Posted inଫୁରସତ

କରୋନା ପଜିଟିଭ୍‌ ହେଲେ ଏହି ଦେଶରେ ମିଳିବ ୯୪୦୦୦ ଟଙ୍କା, କାରଣ ଜାଣିଲେ ହେବେ ଚକିତ

ଓ୍ବାଶିଂଟନ,୮ା୮: ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହାର ସଫଳ ଟିକା ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେଣୁ ବିଭିନ୍ନ ଦେଶରେ ଏହାକୁ ରୋକିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି। ସେହିପରି ଆମେରିକାର କାଲିଫର୍ନିଆ ଏକ ଅଜବ ନିଷ୍ପତ୍ତି ନେଇଛି। ଯିଏ କରୋନା ଭାଇରସ୍‌ରେ ସଂକ୍ରମିତ ହେବ ସେହି ଅକ୍ରାନ୍ତଙ୍କୁ ପ୍ରାୟ ୯୪ ହଜାର ଟଙ୍କା ଦିଆଯିବ।


କାଲିଫର୍ନିଆର ଆଲମେଡାର ସୁପରଭାଇଜର ବୋର୍ଡ କହିଛି, ସଂକ୍ରମିତ ହେବା ପରେ ଅନେକ ଲୋକ ଦୁଇ ସପ୍ତାହ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ନାହିଁ। ଏହି କାରଣରୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଏତଦ୍‌ବ୍ୟତୀତ ଲୋକଙ୍କୁ ଖାଦ୍ୟ ଖର୍ଚ୍ଚ, ଘରଭଡ଼ା ଏବଂ ଫୋନ୍‌ ବିଲ ପୈଠ କରିବା ପାଇଁ ଏହି ଟଙ୍କା ଦିଆଯିବ।


ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମ ଅଧୀନରେ କରୋନାକୁ ନିଶ୍ଚିତ କରିବା ପାଇଁ ବୋର୍ଡର ସର୍ବସମ୍ମତି କ୍ରମେ ୯୪ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି। ବୋର୍ଡ କହିଛି, ଯଦି ଲୋକମାନେ ପରୀକ୍ଷା କରାଇବାକୁ ଡରୁଛନ୍ତି କିମ୍ବା ଆଇସୋଲେଶନରେ ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ତେବେ ଭୂତାଣୁ ରୋକିବା ଯୋଜନା ସଫଳ ହେବ ନାହିଁ। ତେଣୁ ୯୪ ହଜାର ଟଙ୍କା ସହାୟତା ଦେଲେ ଆକ୍ରାନ୍ତ ବ୍ୟକ୍ତି କୌଣସି କ୍ଲିନିକ୍‌ରେ ପରୀକ୍ଷା କରାଇ ପାରିବେ।
ବୋର୍ଡର ଏହି ନିଷ୍ପତ୍ତି ପରେ ସଂକ୍ରମିତ ବ୍ୟକ୍ତି ନିଜକୁ ଅଲଗା ରଖିବା ପାଇଁ ଉତ୍ସାହିତ ହେବେ। ଆଉ ଏହି କାରଣରୁ ଅଧିକ ପରୀକ୍ଷା ପାଇଁ ଆଗେଇ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri