ରାସ୍ତା ନିର୍ମାଣ ନ ହେଲେ ଭୋଟ ବର୍ଜନ

କେନ୍ଦୁଝର,୩।୧: (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଁା ଗଣ୍ଡାର ଉନ୍ନତି କରିଥିବା କଥା ବଡ଼ ବଡ଼ ପୋଷ୍ଟର ବ୍ୟାନର ମାରି ପ୍ରଚାର ପ୍ରସାର କରିଚାଲିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ସ୍ବାଧୀନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି କେତେକ ଗଁାର ଉନ୍ନତି ହୋଇ ପାରିନାହିଁ। ଏହା ଦେଖିବାକୁ ମିଳିଛି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ  ପଞ୍ଚାୟତ ବିସ୍ତାପାଳ ମଶାଣିପଦା ସାହିରେ। ଏହି ଗଁାକୁ ଭଲ ରାସ୍ତା ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ଆସନ୍ତା ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ କରା ନ ଗଲେ ସାହି ବାସିନ୍ଦା ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅନୁଯାୟୀ, ମଶାଣିପଦା ସାହିରେ ପ୍ରାୟ ୭୦ ପରିବାରର ୨୦୦ ଲୋକ ବସବାସ କରନ୍ତି। ବିସ୍ତାପାଳ ଶିବ ମନ୍ଦିରଠାରୁ ଉକ୍ତ ସାହିକୁ ଅରଡେଇ ଓ ମାଛ କାନ୍ଦଣା ନଦୀ କୂଳେ କୂଳେ ପାଖାପାଖି ୧ କି.ମି.ରାସ୍ତା ଦେଇ ଯିବାକୁ ପଡ଼ିଥାଏ। ଏହି ସାହିରେ ଆଦିବାସୀ ମୁଣ୍ଡା ସମ୍ପ୍ରଦାୟର ଲୋକେ ବସବାସ କରିଆସୁଥିବାବେଳେ କିଛି ଗଣ୍ଡ ଓ ଗଉଡ଼ ସମ୍ପ୍ରଦାୟର ଲୋକେ ରହୁଛନ୍ତି। ତେବେ ଉକ୍ତ ୧ କି.ମି. ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ଏବେ ମରଣଜନ୍ତା ପାଲଟିଛି। ବର୍ଷା ଦିନରେ ଜୀବନକୁ ବାଜି ଲଗାଇ ଲୋକେ ନାଳ ପାର ହୋଇ ୯ କି.ମି. ରାସ୍ତା ବୁଲି ପଞ୍ଚାୟତକୁ ଚାଉଳ ଓ ଭତ୍ତା ପାଇଁ ଯାଇଥାନ୍ତି। କେନ୍ଦୁଝର ଡିଆର୍‌ଡିଏ ତରଫରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମସିଣାବିଲା ନାଳରେ ପୋଲ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା। ଠିକାଦାର କାର୍ଯ୍ୟ ଆରମ୍ଭ କରିଥିବାବେଳେ ୨୦୨୦-୨୧ରେ ୮୨୫.୬୨୫.୦୦ ଟଙ୍କା ଅର୍ଥ ବରାଦ ହୋଇ କାର୍ଯ୍ୟ ହୋଇଥିଲା। ପୁନର୍ବାର ର୍‌ ୨୦୨୧-୨୨ରେ ୩ ଲକ୍ଷ ୪୦ ହଜାର ଟଙ୍କାର ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟ ହୋଇଛି, କିନ୍ତୁ ଅଦ୍ୟାବଧି ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ସଭାପତି ରଞ୍ଜନ କୁମାର ବେହେରା ଓ ଉପସଭାପତି ଜୟକୃଷ୍ଣ ନାଏକ ଉକ୍ତ ସାହିକୁ ଯାଇ ରାସ୍ତା ଓ ପୋଲ ଦେଖି ବର୍ଷା ଦିନ ପୂର୍ବରୁ ପୋଲ ଓ ରାସ୍ତା ସାରିବା ଏବଂ ପୋଲ କାର୍ଯ୍ୟ କରିଥିବା ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ଅବଗତ କରିଛନ୍ତି। ସରକାର ତୁରନ୍ତ ରାସ୍ତା ଓ ପୋଲ କାମ ନ କଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ସାହିର ବିରଞ୍ଚି ମୁଣ୍ଡା, ବାବୁଲାଲ ଜାମୁଦା, ମଙ୍ଗଳ ଜାମୁଦା, ବିଜୟ କୁମାର ଜାମୁଦା, ଟୁରା ମୁଣ୍ଡା, ଲିପ୍ସା ମୁଣ୍ଡା, ସୁକୁଲାଲ ମୁଣ୍ଡା, ଚାନ୍ଦମଣି ମୁଣ୍ଡା, ରାଇ ମୋନି ସଏ,ଗୌର ସଏ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri