ପିଏମ୍‌ଓରେ ଆଇଏଫ୍‌ଏସ୍‌

Dillip Cherian

ନିକଟରେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ର ତିନିଜଣ ଅଧିକାରୀ ଦୀପକ ମିତ୍ତଲ, ବିପିନ କୁମାର ଏବଂ ନିଧି ତିଓ୍ବାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଯଥାକ୍ରମେ ଜଏଣ୍ଟ ସେକ୍ରେଟାରି, ଡେପୁଟି ସେକ୍ରେଟାରି ଏବଂ ଅଣ୍ଡର୍‌ସେକ୍ରେଟାରି ର଼୍ୟାଙ୍କରେ ଯୋଗଦେଇଛନ୍ତି। ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଥିତ୍ବା ଦୃଷ୍ଟିରୁ ପିଏମ୍‌ଓର ସମ୍ମାନଜନକ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀରେ ଏମାନଙ୍କର ପ୍ରବେଶ ହୋଇଛି। ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ପାଇଁ ଗୋଟିଏ ବର୍ଷ ବ୍ୟସ୍ତବହୁଳ ହେବାକୁ ଯାଉଛି। ଜି୨୦ ସମ୍ମିଳନୀ ମୁଖ୍ୟ ଭାବେ ଭାରତର ଏକ ବର୍ଷ କାର୍ଯ୍ୟକାଳ ତ୍ରୁଟିଶୂନ୍ୟ ବୋଲି ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ଉପରେ ନିର୍ଭର କରିବେ। କିନ୍ତୁ ପର୍ଯ୍ୟବେକ୍ଷକଙ୍କ ମତରେ, ମୋଦି ସରକାର କେବଳ ଆଇଏଏସ୍‌ ଲାଗି ପୂର୍ବରୁ ଉଦ୍ଦିଷ୍ଟ ରହିଥିବା ପଦବୀଗୁଡ଼ିକୁ ଅଣ ଆଇଏଏସ୍‌ ସେବାସବୁକୁ ପଦୋନ୍ନତି ଦେବାକୁ ଅଧିକ ଚାହଁୁଛନ୍ତି। ସରକାର ନିଯୁକ୍ତି ସକାଶେ ସମସ୍ତ ସେବାରୁ ଅଧିକାରୀମାନଙ୍କ ନାମ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟଗୁଡ଼ିକରେ ମହତ୍ତ୍ୱପୂର୍ଣ୍ଣ ପଦବୀଗୁଡ଼ିକୁ ପଦୋନ୍ନତି ଦେଉଛନ୍ତି। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ; କାରଣ ସରକାର ପୂର୍ବରୁ ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଓଏସ୍‌) ଏବଂ ଭାରତୀୟ ରାଜସ୍ବ ସେବା ( ଆଇଆର୍‌ଏସ୍‌)ଅଧିକାରୀମାନଙ୍କୁ ଦୀର୍ଘଦିନରୁ ଆଇଏଏସ୍‌ ଅଧିକାରୀଙ୍କ ପଦବୀଗୁଡ଼ିକରେ ନିଯୁକ୍ତି ଦେଇଛନ୍ତି। ସରକାର କହିଛନ୍ତି ଯେ, ଆଇଏଏସ୍‌ ଅଧିକାରୀଙ୍କ ପାଇଁ କୌଣସି ପଦବୀ ସଂରକ୍ଷିତ ନୁହେଁ। ଏଣୁ ସରକାର ସବୁ ସେବାରୁ ଯୋଗ୍ୟତା ଆଧାରରେ ଅଧିକାରୀମାନଙ୍କୁ ନିଯୁକ୍ତ କରୁଛନ୍ତି।
ଏମ୍‌ଏଚ୍‌ଏର କଡ଼ା ପଦକ୍ଷେପ
୨୦୧୯ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ନେବା ପରଠାରୁ ତାଙ୍କ ଦୃଢ ବ୍ୟକ୍ତିତ୍ୱସମ୍ପନ୍ନ ଭାବମୂର୍ତ୍ତିକୁ ଅଧିକ ଆକର୍ଷକ କରିବାକୁ ଚାହଁିଛନ୍ତି। ବାବୁମାନଙ୍କ ଅପରାଧ ରୋକିବା ଲାଗି ମୋଦି ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଧାରାକୁ ସେ ଏକ ନୂଆ ସ୍ତରକୁ ନେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ପାଇଁ ୨୦୨୧ ଏକ ଭଲ ବର୍ଷ ଥିଲା । ଉକ୍ତ ବର୍ଷରେ ପ୍ରତି ସପ୍ତାହରେ ଏମ୍‌ଏଚ୍‌ଏ ଅତି କମ୍‌ରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୨୧ରେ ଅତି କମ୍‌ରେ୧୦ ଜଣ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ପଦଚ୍ୟୁତ, ବହିଷ୍କାର ଏବଂ ବାଧ୍ୟତାମୂଳକ ଅବସର ଭଳି କାର୍ଯ୍ୟାନୁଷ୍ଠାନକୁ ସାମ୍‌ନା କରିଥିଲେ। କିନ୍ତୁ ୨୦୨୦ ଏବଂ ୨୦୧୯ରେ ପ୍ରତ୍ୟେକ ବର୍ଷ ମାତ୍ର ୨ ଜଣ ଅଧିକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡର ମୁଖ୍ୟ ସଚିବ ଜେ. ନରିନ ଯୌନ ନିର୍ଯାତନା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି; ଯାହା