଦେହ ହେଉଛି। ଏ ସମ୍ପର୍କରେ ଏଏସ୍‌ଆଇର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାବେଳେ ଏହାକୁ ବିରୋଧ କରି ଶ୍ରୀମନ୍ଦିର ପ୍ରଶାସନକୁ ନୋଟିସ ଦିଆଯାଇଥିଲା। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ ନିକଟରେ ଅନୁମତି ପାଇଁ ଆବେଦନ କରିଛନ୍ତି। ଆବେଦନ ପରେ ଯାଞ୍ଚ କାର୍ଯ୍ୟକାରୀ ହେବ। ଯାଞ୍ଚ ସରିବା ପରେ ଏଏସ୍‌ଆଇ ଅନୁମତି ଦେବ। ତେବେ ଗତ ସେପ୍ଟେମ୍ବରରେ ଶ୍ରୀମନ୍ଦିର ପ୍ରଶାସନ ପ୍ରକଳ୍ପ କାର୍ଯ୍ୟ ପାଇଁ ଅଧା ଅନୁମତି ମିଳିଥିବା ନେଇ କହିଥିବା ବେଳେ ଏହା ବାସ୍ତବରେ କେତେ ସତ୍ୟ ତାହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ବାସ୍ତବରେ ଅନୁମୋଦନ ପରେ କାର୍ଯ୍ୟ ହୋଇଛି କି ନାହିଁ ଓ ଜିଲା ପ୍ରଶାସନ ଏବଂ ଏଏସ୍‌ଆଇ ମଧ୍ୟରୁ କିଏ ସତ କହୁଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ସେହିଭଳି ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇଠାରୁ ପ୍ରାପ୍ତ ଅନୁମୋଦନପତ୍ର ସାର୍ବଜନୀନ କରନ୍ତୁ। ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଲେ ଆଗାମୀ ଦିନରେ ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହେବି। ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri