ଛିଙ୍କ ଅଟକାଇଲେ ବିପଦ

ଭୁବନେଶ୍ୱର, ୧୫ା୧୨(ବନ୍ଦନା ସେଠୀ): ଛିଙ୍କ ଆସିଲେ ତାହାକୁ ଅଟକାଇବା ଉଚିତ ନୁହେଁ। ଛିଙ୍କକୁ ରୋକିବାକୁ ଚେଷ୍ଟା କଲେ ଏହା ନିଜ ପାଇଁ ବିପଜ୍ଜନକ ସାଜିପାରେ। ଏପରି କି ଜୀବନ ମଧ୍ୟ ଚାଲି ଯାଇପାରେ ବୋଲି ଡାକ୍ତରମାନେ କହିଛନ୍ତି। ଲାଇଭ୍‌ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଛିଙ୍କ ଚାପିବାରୁ ଜଣେ ବ୍ୟକ୍ତିଙ୍କର ଶ୍ୱାସନଳୀ ଫାଟି ଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଜଣକ ନିଜ କାର ଚଳାଇବା ସମୟରେ ପ୍ରଥମେ ଜ୍ୱର ଅନୁଭବ କରିଥିଲେ। ପରେ ପରେ ତାଙ୍କୁ ଛିଙ୍କ ଲାଗିଥିଲା। ମାତ୍ର ବ୍ୟକ୍ତିଜଣକ ଛିଙ୍କ ହେବାକୁ ନ ଦେଇ ନାକକୁ ଚାପି ପାଟି ବନ୍ଦ କରିଦେଇଥିଲେ। ଫଳରେ ଛିଙ୍କର ପ୍ରବଳ ପ୍ରେସରକୁ ତାଙ୍କ ଶ୍ୱାସନଳୀ ସମ୍ଭାଳି ନ ପାରି ଫାଟି ଯାଇଥିଲା। ଏହା ବିଶ୍ୱରେ ପ୍ରଥମ ଘଟଣା ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି। ବ୍ୟକ୍ତିଙ୍କ ଶ୍ୱାସନଳୀର ମାପ ୦.୦୮ ଇଞ୍ଚ ଥିଲା। ନାକ ଓ ପାଟି ଜୋରରେ ବନ୍ଦ କରିବା ଫଳରେ ଉକ୍ତ ବ୍ୟକ୍ତିଙ୍କ ବାୟୁପଥ ବନ୍ଦ ହୋଇଯାଇଥିଲା। ତେବେ ଛିଙ୍କଟି ସାଧାରଣ ଅପେକ୍ଷା ୨୦ ଗୁଣ ଅଧିକ ଶକ୍ତିଶାଳୀ ଥିଲା। ଚାପ ଫଳରେ ଶ୍ୱାସନଳୀରେ ୨ ମିଲିମିଟର ଛିଦ୍ର ସୃଷ୍ଟି ହୋଇଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ନିଃଶ୍ୱାସ ନେବା, କଥାବାର୍ତ୍ତା କିମ୍ବା ଗିଳିବାରେ କୌଣସି ଅସୁବିଧା ହେଉ ନ ଥିଲା। ଉକ୍ତ ବ୍ୟକ୍ତିଙ୍କର ସର୍ଜିକାଲ ଏମ୍ଫିସେମା ରୋଗ ଥିବା ଏକ୍ସ-ରେ ଦ୍ୱାରା ଜଣାପଡିଥିଲା। ଏହା ଏପରି ଏକ ରୋଗ ଯେଉଁଠାରେ ଚମଡ଼ାର ଟିସୁ ସ୍ତର ପଛରେ ପବନ ରହିଥାଏ। ତାଙ୍କର ଫୁସଫୁସ ଏବଂ ଛାତି ଭିତରେ ମଧ୍ୟ ପବନ ରହିଥିଲା। ନାକ ଓ ମୁହଁ ବନ୍ଦ କରି ଛିଙ୍କ ଅଟକାଇବା ଦ୍ୱାରା ଏପରି କ୍ଷତି ହୋଇଥିବା ସିଟି ସ୍କାନରୁ ଜଣାପଡିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?