ଏବକା ସମୟରେ ଏକ ହାଇ ପ୍ରୋଫାଇଲ କେସ୍‌। ଏମ୍‌ଏଚ୍‌ଏର ବାର୍ଷିକ ରିପୋର୍ଟରୁ ପ୍ରକାଶ ଯେ,୨୦୨୧ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୨୪୯ ଜଣ ଉଚ୍ଚପଦାଧିକାରୀଙ୍କ ବିରୋଧରେ ୨୩୭ଟି ଶୃଙ୍ଖଳାଗତ ମାମଲା ଦାୟର ହୋଇଥିଲା। ୪୮ଟି ମାମଲାରେ ଜଡ଼ିତ ୫୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସାମାନ୍ୟ ଆଇନ ଉଲ୍ଲଂଘନଠାରୁ ଆରମ୍ଭ କରି ଗମ୍ଭୀର ଅପରାଧ ଉପରେ ଦଣ୍ଡ ବିଧାନ ହୋଇଥିଲା। ଶାହାଙ୍କ ପ୍ରକ୍ରିୟାରେ ଜଣେ ଅଧିକାରୀଙ୍କୁ ଭର୍ତ୍ସନା କରିବା କିମ୍ବା ଚେତାବନୀ ଦେବା ଦୃଷ୍ଟାନ୍ତ କମ୍‌ , କିନ୍ତୁ ଚାକିରିରୁ ପଦଚ୍ୟୁତ ଓ ବହିଷ୍କାର କରିବା ଘଟଣା ଅଧିକ । ଏହି ପ୍ରକ୍ରିିୟାରେ ମନ୍ତ୍ରଣାଳୟରେ ଥିବା ଏକ ଭିଜିଲାନ୍ସ ସେଲ୍‌ ଶାହାଙ୍କୁ ସହଯୋଗ କରୁଛି । ଏହାର ମୁଖ୍ୟ ରହିଛନ୍ତି ଜଣେ ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀ।
ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ସବୁଠୁ ବ୍ୟସ୍ତ ସରକାରୀ ସଂସ୍ଥା । ଏସ୍‌.କେ.ମିଶ୍ର ଏହାର ନିର୍ଦ୍ଦେଶକ ଭାବେ ୪ ବର୍ଷ ରହିସାରିବା ପରେ ତାଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧି କରାଯାଇଛି। ଏହାର ଯୁକ୍ତିଯୁକ୍ତତା ଦର୍ଶାଇବା ଲାଗି ପ୍ରୟାସ କରାଯାଇଛି ଏବଂ କୁହାଯାଇଛି ଯେ, ମିଶ୍ର ଅନେକ ହାଇ ପ୍ରୋଫାଇଲ ତଦନ୍ତର ନେତୃତ୍ୱ ନେଉଛନ୍ତି ଓ ଅନ୍ୟ କେହି ତାଙ୍କ ବଦଳରେ ଦାୟିତ୍ୱ ନେଲେ ତଦନ୍ତଗୁଡ଼ିକ ଗତିଶୀଳତା ହରାଇବ। ଉକ୍ତ ସମ୍ପ୍ରସାରଣ ଯୋଗୁ ମିଶ୍ର ଆସନ୍ତା ବର୍ଷ ତାଙ୍କ କାର୍ଯ୍ୟକାଳର ୫ ବର୍ଷ ପୂରଣ କରିବେ । ସୂଚନାଯୋଗ୍ୟ, ଗତ ବର୍ଷ ସରକାର ସିବିଆଇ ଏବଂ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣକୁ ନେଇ ଏକ ଅଧ୍ୟାଦେଶ ଆଣି ଦର୍ଶାାଇଥିତ୍ଲେ ଯେ, ଏହି ଦୁଇ ସଂସ୍ଥାର ନିର୍ଦ୍ଦେଶକଙ୍କ ବାଧ୍ୟତାମୂଳକ ୨ ବର୍ଷ କାର୍ଯ୍ୟକାଳ ପରେ ୩ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ଏଥିତ୍ପାଇଁ ମିଶ୍ରଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ସମ୍ପ୍ରସାରଣ କରାଯାଇଥିଲା। ହେଲେ ମିଶ୍ରଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣକୁ ନେଇ ଏବେ ସୁପ୍ରିମକୋର୍ଟରେ ଅନେକ ପିଟିଶନ ବିଚାରାଧୀନ ରହିଛି। କେବଳ ମିଶ୍ରଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ନୁହେଁ, ବରଂ ସିଭିସି ଏବଂ ଡିଏସ୍‌ପିଇ ଆଇନରେ ଅଣାଯାଇଥିବା ସଂଶୋଧନ ଉପରେ ପିଟିଶନଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ଯେ, ଇଡି ଓ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସୀମିତ କରିବା ଦୁୁର୍ନୀତି ଏବଂ ମନି ଲଣ୍ଡରିଂ ବିରୋଧରେ ଭାରତର ଦୃଢ ପଦକ୍ଷେପ ଉପରେ ବିପରୀତ ପ୍ରଭାବ ପକାଇବ। ଚଳିତ ବର୍ଷ ସେପ୍ଟେମ୍ବରରେ ସରକାର କୋର୍ଟରେ ଦାଖଲ କରିଥିବା ତାଙ୍କ ସତ୍ୟପାଠରେ କହିଛନ୍ତି ଯେ, ବୃହତ୍‌ ସାର୍ବଜନୀନ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦୁଇ ବର୍ଷ ପରେ ଦିଆଯାଉଥିବା ପ୍ରତ୍ୟେକଟି ସମ୍ପ୍ରସାରଣ କ୍ଷେତ୍ରରେ ବହୁ ସୁରକ୍ଷାମତ୍କ ପଦକ୍ଷେପ ନିଆଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?