Posted inଜାତୀୟ

ଟ୍ରମ୍ପ୍ ପାରିଲେ ମୋଦି କାହିଁକି ନୁହେଁ: ପାକିସ୍ତାନରୁ ଉଠାଇ ଆଣିବାକୁ ଚ୍ୟାଲେଞ୍ଜ କଲେ ଓୱାଇସି

ନୂଆଦିଲ୍ଲୀ,୪ା୧: ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମୋଦି କାହିଁକି ନୁହେଁ। ଆମେରିକାର ଆକରତ୍ମକ ଆଭିମୁଖ୍ୟକୁ ନେଇ ବିଶ୍ୱରେ ଚର୍ଚ୍ଚା ଚାଲିଥିବା ବେଳେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ବ୍ୟଙ୍ଗ କରିଛନ୍ତି। ଯଦି ଟ୍ରମ୍ପ୍ ଏପରି କରିପାରିଲେ, ତେବେ ମୋଦି ସରକାର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାରଙ୍କୁ ପାକିସ୍ତାନରୁ ଭାରତ ଆଣିବା ପାଇଁ ସେନା କାହିଁକି ପଠାଉ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ମୁମ୍ବାଇରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଓୱାଇସି କହିଛନ୍ତି ଯେ, “ଆମେ ଶୁଣିଲୁ ଯେ ଟ୍ରମ୍ପ୍‌ଙ୍କ ସେନା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଧରି ଆମେରିକା ନେଇଗଲେ। ଯଦି ସେ ଏହା କରିପାରିଲେ, ତେବେ ଆପଣ (ପ୍ରଧାନମନ୍ତ୍ରୀ ମୋଦି) ମଧ୍ୟ ପାକିସ୍ତାନ ଯାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍‌କୁ ଭାରତକୁ ଆଣିପାରିବେ।”

ସେ ଆହୁରି ମଧ୍ୟ କହିଛନ୍ତି, “ମୋଦିଜୀ, ଆମେ ଆପଣଙ୍କୁ କହୁଛୁ, ଆପଣ ପାକିସ୍ତାନକୁ ସୈନ୍ୟ କାହିଁକି ପଠାଉ ନାହାଁନ୍ତି ଏବଂ ଲସ୍କର-ଏ-ତୈବାର ମାସୁଦ ଆଝାର କିମ୍ବା ଅନ୍ୟ କୌଣସି ଆତଙ୍କବାଦୀଙ୍କୁ ଭାରତ ଆଣନ୍ତୁ।”

ପୂର୍ବରୁ ମୋଦିଙ୍କର “ଅବ୍‌କି ବାର୍ ଟ୍ରମ୍ପ୍ ସରକାର” ମନ୍ତବ୍ୟକୁ ସ୍ମରଣ କରାଇ ଓୱାଇସି ବ୍ୟଙ୍ଗ କରି କହିଛନ୍ତି ଯେ, “ଯଦି ଟ୍ରମ୍ପ୍ ପାରିଲେ, ମୋଦିଜୀ, ଆପଣ କୌଣସି ଗୁଣରେ କମ୍ ନୁହଁନ୍ତି। ଯଦି ଟ୍ରମ୍ପ୍ ପାରିଲେ, ତେବେ ଆପଣଙ୍କୁ ମଧ୍ୟ କରିବାକୁ ପଡିବ।”


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri