Posted inଫୁରସତ

ଫୋନ୍‌ରେ ପାଣି ପଶିଥିଲେ ଚାଉଳ ଡବାରେ ରଖୁଛନ୍ତି କି? ହୋଇଯାଆନ୍ତୁ ସତର୍କ

ମୂଲ୍ୟବାନ ବସ୍ତୁ ପରି ଆମେ ସମସ୍ତେ ନିଜ ଫୋନକୁ ଅତି ଯତ୍ନର ସହିତ ରଖିଥାଉ। ସ୍କ୍ରାଚ ନ ହେବା ପାଇଁ କଭର୍‌ ପକାଇଥାଉ। ଏଥିସହ ସ୍କ୍ରିନର ସୁରକ୍ଷା ପାଇଁ ସ୍କ୍ରିନ ଗାର୍ଡ ମଧ୍ୟ ପକାଇଥାଉ। ବର୍ଷାଦିନେ ହେଉ କି କୌଣସି ଅସାବଧନତା ଯୋଗୁ ଯେପରି ଫୋନରେ ପାଣି ନ ପଶେ ସେଥିପାଇଁ ସତର୍କତା ଅବଲମ୍ବନ କରୁ। ଯଦି କୌଣସି କାରଣରୁ ଫୋନ୍‌ରେ ପାଣି ପଶିଯାଇଛି ଏଥିପାଇଁ ବିଭିନ୍ନ ପ୍ରକାର ନୁସକା ଆପଣେଇବାରେ ଲାଗିପଡୁ। କିଛିଜଣ ଏହାକୁ ଖରାରେ ରଖୁଥିବାବେଳେ କିଛି ଚାଉଳ ଡବାରେ ମୋବାଇଲ ରଖିଥା’ନ୍ତି। ପର ମୂହୁର୍ତ୍ତରେ ମୋବାଇଲ ଠିକ୍‌ ମଧ୍ୟ ହୋଇଯାଏ। କିନ୍ତୁ ଚାଉଳ ଭିତରେ ମୋବାଇଲ ରଖିବା ସୁରକ୍ଷିତ କି? ଏନେଇ ବଡ ବଡ ଟେକ୍‌ କମ୍ପାନୀ ଚାଉଳ ଭିତରେ ମୋବାଇଲ ରଖିବାକୁ ସତର୍କ କରାଯାଇଛନ୍ତି। କାହିଁକି? ଅରସନ୍ତୁ ଜାଣିବା।

ମୋବାଇଲ ଫୋନକୁ ଚାଉଳ ବ୍ୟାଗ କିମ୍ବା ବସ୍ତାରେ ରଖିବା ଦ୍ୱାରା ଫୋନ ଆହୁରି ବେଶୀ ଖରାପ ହୋଇଯାଏଥାଏ। ଚାଉଳର ଛୋଟ ଛୋଟ ଗୁଣ୍ଡ ମୋବାଇଲ ଭିତରେ ପଶି ଏହାକୁ ଖରାପ କରିଦେଇଥାଏ। ପ୍ରଥମେ ମୋବାଇଲର ସାଉଣ୍ଡ ଖରାପ ହେବା ସହ ଫୋନକଲରେ ଶୁଭିବା କମ୍‌ ହୋଇଯାଏ।

ସେହିପରି ଫୋନରେ ପାଣି ପଶିଥିବା ସମୟରେ ଏହାକୁ ଚାର୍ଜରେ ବସାନ୍ତୁ ନାହିଁ। ଫୋନରୁ ପାଣି ବାହାର କରିବା ପାଇଁ ଏହାର ଚାର୍ଜର କନେକ୍ଟର ପଏଣ୍ଟକୁ ତଳ ଆଡକୁ ରଖି ଧିରେ ଧିରେ ହଲାନ୍ତୁ। ଏବଂ ଫୋନର ସ୍କ୍ରିନକୁ ଧିରେଧିରେ ଟ୍ୟାପ୍‌ କରନ୍ତୁ।
ଫୋନକୁ ଚାର୍ଜରେ ବସାଇବା ପୂର୍ବରୁ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ପବନ ଚଳାଚଳ କରୁଥିବା ସ୍ଥାନରେ ଛାଡି ଦିଅନ୍ତୁ। ଯଦି USB-C କେବୁଲରେ ଲିକ୍ୱିଡ ଥିବାର ଜଣାପଡେ ତେବେ ଫୋନ ୟୁଜର୍ସଙ୍କୁ ଆଲର୍ଟ କରିଥାଏ। ତେବେ ଏହିସବୁ ଫିଚର୍ସ ଆଇଫୋନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?