Posted inଖେଳ

ସ୍ତ୍ରୀ ଅନୁମତି ଦେଲେ ଆଗକୁ ଏହି କାମ କରିବେ ଡେଭିଡ ୱାର୍ନର

ସିଡନୀ,୭।୧: ଅଷ୍ଟ୍ରେଲୀୟ ଓପନର୍‌ ଡେଭିଡ ୱାର୍ନର ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେଇଛନ୍ତି। ନିକଟରେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଇଥିଲା। ଏହା ଥିଲା ଡେଭିଡ ୱାର୍ନରଙ୍କ ଶେଷ ସିରିଜ। ଅଷ୍ଟ୍ରେଲିଆ ପାକିସ୍ତାନକୁ ୩-୦ରେ ପରାସ୍ତ କରି ଡେଭିଡ ୱାର୍ନରଙ୍କୁ ସ୍ମରଣୀୟ ବିଦାୟ ଦେଇଥିଲା। କିନ୍ତୁ କ୍ରିକେଟକୁ ବିଦାୟ ଦେବା ପରେ ଡେଭିଡ ୱାର୍ନର ବର୍ତ୍ତମାନ କଣ କରିବେ? ଡେଭିଡ ୱାର୍ନରଙ୍କ ଭବିଷ୍ୟତ ରଣନୀତି କ’ଣ ହେବ? ତେବେ ଡେଭିଡ ୱାର୍ନର ନିଜେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।
ପାକିସ୍ତାନ ବିପକ୍ଷରେ ବିଦାୟୀ ଟେଷ୍ଟ ପରେ ଡେଭିଡ ୱାର୍ନର କହିଛନ୍ତି, ସେ ଭବିଷ୍ୟତରେ କୋଚିଂ କ୍ୟାରିୟର କରିବାକୁ ଚାହୁଁଛନ୍ତି। ସର୍ବପ୍ରଥମେ ମୁଁ ମୋ ସ୍ତ୍ରୀଙ୍କ ସହ କଥା ହେବି, ଯାହାଫଳରେ ମୁଁ ଆଉ କିଛି ଦିନ ଘରୁ ଦୂରରେ ରହିବାକୁ ଅନୁମତି ପାଇ ପାରିବି। କ୍ରିକେଟରୁ ଅବସର ନେବା ପରେ ଡେଭିଡ ୱାର୍ନର କୋଚିଂକୁ ଆଗାମୀ ଦିନରେ କ୍ୟାରିୟର ଭାବରେ ଦେଖୁଛନ୍ତି।
ଏହା ବ୍ୟତୀତ ଡେଭିଡ ୱାର୍ନର ସ୍ଲେଜିଂ ଉପରେ ନିଜର ମତ ରଖିଥିଲେ। ଡେଭିଡ ୱାର୍ନର ବିଶ୍ୱାସ କରନ୍ତି ଯେ ଆଜିର ସମୟରେ ସ୍ଲେଜିଂ ଅତୀତର ହୋଇସାରିଛି। ଆଇପିଏଲ ପରି ଟି-୨୦ ଫ୍ରାଞ୍ଚାଇଜ ଲିଗ ପାଇଁ ଡେଭିଡ ୱାର୍ନର ଏଥିପାଇଁ ଶ୍ରେୟ ଦେଇଛନ୍ତି। ଡେଭିଡ ୱାର୍ନର କହିଛନ୍ତି ଯେ, ଆଇପିଏଲ ପରି ଟି-୨୦ ଫ୍ରାଞ୍ଚାଇଜ ଲିଗର ଆଗମନ ପରେ, ଅନ୍ୟ ଦେଶର ଖେଳାଳିଙ୍କ ସହ ଖେଳିବା ଏବଂ ସମୟ ବିତାଇବା ହେତୁ ବର୍ତ୍ତମାନ ସ୍ଲେଡିଂ ହୁଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IND A VS NEP: ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଭାରତ, ପଛରେ ରହିଗଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ (Rising Stars) ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି। ଦୋହାରେ ନେପାଳ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ,…

