ଚୋର ଗ୍ୟାଙ୍ଗର ମୁଖ୍ୟଙ୍କ ସମେତ ଆଉ ୩ ଗିରଫ

ଭୁବନେଶ୍ୱର (ବ୍ୟୁରୋ)/ବାରଙ୍ଗ, (ଡି.ଏନ୍‌.ଏ.)୨୩ା୮:ରାଜଧାନୀରେ ବିଳମ୍ବିତ ରାତିରେ ବିଭିନ୍ନ ଘରର ଝରକା ତାଡ଼ି ଚୋରି କରୁଥିବା ଗ୍ୟାଙ୍ଗର ଆଉ ୩ ସଦସ୍ୟ କମିଶନରେଟ ପୋଲିସ ହାତରେ ଧରାପଡ଼ିଛନ୍ତି। ୩ ଅଭିଯୁକ୍ତଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଓ ଚନ୍ଦକା ପୋଲିସର ଏକ ମିଳିତ ଟିମ ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ କଟକ ଜିଲା ବାଙ୍କି ଥାନା ଅଞ୍ଚଳର ଗ୍ୟାଙ୍ଗ ମୁଖ୍ୟ ବିଜୟ ସାହୁ (୩୦), ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀ ବିହାରରେ ରହୁଥିବା ଗଞ୍ଜାମ ଜିଲା ଆସ୍କା ଥାନା ଅଞ୍ଚଳର ଦୁଖିଶ୍ୟାମ ନାୟକ ଓରଫ ମୁଶା (୨୦) ଓ ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିରେ ରହୁଥିବା କଟକ ଜିଲା କଣ୍ଟେନମେଣ୍ଟ ଥାନା ବକ୍ସିବଜାର ସୂତାହାଟର ସୟଦ୍‌ ଫୟାଜ୍‌ (୩୦)। ସେମାନଙ୍କ ନିକଟରୁ ନଗଦ ୫ ଲକ୍ଷ ଟଙ୍କା, ୭.୫ ଲକ୍ଷ ଟଙ୍କାର ସୁନାଗହଣା ଜବତ ହୋଇଛି। ଅଭିଯୁକ୍ତମାନଙ୍କୁ ମାମଲା (ନଂ.୧୪୯/୨୦୨୨)ରେ ଚନ୍ଦକା ପୋଲିସ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏମାନଙ୍କ ନାମରେ ଭୁବନେଶ୍ୱର ୟୁପିଡିରେ ଥିବା ଚନ୍ଦକା ଓ ବାଲିଅନ୍ତା ଥାନା ସମେତ ଅନ୍ୟାନ୍ୟ ଥାନାରେ ୧୩ରୁ ଅଧିକ ମାମଲା ରହିଛି। ଗତ ଜୁଲାଇ ଶେଷ ସପ୍ତାହରେ ଏହି ମାମଲାରେ ଗ୍ୟାଙ୍ଗର ୩ ସଦସ୍ୟ ଏବଂ ସେମାନଙ୍କ ୩ ସହଯୋଗୀଙ୍କୁ ଚନ୍ଦକା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତେବେଳେ ସେମାନଙ୍କ ଠାରୁ ୫ ଲକ୍ଷ ୮୫ ହଜାର ନଗଦ ଟଙ୍କା, ୭ ଲକ୍ଷ ଟଙ୍କାର ୧୪୦ ଗ୍ରାମ ସୁନା ଅଳଙ୍କାର, ୧୦୦ ଗ୍ରାମର ରୁପା ଅଳଙ୍କାର, ଚୋରିରେ ବ୍ୟବହୃତ ଅଟୋ ଏବଂ ଚୋରି ମୋବାଇଲ ଆଦି ଜବତ କରାଯାଇଥିଲା।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅଟୋରେ ବୁଲି ଘରେ କେହି ନ ଥିବା ବେଳେ ଝରକାକୁ ତାଡ଼ି ଚୋରି କରୁଥିଲେ। ସୁନା ଗହଣା ଆଦି ସହଯୋଗୀଙ୍କ ଦ୍ୱାରା ବିକ୍ରି କରୁଥିଲେ। ଗତ ଜୁନ ୨୪ ବିଳମ୍ବିତ ରାତିରେ ବାଳକାଟିର ସାମ୍ବାଦିକ ମନୋଜଙ୍କ ତଳ ମହଲା ଘରର ଝରକା ତାଡ଼ି ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ନେଇଯାଇଥିଲେ। ସେହିପରି ଚନ୍ଦକା ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବରିଷ୍ଠ ନାଗରିକ ସତ୍ୟନାରାୟଣ ମିଶ୍ରଙ୍କ ଘରର ଝରକା ତାଡ଼ି ଅଳଙ୍କାର ଓ ନଗଦ ଟଙ୍କା ମିଶାଇ ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ନେଇଯାଇଥିଲେ। ପୋଲିସ (ନଂ.୧୪୯/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗ୍ୟାଙ୍ଗର ୩ ସଦସ୍ୟଙ୍କ ସମେତ ଚୋରି ସାମଗ୍ରୀ ବିକ୍ରି କରୁଥିବା ୩ ଜଣ ସହଯୋଗୀଙ୍କୁ ଗିରଫ କରି ଜୁଲାଇ ୨୯ରେ କୋର୍ଟ ଚାଲାଣ କରିଥିଲା। ତେବେ ବିଜୟ, ମୁଶା ଓ ସୟଦ୍‌ ଚେନ୍ନାଇ ଚାଲିଯାଇଥିଲେ। ତେବେ ଏମାନେ ଚନ୍ନାଇରୁ ଆସି ଚନ୍ଦକା ଅଞ୍ଚଳରେ ଏକତ୍ରିତ ହୋଇଥିବା ଖବର ମିଳିବା ପରେ ରବିବାର ପୋଲିସ ଚଢ଼ାଉ କରି ସମସ୍ତଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?