ଯଦି ଶାଶୁ ବୋହୂ କର୍ମଜୀବୀ…

କର୍ମଜୀବୀ ମହିଳାଙ୍କୁ ଘରକାମରେ ସବୁଠୁ ଅଧିକ ସହଯୋଗ କରିଥା’ନ୍ତି ସେମାନଙ୍କ ଶାଶୁ। ହେଲେ ଯେଉଁଠି ଶାଶୁ-ବୋହୂ ଉଭୟ କର୍ମଜୀବୀ, ସେଠି ଘରକାମ କରିବା ପାଇଁ ଚାଲିଥାଏ ରୀତିମତ ଯୋଜନା। ଉଭୟଙ୍କୁ ସମୟ ଅନୁସାରେ ସବୁକିଛି ମିଳିମିଶି କରିବାକୁ ପଡ଼ିଥାଏ..

ଆଜିକାଲି ଅଧିକାଂଶ ମହିଳା ପରିବାରର ଆର୍ଥିକ ମେରୁଦଣ୍ଡକୁ ସଜାଡ଼ିିବା ପାଇଁ ଭରପୂର ପ୍ରୟାସ କରୁଛନ୍ତି। ମହିଳା ଆଉ ଘରର ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ନାହାନ୍ତି। ସମୟ ସହ ତାଳ ଦେଇ ଚାକିରି କରି ନିଜକୁ ସ୍ବୟଂସମ୍ପୂର୍ଣ୍ଣ କରି ଗଢ଼ି ପାରୁଛନ୍ତି। ଏମିତିକି ଅନେକ ଘରେ ଏବେ ଉଭୟ ଶାଶୁ-ବୋହୂ ଦୁଇଜଣଯାକ ଚାକିରି କରି ନିଜର ପରିଚୟ ସୃଷ୍ଟି କରିି ପାରୁଛନ୍ତି। ଯେଉଁଠି ଶାଶୁ-ବୋହୂ କର୍ମଜୀବୀ, ସେଠାରେ ଘରର ସବୁ କାମ ମଧ୍ୟରେ ଏକ ସମନ୍ବୟ ରକ୍ଷା କରିବା ବହୁତ କଷ୍ଟକର ହୋଇଥାଏ। କିନ୍ତୁ ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ରହିଲେ ସବୁ କାମ ବେଶ୍‌ ସୁରୁଖୁରୁରେ ହୋଇ ପାରିଥାଏ।
ଯୋଜନା କରନ୍ତୁ: ଯଦି ଉଭୟ ଚାକିରି କରିଥାଆନ୍ତି, ତେବେ ଘରକାମ କରିବା ପାଇଁ ଠିକ୍‌ ଭାବରେ ଏକ ଯୋଜନା କରନ୍ତୁ। କେବଳ ଆସନ୍ତାକାଲି କ’ଣ କରିବାକୁ ହେବ, ସେକଥା ନୁହେଁ ବରଂ ପୂରା ସପ୍ତାହେ ପାଇଁ ପ୍ଲାନିଂ କରି ନିଅନ୍ତୁ। କେଉଁ ଦିନ କ’ଣ ରୋଷେଇ ହେବ ସେନେଇ କଥା ହୋଇଥିଲେ କାମ କରିବା ପାଇଁ ସୁବିଧା ହେବ। ତା’ଛଡା ଉଭୟ କେଉଁ କେଉଁ କାମ କରିବେ, ସେ ବିଷୟରେ ବି କଥା ହୋଇଯା’ନ୍ତୁ। ଯେହେତୁ ଉଭୟଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ ବାହାରକୁ ଯିବାକୁ ଅଛି, ତେଣୁ ସେହି ଅନୁସାରେ ନିଜ ନିଜ ଦାୟିତ୍ୱକୁ ସଂପୂର୍ଣ୍ଣ କରନ୍ତୁ। ଏହାଛଡ଼ା ଘରର ଗୁରୁଜନ ହିସାବରେ ଶାଶୁମାନେ ପରିବାରର ଅନ୍ୟ ସଦସ୍ୟଙ୍କୁ ବି କିଛି କାମ ବାଣ୍ଟି ଦିଅନ୍ତୁ। ଏମିତିକି ଘରର ପିଲାମାନଙ୍କୁ କିଛି କିଛି କାମ ଦେଇ ସେମାନଙ୍କୁ ଦାୟିତ୍ୱବୋଧ ଜ୍ଞାନ ଶିଖାନ୍ତୁ।