ପାଟ କମିନ୍ସଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ କଲା କ୍ରିକେଟ ଅଷ୍ଟ୍ରେଲିଆ, ଅଧିନାୟକତ୍ୱକୁ ନେଇ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧୧: ୨୦୧୮ ମସିହାର ‘ସ୍ୟାଣ୍ଡପେପରଗେଟ’ (sandpapergate) ଘଟଣାକୁ ନେଇ ଉସମାନ ଖ୍ବାଜାଙ୍କ ନୂଆ ଖୁଲାସା ଅଷ୍ଟ୍ରେଲୀୟ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ଖ୍ବାଜାଙ୍କ ଏହି ଦାବିକୁ…

ତେଲ କମ୍ପାନୀଙ୍କୁ ଝଟ୍‌କା, ଗ୍ରାହକଙ୍କ ପାଇଁ ଖୁସି; ପେଟ୍ରୋଲକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୧।୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦର ବଢ଼ୁଥିଲେ ମଧ୍ୟ ଘରୋଇ ସ୍ତରରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଅର୍ଥାତ ଶନିବାର,…

ଟଳିଲା ବିପଦ, ରାଇକିଆବାସୀ ଆଶ୍ୱସ୍ତ: ପ୍ରଶାସନର ପଦକ୍ଷେପକୁ ପ୍ରଶଂସା

ରାଇକିଆ,୨୧।୧୧(ପ୍ରଦୀପ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକ୍ୱାନ ଶୁକ୍ରବାର ସ୍ଥଳଭାଗ ଛୁଇଁବା ପରେ ଯେଉଁ ବର୍ଷା ପବନ ଆଶଙ୍କା କରାଯାଉଥିଲା ତାହା ପ୍ରଭାବ ଶୂନ୍ୟ ରହିବା…

ବିଶ୍ୱରେକର୍ଡ କଲେ ରାହୁଲ-ପଡିକଲ: ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ଚତୁର୍ଥ ଥର ପାଇଁ ଘଟିଲା ଏହି ଘଟଣା

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡର ୱେଲିଂଟନସ୍ଥିତ ବେସିନ ରିଜର୍ଭ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ପ୍ରଥମ ମୁକାବିଲାରେ ଭାରତୀୟ ବ୍ୟାଟରମାନେ…

ବ୍ରିଜ ତଳକୁ ଖସିଲା ସ୍କୁଲ ଭ୍ୟାନ: ଟଳିଲା ବଡ଼ ଅଘଟଣ

କେନ୍ଦୁଝର,୨୧।୧୧(ନରେଶ ପଟ୍ଟନାୟକ): ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡ଼ିଲା ସ୍କୁଲ ଭ୍ୟାନ। ପ୍ରାୟ ୧୫ ଫୁଟ ତଳକୁ ଖସିଥିବା ଭ୍ୟାନ୍‌ର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ତେବେ…

ତଳ ଆମ୍ବପଦରରେ ମିଳିତ ଚଢ଼ାଉ: ୪୭ ଖଣ୍ଡ ସାଳ କାଠ ପଟା-ଗଣ୍ଡି ଜବତ

ଥୁଆମୂଳ ରାମପୁର, ୨୧।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ଥାନା ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମରେ ବନ ବିଭାଗ ଓ ପୋଲିସ ପକ୍ଷରୁ…

କ୍ରିକେଟରେ ପୁଣି ଭାରତ-ପାକ ମହାଯୁଦ୍ଧ: ରବିବାର ମୁହାଁମୁହିଁ ହେବେ ଦୁଇ ଦେଶର ‘ଏ’ ଟିମ, ଭାରତୀୟ ଦଳରେ ବୈଭବଙ୍କ ସହ ଅଛନ୍ତି…

ନୂଆଦିଲ୍ଲୀ,୨୧।୧୧: ଏବେ ଚାଲିଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ରବିବାର, ୨୨ ନଭେମ୍ବରରେ ଭାରତ-ଏ ଏବଂ ପାକିସ୍ତାନ-ଏ ମଧ୍ୟରେ ହେବ ମହାମୁକାବିଲା। ଗତ ରବିବାର (୧୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?