ଆନୁଷଙ୍ଗିକ ଶିଳ୍ପକୁ ବଡ଼ ଶିଳ୍ପର ଅଣଦେଖା

ଯାଜପୁର, ୧୮ା୬(ହର୍ଷବର୍ଦ୍ଧନ ବେହେରା)ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ଜିଲାରେ ବିଫଳ ହୋଇଥିବା ପରିଲକ୍ଷିତ ହୋଇଛି। ଗତ ୫ବର୍ଷ ମଧ୍ୟରେ ଯାଜପୁର ଜିଲାରେ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ଯୋଗୁ ଶତାଧିକ ପରିବାର ବିସ୍ଥାପିତ ହୋଇଛନ୍ତି। ସୁକିନ୍ଦା ଓ ଦାନଗଦି ବ୍ଲକରେ ଲଗାଲଗି ହୋଇ କାରଖାନା ପ୍ରତିଷ୍ଠା ଯୋଗୁ ପରିବେଶ ପ୍ରଦୂଷିତ ହୋଇଛି। ହେଲେ ଏହାର ଲାଭ ସ୍ଥାନୀୟ ଲୋକଙ୍କୁ ମିଳିପାରିନାହିଁ। ସମସ୍ତ କଳକାରଖାନା ଖୁବ୍‌ କମ୍‌ସଂଖ୍ୟକ ଲୋକଙ୍କୁ ନିୟମିତ ନିଯୁକ୍ତି ଦେଉଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟର ଅଧିବାସୀ ଅଟନ୍ତି। କାରଖାନା କାର୍ଯ୍ୟ ମୁଖ୍ୟତଃ ଠିକାଦାର ଶ୍ରମିକଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଉଭୟ ଠିକାଦାର ଓ ଠିକା ଶ୍ରମିକ ମଧ୍ୟ ରାଜ୍ୟ ବାହାରୁ ଆସୁଛନ୍ତି। ଖାଲି ସେତିକି ନୁହେଁ, ସମସ୍ତ କଳକାରଖାନାର ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ରାଜ୍ୟ ବାହାରର ଠିକାଦାର ଓ ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଉଛି। ଯେ କୌଣସି ଶିଳ୍ପ କମ୍ପାନୀ କାରଖାନା ପ୍ରତିଷ୍ଠା ପୂର୍ବରୁ ସରକାରଙ୍କ ସହ କରୁଥିବା ରାଜିନାମାରେ ଅଞ୍ଚଳର ଉଦ୍ୟୋଗୀଙ୍କୁ ସହାୟତା ଦେଇ ଆନୁଷଙ୍ଗିକ (ଆନ୍‌ସିଲାରି) ଶିଳ୍ପ ପ୍ରତିଷ୍ଠା କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ହେଲେ ଜିଲାରେ କୌଣସି ଶିଳ୍ପ ସଂସ୍ଥା ଆନୁଷଙ୍ଗିକ ଶିଳ୍ପକୁ ପ୍ରୋତ୍ସାହିତ କରୁଥିବା ପରିଲକ୍ଷିତ ହେଉନାହିଁ।
ଜିଲାରେ ପ୍ରିଣ୍ଟିଂ ପ୍ରେସ୍‌, ଫେବ୍ରିକେଶନ ୟୁନିଟ୍‌, ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତି ପ୍ରଭୃତି ଶତାଧିକ ଆନ୍‌ସିଲାରି ୟୁନିଟ୍‌ କାର୍ଯ୍ୟ କରୁଛି। ଏହାବାଦ୍‌ ଫ୍ଲାଇ ଆଶ୍‌ (ଇଟା) ନିର୍ମାଣ କରୁଥିବା ଏକାଧିକ ଇଟା ଭାଟି ରହିଛି। କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାୟ ଶିଳ୍ପସଂସ୍ଥା ଗୋଟିଏ ହେଲେ ଆନସିଲାରି ୟୁନିଟ୍‌କୁ ପ୍ରୋତ୍ସାହିତ କରିନାହାନ୍ତି। ଅପରପକ୍ଷେ ଜିଲାରେ କ୍ଷୁଦ୍ରଶିଳ୍ପର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଅନ୍ୟପକ୍ଷେ ନିର୍ଦ୍ଦିଷ୍ଟ ଭାବେ ଜମି ଦଖଲ ମିଳି ନ ଥିବାରୁ କଳିଙ୍ଗନଗରର ୩୬ଟି ସ୍ମଲ୍‌ ସ୍କେଲ ଇଣ୍ଡଷ୍ଟ୍ରିଜ (ଏସ୍‌ଏସ୍‌ଆଇ) ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଏହାବାଦ୍‌ ପ୍ରସ୍ତାବିତ ଏସ୍‌ଏସ୍‌ଆଇ କାର୍ଯ୍ୟ ଆରମ୍ଭ ପାଇଁ ରାସ୍ତା, ଡ୍ରେନେଜ୍‌, ବିଦ୍ୟୁତୀକରଣ, ପାଣି ଯୋଗାଣ ଇତ୍ୟାଦି ପ୍ରମୁଖ ସୁବିଧା ମିଳି ନ ଥିବାରୁ ଡାଉନଷ୍ଟ୍ରିମ୍‌ ଶିଳ୍ପର ଅଗ୍ରଗତି ଏକ ପ୍ରକାର ସ୍ଥାଣୁ ପାଲଟିଛି। ଆନ୍‌ସିଲାରି ୟୁନିଟ୍‌ ଉପରେ ପ୍ରଶାସନ ପ୍ରାୟତଃ ଆଖିବୁଜି ଦେଇଥିବା ମନେହେଉଛି। ଅନ୍ୟପକ୍ଷେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଇ ବିସ୍ଥାପିତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସେହିପରି ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ଯେଉଁମାନେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ହୋଇ ନୂତନ ପରିବାର କଲେଣି, ସେମାନଙ୍କୁ କ୍ଷତିପୂରଣ ପ୍ରଦାନରୁ ବଞ୍ଚିତ କରାଯାଉଛି। ଏଥିପାଇଁ କୁଡୁମୀସାହି, ଅରାସାହି, ଟାଙ୍ଗରସାହି ଓ କଚେରି ଗାଁର ଶତାଧିକ ପରିବାର ଉପଯୁକ୍ତ କ୍ଷତିପୂରଣ ଦାବିରେ ନିୟମିତ ଭାବେ ଆନ୍ଦୋଳନ କରୁଛନ୍ତି। ତଥାପି ଜିଲା ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରି ଜବରଦସ୍ତ ବିସ୍ଥାପିତ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ନୀତିନିୟମ ଅନୁସାରେ ବିସ୍ଥାପନ ପ୍ରକ୍ରିୟା ଚାଲିଛି ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?