ଏକାଠି କଥା ହୁଅନ୍ତୁ: ଅଫିସରୁ ଫେରିବା ପରେ ଉଭୟ ଶାଶୁ-ବୋହୂ ପରିବାରର ସମସ୍ତଙ୍କ ସହିତ କିଛି ସମୟ ବସି ଚା’ ଜଳଖିଆ ଖାଆନ୍ତୁ। ସେହି ସମୟରେ ଶାଶୁଙ୍କ ସହିତ ଘରକାମ ନେଇ କଥାବାର୍ତ୍ତା ହୋଇଯା’ନ୍ତୁ। ଏହା ବ୍ୟତୀତ ଶାଶୁ-ବୋହୂ ଉଭୟ ପରସ୍ପରର ସମସ୍ୟା ସମ୍ପର୍କରେ ବି ଖୋଲାଖୋଲି କଥା ହୁଅନ୍ତୁ। ଯଦି ଉଭୟଙ୍କ ମଧ୍ୟରୁ କେହି ବି ଶାରୀରିକ ଅସୁସ୍ଥତା ଅନୁଭବ କରୁଥା’ନ୍ତି, ତେବେ ସେନେଇ କହିବା ପରେ ବିଶ୍ରାମ ନିଅନ୍ତୁ।
ପରସ୍ପରକୁ ସାହାଯ୍ୟ କରନ୍ତୁ: ସବୁଠୁ ବଡ଼ କଥା ହେଉଛି ପରସ୍ପର ମନକୁ ବୁଝି କାମ କରିବା। ଶାଶୁ ନିଜ ବୋହୂ ପ୍ରତି ଝିଅ ଭଳି ଭାବନା ରଖିବା ସହିତ ବୋହୂମାନେ ବି ଶାଶୁଙ୍କୁ ମା’ପରି ଭାବି ସବୁ ସମୟରେ ସାହାଯ୍ୟ ପାଇଁ ଆଗେଇ ଆସିବା ଉଚିତ। ଯେହେତୁ ଶାଶୁଙ୍କର ବୟସ ଅଧିକ ହୋଇଥିବ, ତେଣୁ ବୋହୂଙ୍କ ତୁଳନାରେ ତାଙ୍କ ଚାକିରି ଆଉ କମ୍‌ ଦିନ ରହିଥିବ। ତେଣୁ ଉଭୟଙ୍କ ମଧ୍ୟରୁ ଯଦି ଜଣଙ୍କୁ ଚାକିରି ଛାଡ଼ିବାର ଆବଶ୍ୟକତା ପଡ଼େ, ତେବେ ଶାଶୁ ପ୍ରଥମେ ଚାକିରିରୁ ଅବସର ନିଅନ୍ତୁ। ଏପରି କଲେ ଶାଶୁ ତାଙ୍କ କର୍ତ୍ତବ୍ୟ ପୂରା କରିବା ସହ ବୋହୂ ଭାବିବେ କି ତାଙ୍କ ପ୍ରତି ଶାଶୁଙ୍କର ଆନ୍ତରିକତା ରହିଛି।
ଏମାନେ କଣ କହନ୍ତି
ବୋହୂକୁ ସବୁ ଦାୟିତ୍ୱ ଦେଇନି: ଶାଶୁ ଘରକୁ ଆସିବା ପରେ ମାତ୍ର କେଇଟା ବର୍ଷ ପରେ ମୁଁ ଆଉ ମୋ ସ୍ବାମୀ ମିଶି ଘରର ସବୁ ଦାୟିତ୍ୱ ନେଇଥିଲୁ। ଏତେ ବର୍ଷ ଘର ଚଳାଇବାର ଅନୁଭୂତି ପରେ ମୁଁ ଚାକିରିଆ ବୋହୂ କରିବି ବୋଲି ଭାବିଥିଲି। ମୋ ବୋହୂ ଲିପ୍‌ସିତା ଏବେ ଅନୁଗୋଳ ଭିଜିଲାନ୍‌ସ କୋର୍ଟରେ ଷ୍ଟେନୋ ଅଛି। ତେଣୁ ସେ ସବୁ ଶନିବାର ଘରକୁ ଆସୁଛି। ମୋର ସ୍କୁଲ ଚାକିରି ହୋଇଥିବାରୁ ଏବେ ଘରକାମ ପ୍ରାୟ ମୁଁ କରି ନେଉଛି। ତା ଛଡା ବୋହୂକୁ ଏତେ ଶୀଘ୍ର ଘର ଦାୟିତ୍ୱ ସବୁ ଦେଇନି କିନ୍ତୁ ଘରେ କୌଣସି ଉତ୍ସବ ହେଲେ ସେ ଛୁଟି ଆଣି ଘରକୁ ଆସେ ଓ ଆମେ ଏକାଠି ସବୁ କାମ କରିଥାଉ। ବୋହୂକୁ ମୁଁ ଝିଅ ଭଳି ଭାବିଥିବାରୁ ଘର ଚଳାଇବାରେ ଆମର କିଛି ଅସୁବିଧା ହୁଏନି।
-ନଳିନୀପ୍ରଭା ଦାସ
ଶିକ୍ଷୟିତ୍ରୀ, ତେରମାଣପୁର ୟି.ପି ସ୍କୁଲ, କୁଜଙ୍ଗ, ଜଗତସିଂହପୁର
ଏକାଠି ସବୁ କାମ କରୁ: ରାଉଳହଜା ଗାଁର ରୀତାମଞ୍ଜରୀ ପାହାଡସିଂହ ଅଙ୍ଗନଓ୍ବାଡିରେ ଚାକିରି କରିଛନ୍ତି ଏବଂ ତାଙ୍କ ବୋହୂ ପ୍ରଣତି ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଉଭୟ ଏକାଠି ଘରେ ସବୁ କାମରେ ପରସ୍ପରକୁ ସହଯୋଗ କରନ୍ତି। ପ୍ରଣତିଙ୍କୁ ଘରେ ବେଶି ସମୟ ମିଳୁଥିବାରୁ ସେ ହିଁ ଅଧିକ କାମ କରି ନିଅନ୍ତି। ପ୍ରଣତି କହନ୍ତି ସକାଳୁ ଆମେ ଏକାଠି ରୋଷେଇ କରି ଯାଉ। ଆଉ ସାରେ ଫେରିଲେ ବୋହୂ ଚା କରି ସମସ୍ତଙ୍କୁ ଦିଏ। ତାପରେ ଆମେ ଏକାଠି ମିଶି ସବୁ କାମ କରୁ।
-ରୀତା ମଞ୍ଜରୀ ପାହାଡସିଂହ
ଅଙ୍ଗନଓ୍ବାଡି କର୍ମୀ, ରାଉଳହଜା, ନିରାକାରପୁର, ଖୋର୍ଦ୍ଧା
ମା’ ହିଁ ସବୁ କଥା ବୁଝନ୍ତି: ମୋ ଶାଶୁ କୋଚିଂ ସେଣ୍ଟରରେ ସ୍କୁଲ ପିଲାଙ୍କୁ ପାଠ ପଢାନ୍ତି। ତେଣୁ ସେ ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ବାହାରେ ରହନ୍ତି ଆଉ ମୁଁ ଦିନ ୧୦ ରୁ ୪ ପର୍ଯ୍ୟନ୍ତ ଅଫିସ ଯାଏ। କିନ୍ତୁ ଆମେ ମିଳିମିଶି ଘରର ସବୁ କାମ କରୁ। ମୋ ତୁଳନାରେ ଶାଶୁ ହିଁ ବେଶି ଘରକାମ କରି ଦିଅନ୍ତି। ମୁଁ ବେଳେବେଳେ ଅଫିସ୍‌ କାମରେ ବାହାରକୁ ଗଲେ ବି ମା’ ମୋ ପୁଅ କଥା ବୁଝିବା ସହିତ ଘରକାମ ବି ସମ୍ଭାଳି ନିଅନ୍ତି। ଘରକାମ କରିବା ପାଇଁ ସେମିତି ଅସୁବିଧା ହେଲେ ଶାଶୁ ବରଂ କାମ ଛାଡିଦେବେ କିନ୍ତୁ ମତେ ଚାକିରି ନ ଛାଡିବା ପାଇଁ କହିଛନ୍ତି।
-ମହାଶ୍ୱେତା ତ୍ରିପାଠୀ,
ଆଶାପୁରଣ, ନିମାପଡା


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri