ଟଙ୍କା ନ ଦେଲେ ଏସ୍‌ଏଲ୍‌ସି ମିଳୁନି

ପୁରୀ ଅଫିସ,୨୩।୮:ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ସାମିଲ ଥିବା ସରକାରୀ ବିଦ୍ୟାଳୟରେ ବି ପିଲାଙ୍କୁ ଆର୍ଥିକ ଶୋଷଣର ଶିକାର ହେବାକୁ ପଡୁଛି। ସ୍କୁଲ ଲିଭିଙ୍ଗ୍‌ ସାର୍ଟିଫିକେଟ (ଏସ୍‌ଏଲ୍‌ସି) ଦେବା ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଟଙ୍କା ନିଆଯାଉଛି। ଟଙ୍କା ନ ଦେଇପାରିଲେ ଫେରାଇ ଦିଆଯାଉଛି। ଫଳରେ ସମ୍ପୃକ୍ତ ଛାତ୍ରୀଛାତ୍ର ଏକପ୍ରକାର ଅପମାନିତ ବୋଧ କରୁଛନ୍ତି। ପୂର୍ବରୁ ପୁରୀ ଜିଲାର ଗୋପ ଅଞ୍ଚଳରେ ଏଭଳି ଚିତ୍ର ସାମ୍ନାକୁ ଆସିଥିବାବେଳେ ଏବେ ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୁଇଜଣ ଛାତ୍ର ଅଭିଯୋଗ ଆଣିଛନ୍ତି। ଏନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ୫-ଟିରେ ସାମିଲ ହୋଇଛି। ଏଠାରେ ଅତ୍ୟାଧୁନିକ କ୍ଲାସ୍‌ରୁମ୍‌ ଓ ଶୈକ୍ଷିକ ପରିବେଶର ବ୍ୟବସ୍ଥା କରାଯାଇଛି। ତେବେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ଏସ୍‌ଏଲ୍‌ସି ଦେବା ବାବଦକୁ ଶହେରୁ ୨ଶହ ଟଙ୍କା ପର୍ଯ୍ୟନ୍ତ ଟଙ୍କା ନିଆଯାଉଛି। ଯେଉଁମାନେ ଟଙ୍କା ଦେବାକୁ ମନା କରୁଛନ୍ତି, ସେମାନଙ୍କୁ ଏସ୍‌ଏଲ୍‌ସି ମିଳୁନାହିଁ। ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଏସ୍‌ଏଲ୍‌ସି ଦେବା ପାଇଁ ପିଲାଙ୍କଠାରୁ ଟଙ୍କାଟିଏ ଆଦାୟ କରାଯିବ ନାହିଁ। ମାତ୍ର ଉକ୍ତ ସ୍କୁଲରେ ସେହି ନିର୍ଦ୍ଦେଶନାମାର ଉଲ୍ଲଂଘନ ହେଉଛି। ‘ଏସ୍‌ଏଲ୍‌ସି ପାଇଁ ମୋତେ ଶହେ ଟଙ୍କା ଦେବାକୁ ବାଧ୍ୟ କରାଗଲା। ସାଙ୍ଗରେ ପଇସା ଆଣି ନ ଥିଲି ବୋଲି ମୋତେ ଫେରାଇ ଦିଆଗଲା। ପଇସା ଆଣିଲେ ଏସ୍‌ଏଲ୍‌ସି ମିଳିବ ବୋଲି ପ୍ରଧାନଶିକ୍ଷକ କହିଲେ। ସ୍କୁଲଠାରୁ ଘର ଦୂର ହୋଇଥିବାରୁ ଜଣେ ଦୋକାନୀଙ୍କଠାରୁ ଧାର କରି ଟଙ୍କା ଦେଲି ଓ ଏସ୍‌ଏଲ୍‌ସି ଆଣିଲି। ଟଙ୍କା ବାବଦ ରସିଦ ମାଗିବାରୁ ମୋତେ ମନା କରିଦିଆଗଲା। ୫-ଟି ସ୍କୁଲରେ ପାଠ ପଢ଼ୁଛୁ, ଆମେ କାହିଁକି ଟଙ୍କା ଦେବୁ’ ବୋଲି ପ୍ରଶ୍ନ କରିଛନ୍ତି ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟର ଛାତ୍ର ଅଭିଜିତ ପାତ୍ର। ସେହିପରି ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ୟ ଜଣେ ଛାତ୍ର ନୃସିଂହ ପ୍ରସାଦ ପାତ୍ର କହିଛନ୍ତି, ମୋ’ ଅଭିଭାବକମାନେ ପ୍ରଥମେ ଟଙ୍କା ଦେବାକୁ ମନା କଲେ। ସେମାନେ ଭାବିଲେ ଯେ, ମୁଁ ମିଛ କହୁଛି। ମାତ୍ର ସ୍କୁଲ ଶିକ୍ଷକଙ୍କଠାରୁ ବୁଝିବା ପରେ ଟଙ୍କା ଦେଇଥିଲେ। ଏସ୍‌ଏଲ୍‌ସି ପାଇଁ ଟଙ୍କା ନିଆଯାଉଥିଲେ ମଧ୍ୟ କେହି ପ୍ରତିବାଦ କରୁନାହାନ୍ତି। ଆମ ପ୍ରମାଣପତ୍ର ପାଇବା ଆମ ଅଧିକାର। ଏଥିପାଇଁ ଆମେ କାହାରିକୁ କାହିଁକି ଟଙ୍କା ଦେବୁ। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ଆମକୁ ଟଙ୍କା ଫେରସ୍ତ କରାଯାଉ ବୋଲି ନୃସିଂହ ଦାବି କରିଛନ୍ତି। ଏ ନେଇ ବୁଦ୍ଧିଜୀବୀ ହେକ୍ଟର ମିଶ୍ର କହିଛନ୍ତି, ସରକାରୀ ବ୍ୟବସ୍ଥାରେ ୫-ଟି ବିଦ୍ୟାଳୟ ଏକ ବଡ଼ ପରିବର୍ତ୍ତନ। ମାତ୍ର ସରକାରଙ୍କ ଅଜାଣତରେ କେତେଜଣ ଶିକ୍ଷକ ଏଭଳି କାର୍ଯ୍ୟକଳାପ କରୁଛନ୍ତି ଯାହା ବେଆଇନ। ତେଣୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅନ୍ୟପକ୍ଷରେ ଏସ୍‌ଏଲ୍‌ସି ଲାଗି ପିଲାଙ୍କଠାରୁ ଟଙ୍କା ନିଆଯାଉଥିବା ସ୍କୁଲର ପ୍ରଧାନ ଶିକ୍ଷକ ତୋଫାନ କୁମାର ଜେନା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ବୋର୍ଡ ଅଫିସ ଯିବା ପାଇଁ ଖର୍ଚ୍ଚ ହେଉଛି। କାଗଜପତ୍ର ବାବଦକୁ ମଧ୍ୟ ବିଦ୍ୟାଳୟର ଖର୍ଚ୍ଚ ରହିଛି। ଏଣୁ ପିଲାଙ୍କଠାରୁ ମାତ୍ର ୫୦ ଟଙ୍କା ଲେଖାଏ ନେଉଛୁ। ତେବେ ଏ ନେଇ ରସିଦ ଦିଆଯାଉନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ମିଶ୍ର କହିଛନ୍ତି, ଏ ସମ୍ପର୍କରେ ଆମେ ଅବଗତ ନ ଥିଲୁ। ଘଟଣାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ। ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ବିଦ୍ୟାଳୟ ସ୍ତରରେ ଏସ୍‌ଏଲ୍‌ସି ଦେବା ପାଇଁ କେହି ଟଙ୍କା ନେଇପାରିବେ ନାହିଁ। ଗୋପରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛୁ। ବ୍ରହ୍ମଗିରି ବିଦ୍ୟାଳୟର ଘଟଣା ଉପରେ ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri