ବିରୋଧୀ ଏକଜୁଟ ହେଲେ ଭାଜପା ହାରିବ

ସାଣ୍ଟା କ୍ଲାରା,୧ା୬: ବିରୋଧୀ ଦଳଗୁଡ଼ିକ ଉପଯୁକ୍ତ ଭାବେ ଏକଜୁଟ ହେଲେ ଭାଜପାକୁ ହରାଇବା ସମ୍ଭବ। କଂଗ୍ରେସ ଏହି ଦିଗରେ କାର୍ଯ୍ୟ କରୁଛି। ଏହା ଭଲ ଭାବେ ଚାଲିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାର ସାଣ୍ଟାକ୍ରୁଜ୍‌ରେ କହିଛନ୍ତି।
କର୍ନାଟକ ବିଧାନସଭା ନିର୍ବାଚନରେ ଦଳର ଆଶାତୀତ ସଫଳତାକୁ ନେଇ ଉତ୍ସାହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟିର ସିଲିକନ୍‌ ଭ୍ୟାଲି କ୍ୟାମ୍ପସ୍‌ରେ ମଙ୍ଗଳବାର ଭାରତୀୟ ବଂଶୋଦ୍ଭବମାନଙ୍କ ସହ ଭାବ ବିନିମୟ ସହିତ ସମ୍ବୋଧିତ କରି କହିଛନ୍ତି, ଭାଜପାରେ ଉଠାପକା ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଜଣେ ରାଜନୈତିକ ଉଦ୍ୟୋକ୍ତା ଭାବେ ସେ ଏହାକୁ ଦେଖିପାରୁଛନ୍ତି। ବିରୋଧୀ ଦଳଗୁଡ଼ିକ ଭଲ ଭାବେ ଏକଜୁଟ ହେଲେ ଭାଜପାକୁ ହରାଯାଇପାରିବ। କର୍ନାଟକ ନିର୍ବାଚନରେ କଂଗ୍ରେସ ଦଳ ଭାଜପାକୁ ପରାସ୍ତ କରିଛି। କିନ୍ତୁ ସେଥିରେ ପ୍ରୟୋଗ କରାଯାଇଥିବା ଗଣିତକୁ ଅନେକେ ଭଲ ଭାବେ ବୁଝିପାରିନାହାନ୍ତି। କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ କୌଶଳ ଆପଣାଇ ନିର୍ବାଚନ ଲଢ଼ିଥିଲା। ‘ଭାରତ ଯୋଡ଼ୋ ଯାତ୍ରା’ର ପ୍ରଭାବ ମଧ୍ୟ ଏହା ଉପରେ ପଡ଼ିଥିଲା। ଏହି ନିର୍ବାଚନରେ ଭାଜପା କଂଗ୍ରେସ ତୁଳନାରେ ୧୦ ଗୁଣା ଅଧିକ ଟଙ୍କା ଖର୍ଚ୍ଚ କରିଥିଲା ବୋଲି ରାହୁଲ କହିଛନ୍ତି।
କଂଗ୍ରେସର ୫୨ ବର୍ଷୀୟ ପୂର୍ବତନ ଅଧ୍ୟକ୍ଷ ରାହୁଲ ଆହୁରି କହିଛନ୍ତି, ଭାରତରେ ଭାଜପାକୁ ହରାଇବା ପାଇଁ ଏକ ବିକଳ୍ପ ଦୂରଦୃଷ୍ଟି ଆବଶ୍ୟକ। ବିଶେଷକରି ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ଏକତା ଏଥିରେ ସହାୟକ ହେବ। ବିରୋଧୀ ଦଳଗୁଡ଼ିକ କେବଳ ଏକାଠି ହେବା ପର୍ଯ୍ୟାପ୍ତ ନୁହେଁ। ଭାଜପାର ଏକ ବିକଳ୍ପ ହେବା ପାଇଁ ଉପଯୁକ୍ତ ରଣନୀତି ଆବଶ୍ୟକ। ‘ଭାରତ ଯୋଡ଼ୋ ଯାତ୍ରା’ ଏଦିଗରେ ପ୍ରଥମ ପଦକ୍ଷେପ ଥିଲା, ଯାହାକୁ ନେଇ କୌଣସି ବିରୋଧୀ ଦଳ ଅସହମତି ପ୍ରକାଶ କରିବେ ନାହିଁ। ଭାରତରେ ସମସ୍ତଙ୍କ ସ୍ବତନ୍ତ୍ର ସ୍ବର ରହିବା ଉଚିତ। ସେହି ସ୍ବରକୁ ସମ୍ମାନ ଦିଆଯିବା ଆବଶ୍ୟକ। ଭାରତୀୟଙ୍କ ସ୍ବର ଏକ ସମ୍ପତ୍ତି ବୋଲି ରାହୁଲ କହିଛନ୍ତି।
ଅନ୍ୟପକ୍ଷେ ଭାଜପା ଏହାକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି। ରାହୁଲ ଜଣେ ‘ନକଲି ଗାନ୍ଧୀ’। ତାଙ୍କୁ କିଛି ଜଣା ନ ଥିବା ସତ୍ତ୍ୱେ ସେ ସବୁକଥାରେ ବିଶେଷଜ୍ଞ ପାଲଟିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି, ରାହୁଲଙ୍କ ତାଙ୍କ ପରିବାର ବ୍ୟତୀତ ଇତିହାସ ସମ୍ପର୍କରେ କିଛି ଜାଣନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?